ଶିଶୁଙ୍କ ମୃତ୍ୟୁ ପରେ ମୃତଦେହକୁ ଜଳା ନଯାଇ କାହିଁକି ପୋତି ଦିଆଯାଏ, ଏହାପଛର କାରଣ ଅତି ଆଶ୍ଚର୍ଯ୍ୟକର

କଣ ଆପଣ ଜାଣନ୍ତି ମୃତ୍ୟୁ ପରେ ଶବକୁ କାହିଁକି ପୋଡ଼ା ଯାଇଥାଏ ଏବଂ ବିଶେଷ କରି ଛୋଟ ଶିଶୁ ମାନଙ୍କୁ କାହିଁକି ପୋଡ଼ା ନ ଯାଇ ମାଟିରେ ପୋତା ଯାଇଥାଏ ? ତେବେ ଆସନ୍ତୁ ଜାଣିବା ଏହାକୁ ନେଇ କଣ କୁହା ଯାଇଛି ଗରୁଡ ପୁରାଣରେ……

ଗରୁଡ ପୁରାଣ ଅନୁସାରେ ଏହି ପ୍ରଶ୍ନ ଏକଦା ପକ୍ଷୀରାଜ ଗରୁଡ ଶ୍ରିହରୀଙ୍କୁ ପଚାରିଥିଲେ । ଯାହାର ଉତ୍ତରରେ ଶ୍ରିହରି କହିଥିଲେ, ମନୁଷ୍ୟ ମୃତ୍ୟୁ ପରେ ତାକୁ ପୋଡିବା ପଛରେ ଯେପରି ଏକ ମହତ୍ତ୍ଵ ଉଦ୍ଦେଶ୍ୟ ରହିଛି ଠିକ୍ ସେହିପରି ବିଶେଷ କରି ଗାଈ ଓ ସନ୍ନ୍ୟାସୀମାନଙ୍କ ଶରୀରକୁ ପୋତିବାର ମଧ୍ୟ ବିଶେଷ ମହତ୍ତ୍ଵ ରହିଛି ।

ଯାହାକୁ ବୁଝାଇବାକୁ ଯାଇ ଶ୍ରୀହରି ଗରୁଡଙ୍କୁ କଣ କହିଥିଲେ ଜାଣନ୍ତୁ…..

ମୃତ୍ୟୁ ପରେ ମନୁଷ୍ୟ ଶରୀରକୁ ପୋଡ଼ାଯାଏ କାହିଁକି ନା ମନୁଷ୍ୟ ଶରୀରରେ ରହି ତାଙ୍କର ଆତ୍ମା ମଧ୍ୟ ମୋହ , ମାୟା ଓ ଲୋଭର ଶିକାର ହୋଇଥାଏ । ମନୁଷ୍ୟର ଆୟୁ ସରିଯିବା ପରେ ମଧ୍ୟ ତାଙ୍କ ଆତ୍ମା ଛାଡ଼ି ଯିବା ପାଇଁ ଚାହିଁ ନ ଥାଏ । ସେଥିପାଇଁ ମନୁଷ୍ୟର ଶରୀରକୁ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ କରି ଦିଆଯାଏ । 

ଠିକ୍ ସେହିପରି ଜନ୍ମରୁ ୨ ବର୍ଷ ପର୍ଯ୍ୟନ୍ତ ଶିଶୁ୍ର ମୃତ୍ୟୁ ଓ ସନ୍ନ୍ୟାସୀର ମୃତ୍ୟୁ ହେଲେ ତାଙ୍କୁ ପୋତି ଦିଆଯାଇଥାଏ । କାରଣ ସେମାନଙ୍କର ଶରୀର ସଂସାର ପ୍ରତି କିଛି ଲୋଭ, ମୋହ, ମାୟା ନ ଥାଏ ଏବଂ ଆତ୍ମା ସେହି ଶରୀରକୁ ଯିବା ପାଇଁ ଆଉ ଥରେ ଚାହିଁ ନ ଥାଏ ।