ସ୍ୱିଗି ଇନଷ୍ଟାମାର୍ଟ ରିପୋର୍ଟ: ୨୦୨୩ ବର୍ଷର ଏହି ମାସରେ ଲୋକେ କିଣିଛନ୍ତି ରେକର୍ଡ ସଂଖ୍ୟକ କଣ୍ଡୋମ୍

ସ୍ଵିଗି ଦ୍ୱାରା ପ୍ରକାଶ ପାଇଛି ତାର ବାର୍ଷିକ ରିପୋର୍ଟ । ପ୍ରତି ବର୍ଷ ସ୍ୱିଗି ତାର ବାର୍ଷିକ ରିପୋର୍ଟ ପ୍ରକାଶ କରିଥାଏ । ଯେଉଁଥିରେ ସେ ବର୍ଷକ ଭିତରେ କେତେ ସେ ଆୟ କରିଛି ଓ କେଉଁ ସବୁ ଜିନିଷ କେତେ ପରିଣାମରେ ବିକ୍ରି କରିଛି ତାହାର ଏକ ତାଲିକାକୁ ସର୍ବ ସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ କରି ଥାଏ ।

ଏହି ବର୍ଷ ରିପୋର୍ଟ ରେ ଦର୍ଷା ଯାଇଛି ଯେ ସ୍ଵିଗିରେ ସର୍ବାଧିକ ପିଆଜ, ଟମାଟୋ ଓ ଧନିଆ ପତ୍ର ରହିଛି । ଚେନ୍ନାଇ ରେ ଜଣେ ବ୍ୟକ୍ତି ପ୍ରାୟ ୭୧ ହଜାର ୭୪୮ ଟଙ୍କାର ସାମଗ୍ରୀ ସ୍ଵିଗିରୁ ଅର୍ଡର୍ କରୀ ରେକର୍ଡ ସୃଷ୍ଟି କରିଛନ୍ତି ସେହିଭଳି ଜୟପୁର ର ଜଣେ ବ୍ୟକ୍ତି ଗୋଟିଏ ଦିନରେ ୭୬ ଅର୍ଡର୍ କରି ଦିନିକିଆ ରେକର୍ଡ ସୃଷ୍ଟି କରିଛନ୍ତି ।

ସେହିଭଳି ଫେବୃଆରୀ ଓ ସେପ୍ଟେମ୍ବର ମାସରେ କଣ୍ଡୋମ୍ ର ସର୍ବାଧିକ ଅର୍ଡର୍ ରହିଛି । ଗୋଟିଏ ଦିନ ସ୍ଵିଗୀ ଇନଷ୍ଟାମାର୍ଟ ରେ ପ୍ରାୟ ୫୮୯୩ କଣ୍ଡୋମ୍ ବିକ୍ରି କରିଛି । ଏହା ବ୍ୟତୀତ ପିଆଜ, କଦଳୀ, ଚିପ୍ସ ର ମଧ୍ୟ ଚାହିଦା ବେଶ୍ ଦେଖା ଦେଇଛି ।

ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡ଼ିଓ: ମନ୍ଦିର ଭିତରେ କରୁଥିଲେ ଏମିତି କାମ, ଏବେ ସସପେଣ୍ଡ ହେଲେ ମହିଳା ପୋଲିସ ଅଫିସର

ତେବେ ଫଳ କ୍ଷେତ୍ରରେ ସର୍ବାଧିକ ଆମ୍ବର ଚାହିଦା ରହିଛି । ସ୍ୱିଗୀ ର ରିପୋର୍ଟ ଅନୁସାରେ ୨୦୨୩ ମସିହାରେ ପ୍ରାୟ ୧.୩ ମିଲିୟନ ଅର୍ଡର୍ କେବଳ ଆମ୍ବର ହିଁ ରହିଥିଲା । ତେବେ ସ୍ଵିଗୀ ଭାରତରେ ବହୁ କମ୍ ସମୟରେ ବେଶ୍ ଲୋକ ପ୍ରିୟ ହୋଇଛି ।