ନ୍ୟାୟାଳୟ ଛାଡ଼ପତ୍ରକୁ ସିକୃତି ଦେବା ପରେ ବର୍ଷା ଓ ଅନୁଭବଙ୍କ ବିବାଦର ଏକ ପ୍ରକାରର ସମାପ୍ତି ଘଟିଛି ବୋଲି ଆପଣ କହି ପାରିବେ । ହେଲେ ଆଜି ବି ଲୋକ ମାନଙ୍କ ମନରେ ଅନେକ ପ୍ରଶ୍ନ । କିଏ ସତ ଆଉ କିଏ ମିଛ । ଏହି ମାମଲାରେ ସତରେ ଦୋଷୀ ଦଣ୍ଡ ପାଇଛି ତ । ତେବେ ବର୍ଷା ଯେଉଁ ସବୁ ଅଭିଯୋଗ ଆଣିଥିଲେ ନିଜ ସ୍ଵାମୀ ଅନୁଭବ ମହାନ୍ତିଙ୍କ ନାଁରେ ତାହା କଣ ସବୁ ମିଛ ଥିଲା । ତେବେ ଜଣେ ନାରୀ ନିଜ ସ୍ଵାମୀ ନାଁରେ ଏମିତି ମିଛ ବଦନାମ୍ ଆଣିବ ବା କାହିଁକି ।
ତେବେ ଏଠି ଯଦି ବର୍ଷା ଠିକ୍ ଆଉ ଅନୁଭବ ଭୁଲ୍ ଥିଲେ ତେବେ ବର୍ଷା ଛାଡ଼ପତ୍ର କାହିଁକି ଚାହୁଁ ନ ଥିଲେ । ଏପଟେ ହଠାତ୍ ଡିଭୋର୍ସ ହେଉ ହେଉ ଅନୁଭବ ଦ୍ଵିତୀୟ ବିବାହ କରିବାକୁ ମଧ୍ୟ ଫ୍ୟାନ୍ସ ମାନଙ୍କୁ ଜଣାଇଥିଲେ । ଅନୁଭବ ଏତେ ଜଲଦି ନିଜ ପାଇଁ କନ୍ୟା କେଉଁଠୁ ପାଇଲେ ।
କଣ ସେ ଆଗରୁ ଠିକ୍ କରି ରଖିଥିଲେ । କାରଣ ଜଣେ ଜଣଙ୍କର ପ୍ରଥମ ବିବାହ ବିଫଳ ହେବା ପରେ ତାହା ପୁଣି ପ୍ରେମ ବିବାହ, ଅନ୍ୟ ବିବାହ କରିବା ପୂର୍ବରୁ ତାକୁ ଅନେକ ଭାବି ଚିନ୍ତି ନିଷ୍ପତ୍ତି ନେବାକୁ ପଡ଼ିଥାଏ ।
ଦେଖନ୍ତୁ ଭିଡିଓ :-
ହେଲେ ଏଠି ଅନୁଭବ ହଠାତ୍ ନିଶ୍ପତ୍ତି ନେବାର କାରଣ କଣ ? ତେବେ ସତରେ କଣ ବର୍ଷାଙ୍କର ଅଭିଯୋଗ ସତ ଥିଲା । ସେ ବର୍ଷାଙ୍କୁ ବିବାହ କରି ମଧ୍ୟ ଅନ୍ୟ ଝିଅ ସହିତ ସମ୍ପର୍କ ରଖିଥିଲେ ଓ ତାକୁ ବିବାହ କରିବାକୁ ଚାହୁଁଥିଲେ । ତେବେ ଆପଣଙ୍କର ଯଦି ମନେ ଥାଏ ବର୍ଷା ଅନୁଭବଙ୍କ ନାଁରେ ଅଭିଯୋଗ କରିବା ପରେ କିଛି ଅଭିନେତ୍ରୀ ମାନେ ମୁହଁ ଖୋଲିଥିଲେ ।
ଯେପରିକି ବିଦୁସ୍ମିତା କହିଥିଲେ ଅନୁଭବ ମହାନ୍ତି ନାରୀ ମାନଙ୍କୁ ସମ୍ମାନ ଦେଇ ଶିଖି ନାହାନ୍ତି । ସେ କେବେ କେଉଁ ନାରୀକୁ ସମ୍ମାନ ଦିଅନ୍ତି ନାହିଁ । ଏପରି କି ସେ ମଧ୍ୟ ଅନୁଭବଙ୍କ ଅତ୍ୟାଚାରର ଶିକାର ହୋଇଛନ୍ତି ବୋଲି କହିଥିଲେ । ୨୦୦୬ ରେ ଏକ ଫିଲ୍ମ ସୁଟିଂ ସେଟ୍ ରେ ଅନୁଭବ ବିଦୁସ୍ମିତାଙ୍କୁ ଟରଚର୍ କରିଥିବା କହିଛନ୍ତି ଅଭିନେତ୍ରୀ । ସେ କହିଛନ୍ତି “ଅନୁଭବ ମତେ ଫିଜିକାଲି ଆଟାକ୍ କରିବା ସହ ମୋ ତଣ୍ଟି ଚିପି ମତେ ମାରିଦେଇଥାନ୍ତେ ଅନ୍ୟ ମାନେ ତାଙ୍କୁ ଅଟକାଇବାରୁ ମୁଁ ବଞ୍ଚି ଯାଇଥିଲି ।”