ଦେଖନ୍ତୁ ଭିଡିଓ: ଭାଙ୍ଗିବାକୁ ମାଁ ମଙ୍ଗଳା ମନ୍ଦିର ଧରି ଆଣିଥିଲେ ବୁଲଡୋଜର, ମାତ୍ର ହେଲା ଏମିତି ଯେ ଡ୍ରାଇଭର ହେଲେ ଅଚେତ ଏବଂ…

ମନ୍ଦିର ଭାଙ୍ଗିବାକୁ ଯାଉଥିବା ବେଳେ କିଛି ଘଟି ଯାଇଥିଲା ଏମିତି । ଯାହା ଶୁଣିଳେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ମନ୍ଦିର ଭାଙ୍ଗିବାକୁ ହାଇ କୋର୍ଟ ସିନା ଦେଇ ଦେଲା ନିଷ୍ପତ୍ତି ହେଲେ ଏହା କିନ୍ତୁ ବୋଧ ହୁଏ ମାଆ ମଙ୍ଗଳାଙ୍କ ଇଛା ନ ଥିଲା । କୁହାଯାଏ ଭକ୍ତ ବିନା ଭଗଵାନ ଅଧୁରା । ଯେଉଁଠି ମାଙ୍କ ଏତେ ସବୁ ଭକ୍ତ ରହିଛନ୍ତି ମାର କେମିତି ବା ଇଛା ହେବ ସେହି ସ୍ଥାନ ଛାଡି ଜିବା ପାଇଁ । ଭକ୍ତ ମାନଙ୍କ କାନ୍ଦ ଓ ବିନତିକୁ କେମିତି ବା ଅଣଦେଖା କରିଥାନ୍ତି ମାଆ ।

ଏପରି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ନାର୍କୋ ଥାନା ଅନ୍ତର୍ଗତ କାଣ୍ଡସର ଗାଁ ର ମହୁଲିଗୁରି ସାହିରେ । ଏହି ସାହିରେ ଥିବା ଏକ ମଙ୍ଗଳା ମନ୍ଦିର କୁ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋଟ । କୋର୍ଟ ର ନିଷ୍ଫତି ଅନୁସାରେ ପୋଲିସ ବାହିନୀ ଉପସ୍ଥିତିରେ ମନ୍ଦିର ଭଙ୍ଗା କାର୍ଯ୍ୟ ମଧ୍ୟ ଚାଲିଥିଲା । ହେଲେ ସେହି ସମୟରେ ଘଟି ଥିଲା କିଛି ଏପରି ।

ମନ୍ଦିର ଭାଙ୍ଗିବା ପାଇଁ ଆସିଥିବା ବୁଲ୍ଡୋଜର ଡ୍ରାଇଭର ଅଚାନକ ଅଚେତ୍ ହୋଇ ପଡ଼ିଥିଲେ । ଗୋଟିଏ ପଟେ ମନ୍ଦିର ଭାଙ୍ଗିବାର ପ୍ରସ୍ତୁତି ଚାଲିଥାଏ ଆଉ ଗୋଟେ ପଟେ ଭକ୍ତ କାନ୍ଦି କାନ୍ଦି ମାଙ୍କୁ ଡାକୁଥାଏ । ଏହି ସମୟରେ ଡ୍ରାଇଭର ର ଏମିତି ଅବସ୍ଥା ଦେଖି ଭକ୍ତ ମାନଙ୍କର ଭକ୍ତି ଓ ଆତ୍ମବିଶ୍ବାସ ଆହୁରି ବଢି ଯାଇଥିଲା । ଯାହା ପରେ ଘଣ୍ଟ ହୁଳହୁଳୀରେ ସେହି ସ୍ଥାନ ପ୍ରକମ୍ପିତ ହୋଇ ଉଠିଥିଲା ।

ଦେଖନ୍ତୁ ଭିଡିଓ :-

ସୂଚନା ଅନୁସାରେ ସେହି ଗ୍ରାମର ରାମଚନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି ସେହି ମନ୍ଦିରକୁ ଲାଗି ଏକ ପ୍ଲଟ କିଣିଥିଲେ ତାଙ୍କ ପ୍ଲଟ ସାମ୍ନାକୁ ଲାଗି ଏହି ମଙ୍ଗଳା ମନ୍ଦିର ଅବସ୍ଥିତ । ଯାହାକି ଏକ ଗୋଚର ଜମିରେ ନିର୍ମିତ । ଏହି ମନ୍ଦିର ହେତୁ ରାମଚନ୍ଦ୍ରଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା ।

ପୂର୍ବରୁ ଏ ନେଇ ଗ୍ରାମବାସୀ ଓ ରାମଚନ୍ଦ୍ର ଙ୍କ ମଧ୍ୟରେ କଳହ ଦେଖା ଦେଇଥିଲା । ଏନେଇ ରାମଚନ୍ଦ୍ର ନାୟାଳୟର ଆଶ୍ରୟ ନେଇ ଥିଲେ ଓ ନ୍ୟାଳୟର ନିଷ୍ପତି ମଧ୍ୟ ତାଙ୍କ ସପକ୍ଷ ରେ ହୋଇଥିଲା । ତେବେ ଗତ ବର୍ଷ ମଧ୍ୟ ମନ୍ଦିର ଭାଙ୍ଗିବାକୁ ଚେଷ୍ଟା କରାଇଥିଲା ଯେଉଁଥିରେ ବିଫଳ ହୋଇଥିଲେ ପ୍ରଶାସନ ।