ପ୍ରଚାର କରିବା ସମୟ ରେ ଗଳି ପଡିଲେ ମନ୍ତ୍ରୀ ଙ୍କ ପୁଅ।ଗାଡ଼ି ଉପରେ ଠିଆ ହୋଇ ଅନ୍ୟ ନେତା ମାନଙ୍କ ସହିତ ପ୍ରଚାର କରୁଥିବା ସମୟ ରେ ତେଲେଙ୍ଗାନା ମୁଖ୍ୟ ମନ୍ତ୍ରୀ ଙ୍କ ପୁଅ ଖସି ପଡ଼ିଥିଲେ । ଯାହାକୁ ନେଇ ଏବେ ଖବର ସାମ୍ନା କୁ ଆସିଚି । ଏଭଳି ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନା ର ନିଜାମାବାଦ ଅଞ୍ଚଳ ରେ । ଏଠାରେ ମୁଖ୍ୟ ମନ୍ତ୍ରୀ କେଶିଆର ରାଓ ଙ୍କ ପୁଅ କେଟିଆର ରାଓ ଗାଡ଼ି ରୁ ପଡ଼ି ଯାଇଛନ୍ତି । ସାମାନ୍ୟ ଆଘାତ ଲାଗି ସେ ଏବେ ଡାକ୍ତର ଖାନା ରେ ଭର୍ତି ହୋଇଛନ୍ତି ।
ସୂଚନା ଅନୁସାରେ ଆସନ୍ତା ନଭେମ୍ବର ୩୦ ତାରିଖ ରେ ତେଲେଙ୍ଗାନା ରାଜ୍ୟ ରେ ନିର୍ବାଚନ ହେବାକୁ ଯାଉଛି । ଏହାର ପ୍ରଚାର ବିଭିନ୍ନ ମନ୍ତ୍ରୀ ଓ ନେତା ମାନେ ଏବେ ଠାରୁ ଆରମ୍ଭ କରି ସାରିଲେଣି । ମୁଖ୍ୟ ମନ୍ତ୍ରୀ କେସିଆର ରାଓ ଙ୍କ ପୁଅ କେଟିଆର ରାଓ ତାଙ୍କ ଦଳ ର ଅନ୍ୟ ନେତା ମାନଙ୍କ ସହିତ ଭ୍ୟାନ ଉପରେ ଠିଆ ହୋଇ ଥିଲେ ଓ ଲୋକ ମାନଙ୍କୁ ପ୍ରଣାମ ଜଣାଉ ଥିଲେ । ଏହି ସମୟ ରେ ହଟାତ ଭ୍ୟାନ ଡ୍ରାଇଭର ଜଣକ ବ୍ରେକ ମାରି ଦେଇଥିଲା । ଯାହା ଫଳ ରେ ଉପରେ ଥିବା ସମସ୍ତ ଲୋକ ତଳ କୁ ଖସି ପଡ଼ି ଥିଲେ ।
ସମସ୍ତଙ୍କ ଶରୀର ରେ ସାମାନ୍ୟ ଆଘାତ ଲାଗିଚି । ତେଣୁ ସେମାନଙ୍କୁ ଉଦ୍ଧାର କରା ଯାଇ ନିକଟସ୍ଥ ମେଡିକାଲ ରେ ଭର୍ତି କରା ଯାଇଚି । କେଟିଆର ରାଓ ଏବେ ନିର୍ବାଚନ ପାଇଁ ସମସ୍ତଙ୍କ ସହିତ ମିଶୁଛନ୍ତି ।
ଦେଖନ୍ତୁ ଭିଡିଓ :-
ସେ ନିଜ ଦଳ କୁ ଭୋଟ ଦେବା ପାଇଁ ଲୋକ ମାନଙ୍କୁ କହୁଛନ୍ତି । ହେଲେ ହଟାତ ଏତେ ବଡ ଦୁର୍ଘଟଣା ଘଟି ଯିବ ତାହା କୁ କେହି ଭାବି ନ ଥିଲେ । ଡ୍ରାଇଭର ଜଣକ ବ୍ରେକ ମାରିବା ଫଳ ରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଭ୍ୟାନ ର ରେଲିଙ୍ଗ ଟି ଭାଙ୍ଗି ଯାଇଥିଲେ । ମୁଖ୍ୟ ମନ୍ତ୍ରୀ ଙ୍କ ପୁଅ ପଡ଼ି ଯାଉଥିବାର ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାକୁ ଲାଗୁଛି । ଏହାକୁ ନେଇ ଅନେକ ଲୋକ ଅନେକ ମତ ଦେଉଛନ୍ତି । ଏବେ ସେ ସୁସ୍ଥ ଅଛନ୍ତି ।