ମୁଁ ହାତ ଯୋଡ଼ି କ୍ଷମା ମାଗୁଛି। ପାରିବ ଯଦି ମୋତେ କ୍ଷମା କରିଦେବ। ଦୁଃଖ କରନାହିଁ। ଖୁସିରେ ରହିବ। ଯେମିତି ହେଲେ ବାହା ହୋଇଯିବ। ଯଦି ତୁମେ ଖୁସିରେ ରହିବ, ତା’ହେଲେ ମୋର ଆତ୍ମା ଶାନ୍ତି ପାଇବ। କାମ ଓ ଜୀବନ ଉପରେ ନିରାଶ ହୋଇ ମୁଁ ଏମିତି ଗୋଟିଏ ପଦକ୍ଷେପ ନେଉଛି। ମୋତେ କ୍ଷମା କରି ଦିଅ। ପ୍ରେମିକଙ୍କ ପାଇଁ ଏମିତି କୋହଭରା ଭିଡିଓ ଜାରି ଜୀବନ ହାରିଛନ୍ତି ୨୭ ବର୍ଷୀୟା ଯୁବତୀ।
ସୂଚନାଯୋଗ୍ୟ,ରାଧା ଠାକୋରଙ୍କ ଏକ ବିୟୁଟି ପାର୍ଲର ଥିଲା। କିଛିବର୍ଷ ହେବ ସେ ତାଙ୍କ ସ୍ବାମୀଙ୍କ ଠାରୁ ଅଲଗା ହୋଇଯାଇ ପାଲନପୁରରେ ନିଜ ଭଉଣୀଙ୍କ ସହିତ ରହୁଥିଲେ। ମୃତ ରାଧାଙ୍କ ଭଉଣୀ ଅଲକା କହିଛନ୍ତି, ‘ମୋର ଭଉଣୀ ଏକ ବିୟୁଟି ପାର୍ଲର ଚଲାଉଥିଲା। ଗତ ରବିବାର ରାତିରେ ସେ କାମରୁ ଘରକୁ ଫେରିବା ପରେ ଆମେ ସାଙ୍ଗ ହୋଇ ଖାଇ ସାରି ଶୋଇପଡ଼ିଥିଲୁ। ତା’ପର ଦିନ ସକାଳେ ଆମେ ତାକୁ ମୃତ ଅବସ୍ଥାରେ କୋଠରି ଭିତରୁ ପାଇଥିଲୁ। ଏହାପରେ ମୁଁ ତାର ଫୋନ ଖୋଜିଥିଲି। ସେଥିରୁ ଏକ ଭଏସ ରେକର୍ଡିଂ ପାଇଥିଲି।
ଗୁଜରାଟର ବନସକାଣ୍ଠା ଜିଲ୍ଲାରେ ଏପରି ଗୋଟିଏ ଘଟଣା ଘଟିଛି। ଯୁବତୀ ଜଣଙ୍କ ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ପ୍ରେମିକ ପାଇଁ ଗୋଟିଏ ଭିଡିଓ ରେକର୍ଡ କରିଛନ୍ତି। ଯେଉଁଥିରେ ସେ ନିଜ ପ୍ରେମିକଙ୍କୁ କ୍ଷମା ମାଗିବା ସହ ଘରେ ଘଟୁଥିବା ଝଗଡ଼ାକୁ ନେଇ ଥକି ପଡ଼ିଥିବା କହିଛନ୍ତି।
ଏହି ରେକର୍ଡିଂରୁ ଅନୁମାନ କରାଯାଉଛି ରାଧା ବୋଧ ହୁଏ କାହାକୁ ଭଲ ପାଉଥିଲା। କୌଣସି କାରଣବଶତଃ ସେ ଚାପ ଗସ୍ତ ହୋଇଯାଇ ଏଭଳି ପଦକ୍ଷେପ ନେଇଛି। ପୁଲିସ ଏହି ରେକର୍ଡିଂ ଥିବା ଫୋନକୁ ଜବତ କରି ରାଧାଙ୍କ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇ ଯାଞ୍ଚ ଆରମ୍ଭ କରି ଦେଇଛି।