ମାମୁଁ ଭାଣେଜୀ ମଧ୍ୟରେ ଥିଲା ଶାରୀରିକ ସମ୍ପର୍କ, ଭାଣେଜୀ ବାହା ହେବାକୁ କହିବାରୁ ଏମିତି କାଣ୍ଡ ଘଟାଇଲା ମାମୁଁ, ଜାଣନ୍ତୁ ପୁରା ଘଟଣା

କଳିଯୁଗର ଭୟଙ୍କର କାରନାମା । ମାମୁଁ ଭାଣିଜୀ ମଧ୍ୟରେ ଗଢ଼ି ଉଠିଲା ଶାରୀରିକ ସମ୍ପର୍କ । ଶାରୀରିକ ସମ୍ପର୍କ ଏତେ ବଢ଼ିଗଲା ଯେ, ଶେଷରେ ଏଭଳି ଏକ ପାପ କରିବାକୁ ବି ପଛେଇଲାନି ମାମୁଁ ।

କିଛି ଦିନ ତଳେ ମାମୁ କାନ୍ଦି କାନ୍ଦି ଥାନାକୁ ଯାଇଥିଲେ ନିଜ ଭାଣିଜୀ ନିଖୋଜର ଅଭିଯୋଗ ନେଇ । ମାମୁଁର ସୁନ୍ଦର ଅଭିନୟକୁ ବି ସହଜରେ ବିଶ୍ୱାସ କରି ନେଇଥିଲା ପୋଲିସ ।

ମାମୁଁର ଅଭିଯୋଗ ଅନୁସାରେ, ସେ ତାର ଭାଣିଜୀକୁ ବରୁଣେଇରେ ଛାଡି ଆସିଥିଲେ । ସେ ତାର ସାଙ୍ଗ ମାନଙ୍କ ସହ ବୁଲିବା ପାଇଁ ଯାଇଥିଲା । ହେଲେ ତା ପର ଠାରୁ ତାର କୌଣସି ଖବର ନାହିଁ ।

ମାମୁଁର କଥା ଶୁଣି ସନ୍ଧାନ ଆରମ୍ଭ କରି ଦେଇଥିଲା ପୋଲିସ । ହେଲେ ଯାହା ସାମ୍ନାକୁ ଆସିଲା ତାହା ସମ୍ପୂର୍ଣ୍ଣ ଭୟଙ୍କର ଥିଲା । ପୋଲିସ ଖୋଜି ବାହାର କରିଥିଲା ପ୍ରକୃତ ଅଭିଯୁକ୍ତକୁ । ଆଉ ସେ ଥିଲା ନିଜେ ମାମୁଁ ।

ମାମୁଁ ଓ ଭାଣିଜୀ ମଧ୍ୟରେ ରହିଥିଲା ଶାରୀରିକ ସମ୍ପର୍କ । ଯେଉଁଥିପାଇଁ ଭାଣିଜୀ ମାମୁଁକୁ ବାହା ହେବା ପାଇଁ ଜିଦ୍ ଧରି ବସିଥିଲା । ହେଲେ ମାମୁ ପୂର୍ବରୁ ବିବାହିତ ଥିଲେ । ଭାଣିଜୀର ଜିଦି ଦେଖି ମାମୁଁ ତାଙ୍କୁ ସବୁ ଦିନ ପାଇଁ ପଥରରେ ଛେଚି ମାରି ଦେଇଥିଲେ ।