ଇଏ କି ପ୍ରେମ! ପ୍ରେମିକାକୁ ଖୁସି କରିବା ପାଇଁ ଚୋରି କରି ଜେଲ ଗଲେ ଯୁବକ…

ନିଜ ପ୍ରେମର ଗଭୀରତାକୁ ପ୍ରେମିକା ଆଗରେ ପ୍ରମାଣ କରିବା ପାଇଁ ଜଣେ ପ୍ରେମିକ କିଛି ମଧ୍ୟ କରିବା ପାଇଁ ଉଦ୍ୟମ କରିଥାଏ।  ଏହିପରି ଏକ ଘଟଣା ଦେଖିବାକୁ ମିଳିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି।

ପ୍ରେମିକାକୁ ଖୁସି କରିବାକୁ ଜଣେ ପ୍ରେମିକ ଚୋରି କରିବାକୁ ଉଦ୍ୟମ କରି ଶେଷରେ ଗିରଫ ହୋଇଛନ୍ତି। ଅନ୍ୟପଟେ ସେ ଜଣେ ବ୍ୟାଙ୍କ କର୍ମଚାରୀ । ସୁନା ଦୋକାନରୁ ସୁନା ମୁଦି ଚୋରି ଅଭିଯୋଗରେ ଜଣେ ୨୬ ବର୍ଷୀୟ ବ୍ୟାଙ୍କ କର୍ମଚାରୀଙ୍କୁ ପୋଲିସ ଗିରଫ କରିଛି ।

ପୋଲିସର ସୂଚନା ମୁତାବକ, ଏକ ଘରୋଇ ବ୍ୟାଙ୍କରେ କାମ କରୁଥିବା ଜଣେ ବ୍ୟକ୍ତି ଯାହାଙ୍କ ନାମ ସାଥିଶ କୁମାର। ଗତ ମଙ୍ଗଳବାର ଦିନ ସେ ଟି.ନଗରରେ ଏକ ସୁନା ଦୋକାନକୁ ଯାଇଥିଲେ । ସୁନା କିଣିବା ବାହାନାରେ ଦୁଇଟି ସୁନା ମୁଦି ଚୋରି କରିଥିଲେ । ଘଟଣା ଘଟିବା ପରେ ସୁନା ଦୋକାନର ମାଲିକ ପୋଲିସରେ ଅଭିଯୋଗ କରିଥିଲେ ଏବଂ ସିସିଟିଭି ଭିଜୁଆଲ୍‌ରୁ ଜଣାପଡିଥିଲା ସାଥିଶ କୁମାର ସୁନା ମୁଦି ଚୋରି କରିଛନ୍ତି ବୋଲି।

ତେବେ ତା’ପରଦିନ ମଧ୍ୟ ସାଥିଶ ପୁଣି ଭିନ୍ନ ଏକ ସୁନା ଦୋକାନରୁ ଚୋରି କରିବାକୁ ଉଦ୍ୟମ କରୁଥିଲେ । କିନ୍ତୁ ଏଥିରେ ସେ ସଫଳ ହୋଇପାରିନଥିଲେ । ଦୋକାନର କର୍ମଚାରୀମାନେ ତାଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ । ଅନୁସନ୍ଧାନ ପରେ ଜଣା ପଡିଥିଲା ଯେ ସାଥିଶଙ୍କ ଦରମା କମ୍‌ ଥିଲା । ଯାହାଫଳରେ ସେ ତାଙ୍କ ପ୍ରେମିକାକୁ ଖୁସି ପାରୁନଥିଲେ । ତାଙ୍କ ପ୍ରେମିକାକୁ ଖୁସି କରିବା ପାଇଁ ସେ ଏଭଳି ଚୋରି କରିବାକୁ ନିଷ୍ପତ୍ତି ନେଇଥିଲେ ।

ଆହୁରି ମଧ୍ୟ ସାଥିଶ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ଋଣ ନେଇଥିଲେ । ଯାହାକୁ ସେ ପରିଶୋଧ କରିବାରେ ମଧ୍ୟ ବିଫଳ ହୋଇଥିଲେ। ଯାହାକୁ ନେଇ ସେ ଏଭଳି କାମ କରିବାକୁ ନିଷ୍ପତ୍ତ ନେଇଥିଲେ ବୋଲି କହିଛନ୍ତି ।