ବୋହୂ ଶିକାର ହେଲା ଦୁଷ୍କର୍ମର । ସ୍ବାମୀ ଘରେ ନଥିଲା ବେଳେ ସ୍ଵାମୀଙ୍କ ବାପା ଅର୍ଥାତ୍ ବୋହୂଙ୍କ ଶଶୁର ଘଟାଇଛନ୍ତି ଏଭଳି କାଣ୍ଡ । ମଣିଷ ଏକ ସାମାଜିକ ପ୍ରାଣୀ ହୋଇଥିବା ପରେ ମଧ୍ୟ କିଭଳି ଏ ପରି ଏକ ଅସାମାଜିକ ଓ ହିଂସ୍ର କାମ କରି ବସେ ତାହା ବୁଝି ହୁଏନା । ବିଶେଷ କରି ଭାରତୀୟ ସଂସ୍କୃତି ପରମ୍ପରା ଅନୁସାରେ ଶଶୁର କୁ ବାପ ର ସ୍ଥାନ ଦିଆଯାଇଥାଏ । ଆଉ ବାପା ର ସ୍ଥାନ ଯେ କେତେ ଉର୍ଦ୍ଧରେ ତାହା ହୁଏତ ଶଦ୍ଦ ରେ କହିବା ଅସମ୍ଭବ । ହେଲେ ବେଳେ ବେଳେ ସମାଜରେ ଏପରି ଘୃଣ୍ୟ ଘଟଣା ଦେଖିବାକୁ ମିଳୁଛି ଯେ ଯାହା ଆଗରେ ବଳିପଡ଼ି ଯାଉଚି ସମ୍ପ୍ରକ ର ପବିତ୍ର ବନ୍ଧନ ।
ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ରେ । ସୂଚନା ଅନୁସାରେ ଶଶୁର ବୋହୁ ସହିତ ଦୁଷ୍କର୍ମ କରିବା ପରେ ସ୍ବାମୀ ଏବେ ସ୍ତ୍ରୀ ଭାବେ ଗ୍ରହଣ କରିବାକୁ ନାରାଜ । ବୋହୁ ଏ ନେଇ ଅଭିଯୋଗ ଆଣି କହିଛନ୍ତି ମୋର ଏଥିରେ କୌଣସି ଦୋଷ ନଥିବା ବେଳେ ଦୋଷୀ ପରିବର୍ତ୍ତେ ମୁଁ କାହିଁକି ଦଣ୍ଡ ପାଇବି ।
ବୋହୂଙ୍କ ଅଭିଯୋଗ ଅନୁସାରେ ଗତ ଜୁଲାଇ ୫ ତାରିଖରେ ତାଙ୍କର ୫୦ ବର୍ଷୀୟ ବୟସ୍କ ଶଶୁର ତାଙ୍କୁ ଦୁଷ୍କର୍ମ କରିଥିଲେ । ମହିଳା ଜଣକ ଯେତେବେଳେ ଏହା ତାଙ୍କ ସ୍ବାମୀଙ୍କୁ ଜଣାଇଲେ ସ୍ବାମୀ ତାଙ୍କୁ ପତ୍ନୀ ର ଅଧିକାରରୁ ବହିଷ୍କୃତ କରିବା ସହିତ ତାଙ୍କୁ ଘରୁ ତଡିଦେଇଛନ୍ତି ।
ଆହୁରି ପଢନ୍ତୁ :- MP ଙ୍କ ଅନ୍ତଃବସ୍ତ୍ର ଭିତରେ ପ୍ରେମର ରଙ୍ଗ ବୋଳିଲେ ଯୁବକ, ଆଉ ତା’ପରେ…
ସୂଚନା ଅନୁସାରେ ମହିଳା ଜଣକ ୨୩ ବର୍ଷୀୟ ହେଇଥିବା ବେଳେ ୭ ମାସରେ ଗର୍ଭବତୀ ମଧ୍ୟ ଅଛନ୍ତି । ମହିଳା ଜଣକ ଏହା ମଧ୍ୟ କହିଛନ୍ତି ଯେ ସେ ସମାଜ କୁ ଡରି ଦୀର୍ଘ ଦିନ ଧରି ଚୁପ୍ ରହି ଆସୁଥିଲେ । ମନେ ମନେ ଭାବୁଥିଲି ତାଙ୍କ ସ୍ବାମୀ ଦିନେ ନା ଦିନେ ତାଙ୍କୁ ବୁଝି ପାରିବେ ଏବଂ ତାଙ୍କୁ ଘରକୁ ଫେରାଇ ନେବେ । ସେଥିପାଇଁ ସେ ନିଜ ସ୍ବାମୀ କୁ ଅନେକ ଥର ବୁଝେଇବା ପାଇଁ ଚେଷ୍ଟା ମଧ୍ୟ କରୁଛନ୍ତି । ସ୍ବାମୀ କିନ୍ତୁ ତାଙ୍କ ନିଷ୍ପତି ରେ ଅଟଳ ରହିଥିଲେ, ସେଥିପାଇଁ ମହିଳା ଆଇନ ର ଆଶ୍ରୟ ନେଇଛନ୍ତି । ମହିଳା ର ଅଭିଯୋଗ ପରେ ସ୍ବାମୀ ଶଶୁରଙ୍କୁ ଗିରଫ କରିଛି ପୋଲିସ ।ଅନ୍ୟପଟେ ଶଶୁର କହିଛନ୍ତି ବୋହୁ ସମ୍ପତି ଲୋଭରେ ଏପରି କରିଛନ୍ତି ବୋଲି ।