ବିବାହ କୁ ମାସେ ପୂରିନି, ଭୋ ଭୋ ହୋଇ କାନ୍ଦିଲେ ସୋନାକ୍ଷୀ ସିହ୍ନା, ସାମ୍ନା କୁ ଆସିଲା ଭିଡ଼ିଓ…

ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ହେଉଛନ୍ତି ଏମିତି ଜଣେ ଅଭିନେତ୍ରୀ, ଯିଏକି ନିଜର ଉତ୍କୃଷ୍ଟ ଅଭିନୟ ବଳରେ ଇଣ୍ଡଷ୍ଟ୍ରିରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। 

ସୋନାକ୍ଷୀ ସିହ୍ନା ନିଜ ଚଳଚ୍ଚିତ୍ର କ୍ୟାରିୟରରେ ଅନେକ ଭଲ ଚଳଚ୍ଚିତ୍ରରେ କାମ କରିଛନ୍ତି ଏବଂ ଲୋକମାନେ ମଧ୍ୟ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରନ୍ତି । ତେବେ ଜୁନ୍‌ ୨୩ ତାରିଖରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କ ପ୍ରେମିକ ଜହିର ଇକ୍‌ବାଲଙ୍କୁ ବିବାହ କରିଛନ୍ତି।  

ଦୁହିଁଙ୍କ ବିବାହ ମୁମ୍ବାଇର ବାନ୍ଦ୍ରା ଆପାର୍ଟମେଣ୍ଟରେ ଏକ ବ୍ୟକ୍ତିଗତ ସମାରୋହରେ ଆୟୋଜିତ ‌ହୋଇଥିଲା। ବିବାହକୁ ମାତ୍ର ୧୪ ଦିନ ହୋଇଥିବା ବେଳେ ସୋନାକ୍ଷୀଙ୍କୁ ତାଙ୍କ ଘରକଥା ମନେପଡ଼ୁଛି। ଏହି କାରଣରୁ ସେ ତାଙ୍କ ବିବାହ ସମୟର କିଛି ଫଟୋକୁ ଏବେ ସୋସିଆଲ ମିଡିଆରେ ସେୟାର କରିଛନ୍ତି। 

ଯାହାକୁ ସେ ପୂର୍ବରୁ କେବେ କରି ନଥିଲେ। ଏହି ଫଟୋ ସେୟାର କରି ସୋନାକ୍ଷୀ ଲେଖିଛନ୍ତି, ମୋ ବିବାହ ରୀତିନୀତି ଆରମ୍ଭରୁ ଶେଷଯାଏଁ ମା’ ଆଖିରେ ଲୁହ ଭରି ରହିଥିଲା। ତାକୁ ଲାଗୁଥିଲା ମୁଁ ଏବେ ପରଘରକୁ ଚାଲିଯିବି। ଏହି ସମୟରେ ମୁଁ ତାଙ୍କୁ ବୁଝାଇ କହିଥିଲି ଚିନ୍ତା କରନି ମା’ ଜୁହୁରୁ ବାନ୍ଦ୍ରା ମାତ୍ର ୨୫ ମିନିଟର ଦୂର ରାସ୍ତା । ତୋର ଯେତେବେଳେ ବି ମୋ କଥା ମନେପଡ଼ିବ ତୁ ଆସିଯିବି ମୋ ପାଖକୁ । 

ନଚେତ ମୋତେ କହିବୁ ମୁଁ ତୁରନ୍ତ ଆସି ତୋ ପାଖରେ ପହଞ୍ଚିଯିବି। ଆଜି କ’ଣ ପାଇଁ କେଜାଣି ଘର କଥା ବହୁତ ମନେ ପଡ଼ୁଛି। ସେଥିପାଇଁ ଏଭଳି ପୋଷ୍ଟ ଟିଏ କରିଦେଲି। ଇଚ୍ଛା ହେଉଥିଲେ ବି କିଛିଟା କାମ ଚାପ ପାଇଁ ଘରକୁ ଯାଇ ପାରୁନାହିଁ। ସତରେ ଝିଅଟିଏ ବାହା ହୋଇଗଲେ  ‌ତାର ଜୀବନରେ ଅନେକ କିଛି ପରିବର୍ତ୍ତନ ଆସିଯାଏ।’ ଯାହାକି ସୋନାକ୍ଷୀ ସୋସିଆଲ ମିଡିଆରେ ସେୟାର କରିଛନ୍ତି।