ବୋହୂ ସହ ଶଶୁର କରୁଥିଲା ଖରାପ କାମ, ହଠାତ କବାଟ ଖୋଲି ଦେଖିଦେଲା ପୁଅ, ଆଉ ତା ପରେ ଯାହା ହେଲା…

ଆଜିକାଲି କିଛି ଲୋକଙ୍କ ପାଇଁ ସମ୍ପର୍କରେ କଳଙ୍କ ଲାଗୁଛି । କେଉଁଠି ବାପ-ଝିଅ ନାଁରେ ତ ଆଉ କେଉଁଠି ମା-ପୁଅ ନାଁରେ କଳଙ୍କ ଲାଗୁଛି । ଏହାରି ମଧ୍ୟରେ ଉତ୍ତରପ୍ରଦେଶ ଅମରୋହରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଜଣେ ପୁଅ ନିଜ ପିତା ଓ ପତ୍ନୀଙ୍କୁ ଆପତ୍ତିଜନକ ସ୍ଥିତିରେ ଧରିଥିଲା । ଏହା ପରେ ବାପ-ପୁଅଙ୍କ ମଧ୍ୟରେ ଜୋରଦାର ମାରପିଟ ହୋଇଥିଲା । ପୁଅ ନିଜ ପିତାଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ପୋଲିସ ଯାଞ୍ଚ କରୁଛି ।

ତେବେ ଏହି ମାମଲା ସାଦାନ ଥାନା ଅନ୍ତର୍ଗତ ଏକ ଗାଁରେ ଘଟିଛି । ସେଠାରେ ରହୁଥିବା ଜଣେ ଯୁବକ ସାଉଦ ଆରବରେ ଚାକିରି କରନ୍ତି । ତାଙ୍କ ବାହାଘର ୫ ବର୍ଷ ପୂର୍ବେ ହୋଇଥିଲା । ଏବେ ସେ ନିଜ ଛୋଟ ଭାଇଙ୍କ ବାହାଘରକୁ ଆସିଥିଲେ । ଛୋଟ ଭାଇଙ୍କ ବାହାଘର ବି ତାଙ୍କ ଶାଳୀ ସହ ହେବାର ଥିଲା ।

କିନ୍ତୁ ରବିବାର ଦିନ ସେ କୌଣସି କାମରେ ଘରୁ ବାହରକୁ ଯାଇଥିଲେ । ଦ୍ୱିପହରରେ ଘରକୁ ଫେରିଥିଲେ । କିନ୍ତୁ ଘରର କବାଟ ଖୋଲିବା ମାତ୍ରେ ପିତା ଓ ନିଜ ପତ୍ନୀଙ୍କୁ ଆପତ୍ତିଜନକ ସ୍ଥିତିରେ ଦେଖିବାକୁ ପାଇଥିଲେ । ଏହାକୁ ନେଇ ସେ ଖୁବ ରାଗିଯିବା ସହ ମାରପିଟ କରିବାକୁ ଆଗେଇ ଆସିଥିଲେ । ପରେ ବାପ-ପୁଅଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଥିଲା । ପରେ ପୁଅ ଏଭଳି ପିତାଙ୍କ ନାଁରେ ଅଭିଯୋଗ କରିଥିଲା ।

ଆହୁରି ପଢନ୍ତୁ :- ଦୀର୍ଘଦିନ ଧରି ସେକ୍ସ ଠାରୁ ଦୂରେଇ ରହିବା ହୋଇପାରେ ହାନିକାରକ! ଆପଣ ହୋଇପାରନ୍ତି ଏହି ସବୁ ବଡ଼ ସମସ୍ୟାର ଶିକାର…