ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡି ବାହା ହୋଇ ପାରିନଥିଲେ ରତନ ଟାଟା, ଜାଣନ୍ତୁ କିପରି ପ୍ରେମରେ ଅସଫଳ ହୋଇଥିଲେ

ରତନ ଟାଟାଙ୍କ ପରଲୋକ । ଆଉ ନାହାନ୍ତି ବିଶିଷ୍ଟ ଶିଳ୍ପପତି ରତନ ଟାଟା । ୮୬ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୁମ୍ବାଇର ଏକ ଘରୋଇ ହସପିଟାଲରେ କିଛି ଦିନ ଧରି ସେ ଚିକିତ୍ସିତ ହେଉଥିଲେ । ବିଜନେସ୍ ଟାଇକୁନଙ୍କ ପରଲୋକରେ ଦେଶବ୍ୟାପୀ ଶୋକର ଛାୟା ଖେଳିଯାଇଛି । ଉଦ୍ୟୋଗପତି ସହ ସମାଜସେବୀ ଭାବେ ପରିଚିତ ଥିଲେ ରତନ ଟାଟା ।

ଏତେ ବଡ଼ ବ୍ୟକ୍ତିତ୍ୱ ହୋଇ ବି ସେ ବିବାହ କରି ନ ଥିଲେ । କିନ୍ତୁ ଯୁବାବସ୍ଥାରେ ସେ ପ୍ରେମରେ ପଡ଼ିଥିଲେ। ମାତ୍ର କଥା ବିବାହ ପର୍ଯ୍ୟନ୍ତ ପହଞ୍ଚି ପାରି ନ ଥିଲା। ତାଙ୍କ କହିବାନୁଯାୟୀ, ଆମେରିକାର ଲସ୍‌ ଏଞ୍ଜଲସ୍‌ରେ ଚାକିରି କରୁଥିବା ବେଳେ ସେ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ। କଥା ବିବାହ ପର୍ଯ୍ୟନ୍ତ ପହଞ୍ଚିଥିଲା। ମାତ୍ର ସେତେବେଳେ ଜେଜେମା’ଙ୍କ ଅସୁସ୍ଥତା ହେତୁ ସେ ଭାରତ ଫେରିବାକୁ ବାଧ୍ୟ ହୋଇଥିଲେ।

ରତନ ଟାଟାଙ୍କ ବିଶ୍ୱାସ ଥିଲା, ତାଙ୍କ ପଛେ ପଛେ ତାଙ୍କ ପ୍ରେମ ବି ଭାରତ ଆସିବ । ମାତ୍ର ସେପରି କିଛି ହୋଇ ନ ଥିଲା। ୧୯୬୨ ମସିହାରେ ଭାରତ-ଚୀନ୍‌ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ଉକ୍ତ ଯୁବତୀଙ୍କ ମାତାପିତା ଆଉ ତାଙ୍କୁ ଭାରତ ଛାଡ଼ି ନ ଥିଲେ। ଫଳରେ ରତନ ଟାଟାଙ୍କ ପ୍ରେମ କାହାଣୀ ଅଧୁରା ରହି ଯାଇଥିଲା।

ଏହାଛଡ଼ା ବଲିଉଡ ଅଭିନେତ୍ରୀ ସିମି ଗ୍ରେୱାଲଙ୍କ ସହ ଯୋଡ଼ା ହୋଇଥିଲା ରତନ ଟାଟାଙ୍କ ନାମ । ସିମି ଗ୍ରେୱାଲ ୬୦ ଦଶକରେ ବଲିଉଡର ଜଣେ ସଫଳ ଅଭିନେତ୍ରୀ ଥିବା ବେଳେ ଏକ ଶୋ’ ବି ହୋଷ୍ଟ କରିଥିଲେ। ରତନ ଟାଟା ବି ତାଙ୍କ ଶୋ’କୁ ଗେଷ୍ଟ ହୋଇ ଯାଇଥିଲେ। ୨୦୧୧ ମସିହାରେ ଦେଇଥିବା ଏକ ସାକ୍ଷାତକାରରେ ରତନ ଟାଟାଙ୍କୁ ଡେଟ କରିବା କଥା ସ୍ୱୀକାର କରିଥିଲେ ସିମି ।