ବାପା-ମା ନିଜ ପିଲାଙ୍କୁ କେତେ ବୟସ ହେବା ଯାଏଁ ନିଜ ପାଖରେ ଶୁଆଇବା ଉଚିତ।

ପିଲାମାନେ ସେମାନଙ୍କ ପିତାମାତାଙ୍କ ସହିତ ଶୋଇବାକୁ ଭଲ ପାଆନ୍ତି।ଛୋଟ ଥିଲାବେଳେ ପିଲାମାନଙ୍କୁ ନିଜ ପାଖରେ ଶୁଆଇବା ଭଲ। କିନ୍ତୁ ପିଲାମାନେ ବଡ଼ ହେବା ପରେ ସେମାନଙ୍କୁ ନିଜଠାରୁ ଅଲଗା ଶୋଇବାର ଶିଖାଇବା ଉଚିତ। ନହେଲେ ଅନେକ ସମସ୍ୟା ଉପୁଜି ପାରେ।

ବେଳେବେଳେ ପିଲା ଏକାକୀ ଶୋଇବାକୁ ଚାହାଁନ୍ତି, କିନ୍ତୁ ପିତାମାତା ଏହାକୁ ଅନୁମତି ଦିଅନ୍ତି ନାହିଁ। କିନ୍ତୁ ଏପରି କରିବା ସଂପୂର୍ଣ୍ଣ ଭୁଲ। ଯଦି ଆପଣ ନିୟମିତ ଭାବରେ ନିଜ ପିଲାମାନଙ୍କୁ ଆପଣଙ୍କ ପାଖରେ ଶୋଇବାକୁ ଦିଅନ୍ତି, ତେବେ ଏମିତି ବି ସମ୍ଭାବନା ଅଛି ଯେ ଦିନେ ସେମାନେ ଆପଣଙ୍କ ସହିତ ଶୋଇବାକୁ ଜିଦ୍ କରିବେ।

ଯଦି ପିଲାମାନଙ୍କୁ ଛାଡ଼ି ଅନ୍ୟ କୌଣସି ସ୍ଥାନକୁ ଯିବାକୁ ପରିସ୍ଥିତି ଅଛି, ତେବେ ଏହା ବହୁତ କଷ୍ଟସାଧ୍ୟ ହେବ।

୮ ବର୍ଷ ବୟସ ହେବା ପରେ ଆପଣ ଧୀରେ ଧୀରେ ପିଲାମାନଙ୍କୁ ଏକାକୀ ଶୋଇବାକୁ ଚେଷ୍ଟା କରନ୍ତୁ। ଆପଣ ଛୁଆକୁ ଏକୁଟିଆ ଶୋଇବାକୁ ବାଧ୍ୟ କର ନାହିଁ। କୌଣସି ପିଲା ହଠାତ୍ ଏକୁଟିଆ ରହିବାକୁ ଅଭ୍ୟସ୍ତ ହେବେ ନାହିଁ।

ପ୍ରଥମ ପଦକ୍ଷେପ ହେଉଛି ତାଙ୍କୁ ସପ୍ତାହରେ ଦୁଇ ତିନି ଥର ଏକାକୀ ଶୋଇବା ଦିଅନ୍ତୁ। ଏହା ପରେ ଧୀରେ ଧୀରେ ଆପଣ ଏକାକୀ ଶୋଇବାର ଦିନ ବଢ଼ାନ୍ତୁ। ନିୟମିତ ଏହା କରିବା ଦ୍ବାରା ସେମାନେ ଟିକେ ଏକୁଟିଆ ଶୋଇବାରେ ଅଭ୍ୟସ୍ତ ହେବେ।