ଚଳିତ ବର୍ଷ ମାର୍ଚ୍ଚ ମାସ ୨୫ ତାରିଖ ସୋମବାର ଦିନ ପଡ଼ିବାକୁ ଯାଉଛି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁସାରେ ଏହି ବର୍ଷ ୫ ଟି ଗ୍ରହଣ ପଡ଼ିବାକୁ ଯାଉଛି । ଏଥି ମଧ୍ୟରୁ ଦୁଇଟି ସୂର୍ଯ୍ୟ ପରାଗ ଓ ତିନୋଟି ଚନ୍ଦ୍ର ଗ୍ରହଣ ରହିବ । ତେବେ ସେ ସୂର୍ଯ୍ୟ ପରାଗ ହେଉ କିମ୍ବା ଚନ୍ଦ୍ର ଗ୍ରହଣ ଏହାର ଧାର୍ମିକ ବିଶେଷତ୍ଵ ଯେତିକି ରହିଛି ବୈଜ୍ଞାନିକ କାରଣ ମଧ୍ୟ ସେହି ଅନୁଯାୟୀ ରହିଛି ।
ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟ ପରାଗର ପ୍ରଭାବ ମଣିଷ ଜୀବନରେ ପଡ଼ିଥାଏ । ତେବେ ଏହାର ପ୍ରଭାବ କେତେକ ରାଶିର ଲୋକଙ୍କ ଉପରେ ଭଲ ରହିଥିବା ବେଳେ ଅନ୍ୟ କେତେକ ରାଶିର ଲୋକଙ୍କ ଉପରେ ଏହା ଏକ ପ୍ରତିକୂଳ ପ୍ରଭାବ ପକାଇଥାଏ । ଯେଉଁଥି ପାଇଁ ଆପଣ ମାନଙ୍କୁ କିଛି ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ ।
ତେବେ ଆସନ୍ତୁ ଜାଣିବା ଚଳିତ ବର୍ଷ ଚନ୍ଦ୍ର ଗ୍ରହଣରେ କେଉଁ ମାନଙ୍କ ଭାଗ୍ୟର ଡୋରି ଖୋଲିବାକୁ ଯାଉଛି ଓ କେଉଁ ମାନଙ୍କୁ କିଛି ମାତ୍ରାରେ ସତର୍କ ରହିବାକୁ ପଡିବ ।
ଆହୁରି ପଢନ୍ତୁ :- ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଦିନ ପଡୁଛି ହୋଲି, ଏହି ୩ ରାଶିଙ୍କ ପାଇଁ ଖୁସି ଖବର, ହେବ ଧନ ପ୍ରାପ୍ତି
ମେଷ ରାଶି :- ସାବଧାନ ରୁହନ୍ତୁ । ଭଗବାନଙ୍କ ଆଶ୍ରିତ ହୁଅନ୍ତୁ । ନିଜ ପ୍ରତି ଓ ନିଜ ପରିବାର ପ୍ରତି ଅଧିକ ସଚେତନ ରୁହନ୍ତୁ ।
ବୃଷ ରାଶି :- ଆର୍ଥିକ କ୍ଷେତ୍ରରେ ସତର୍କ ରୁହନ୍ତୁ । ବ୍ୟୟ କରିବା ସମୟରେ ଭାବି ଚିନ୍ତି ବ୍ୟୟ କରନ୍ତୁ ।
ମିଥୁନ ରାଶି :- ଏମାନଙ୍କୁ ଭଲ ଫଳ ମିଳିବ । ଅଧିକ ଆଶୀର୍ବାଦ ପାଇବା ପାଇଁ ଗୋ ସେବା କରନ୍ତୁ ।
କର୍କଟ ରାଶି :- ନିଜର ରାଗକୁ ନିୟନ୍ତ୍ରଣରେ ରଖନ୍ତୁ । କୌଣସି ପରିସ୍ଥିତିକୁ ସାମ୍ନା କରିବା ପୂର୍ବରୁ ନିଜ କ୍ରୋଧକୁ ପ୍ରଥମେ ନିୟନ୍ତ୍ରଣ କରନ୍ତୁ । ନଚେତ୍ ଅସୁବିଧାରେ ପଡ଼ି ପାରନ୍ତି ।
ସିଂହ ରାଶି :- ଚନ୍ଦ୍ର ଗ୍ରହଣ ଏହି ରାଶିର ଲୋକ ମାନଙ୍କ ପାଇଁ ଭଲ ରହିବ । ହେଲେ ସ୍ବାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ । ସ୍ବାସ୍ଥ୍ୟ ଗତ ସମସ୍ୟା ଦେଖା ଦେଇପାରେ ।
କନ୍ୟା ରାଶି :- କୌଣସି ଭଲ କାର୍ଯ୍ୟ ଏବେ ଆରମ୍ଭ କରନ୍ତୁ ନାହିଁ । କୌଣସି ଅସୁବିଧା ଦେଖା ଦେଲେ ଏଥି ପାଇଁ ବିଚଳିତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ।
ତୁଳା ରାଶି :- କଳହରୁ ଦୂରେଇ ରୁହନ୍ତୁ । କାରଣ ଛୋଟ ସମସ୍ୟା ଆପଣଙ୍କ ପାଇଁ ବଡ଼ ବିପଦ ଆଣି ଦେଇପାରେ ।
ବିଛା ରାଶି :- ଶନିବାର ଦିନ ଶିବ ମନ୍ଦିରକୁ ଯାତ୍ରା କରନ୍ତୁ । ନିଜର ସମସ୍ତ ମନ ସ୍କାମନା ପୂର୍ଣ୍ଣ ହେବ ।
ଧନୁ ରାଶି :- କାର୍ଯ୍ୟ କ୍ଷେତ୍ରରେ ବାଧା ଦେଖାଦେବ । ହେଲେ ଚିନ୍ତା କରନ୍ତୁ ନାହିଁ । କିଛି ସମୟ ଅଟକି ଯାଆନ୍ତୁ ।
ମକର ରାଶି :- ଏହା ଆପଣଙ୍କ ପାଇଁ ମଙ୍ଗଳମୟ ରହିବ । କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭଗବାନ୍ ଙ୍କୁ ସ୍ମରଣ କରନ୍ତୁ ।
କୁମ୍ଭ ରାଶି :- ଅନେକ ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ ହେବ । ଆବଶ୍ୟକ ସ୍ଥଳେ ଦାନ କରନ୍ତୁ ।
ମୀନ ରାଶି :- ଆର୍ଥିକ ଚିନ୍ତାରେ ପଡ଼ି ପାରନ୍ତି । ସ୍ବାସ୍ଥ୍ୟ ଗତ ସମସ୍ୟା ମଧ୍ୟ ଦେଖା ଦେଇପାରେ ।