ବିଜେଡିର ନୂଆ ପ୍ଲାନ ଆଗରେ ଫିକା ପଡିବେ କି ଅପରାଜିତା ? ଶ୍ରିମୟୀ ଙ୍କ ଜାଗାରେ ଏହି ନେତ୍ରୀ…

ଅପରାଜିତାଙ୍କୁ ହରାଇବାକୁ ଜବରଦସ୍ତ ପ୍ଲାନ୍ କରିଛି ବିଜେଡି । ଭୁବନେଶ୍ୱରରେ ନୂଆ ପ୍ରାର୍ଥୀଙ୍କୁ ଓହ୍ଲାଇବ ବିଜେଡ଼ି । ଶ୍ରୀମୟୀଙ୍କ ବଦଳରେ ଆଉ ଜଣେ ହେବେ ପ୍ରାର୍ଥୀ । ଭୁବନେଶ୍ୱର ଲୋକସଭା ଆସନ ଉଭୟ ବିଜେଡ଼ି ଓ ବିଜେପିର ଫୋକସରେ ରହିଛି । ଏମିତିକି ରାଜ୍ୟରେ ଯେଉଁ ନିର୍ବାଚନୀ ମେଣ୍ଟର ଚର୍ଚ୍ଚା ହେଉଥିଲା ତାହା ନ ହେବା ପଛରେ ବି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିବା ପୂର୍ବରୁ ଚର୍ଚ୍ଚା ହୋଇଛି । କାରଣ ଆସନ ଭାଗବଣ୍ଟା ମଧ୍ୟରେ ଯେଉଁ କିଛି ଆସନକୁ ନିଜ ପାଖରେ ରଖିବାକୁ ଦୁଇ ଦଳ ଅଡ଼ି ବସିଥିଲେ ବୋଲି କୁହା ଯାଉଥିଲା । ତାହା ଭିତରୁ ଭୁବନେଶ୍ୱର ପ୍ରମୁଖ ବୋଲି ମଧ୍ୟ ପୂର୍ବରୁ ଆଲୋଚନା ହୋଇଛି ।

ତେଣୁ ସ୍ଵାଭାବିକ ଭାବେ ରାଜଧାନୀରେ ରହୁଥିବା ଭୁବନେଶ୍ୱର ଲୋକସଭା ଆସନ ଉପରେ ଶାସକ ଏବଂ ବିରୋଧୀ ଦଳର ସ୍ଵତନ୍ତ୍ର ନଜର ରହିଛି । ତେବେ ସେ ଯାହା ବି ହେଉ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଏଥର ପୁଣି ଥରେ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରିଛି ବିଜେପି । ଯାହା ବିଜେଡ଼ିର ମୁଣ୍ତ ବ୍ୟଥାକୁ ବଢ଼େଇ ଦେଇଛି ବୋଲି କୁହା ଯାଉଛି । କାରଣ ଗତଥର ଅର୍ଥାତ୍ ୨୦୧୯ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ଅରୁବ ପଟ୍ଟନାୟକଙ୍କୁ ହରାଇ ଭୁବନେଶ୍ୱରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଅପରାଜିତା । ଗତ ନିର୍ବାଚନରେ ଉଭୟ ଦଳ ଏହି ଆସନରେ ନୂଆ ଚେହେରାଙ୍କୁ ପ୍ରଥମ ଥର ପାଇଁ ସାମ୍ନାକୁ ଆଣିଥିଲେ ।

ବିଜେପି ପୂର୍ବତନ ଆଇ.ଏ.ଏସ୍. ଅଧିକାରୀ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କୁ ଚେକ୍ ଦେବା ପାଇଁ ପୂର୍ବତନ ଆଇ.ପି.ଏସ୍. ଅରୁବ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା ଶାସକ ଦଳ । ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର୍ ହୋଇଥିଲେ ମଧ୍ୟ ଅରୁବଙ୍କ ଉପରେ ଅପରାଜିତା ଭାରି ପଡ଼ିଥିଲେ । ବିଜେଡ଼ି ପ୍ରାର୍ଥୀ ଅରୁବ ପଟ୍ଟନାୟକଙ୍କୁ ୨୩,୮୩୯ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ ଅପରାଜିତା ଷଡ଼ଙ୍ଗୀ ।

ଦେଖନ୍ତୁ ଭିଡିଓ :-

ଅରୁବଙ୍କ ସପକ୍ଷରେ ୪,୬୩,୧୫୨ ଭୋଟ ପଡ଼ିଥିବା ବେଳେ ୪,୮୬,୯୯୧ ଭୋଟ ପାଇ ବିଜୟୀ ହୋଇଥିଲେ ଅପରାଜିତା । ଆଉ ସାଂସଦ ହେବା ପରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସେ ରାଜ୍ୟ ସରକାରଙ୍କୁ କରିଥିଲେ ଟାର୍ଗେଟ । ତେବେ ଅପରାଜିତାଙ୍କୁ କାଉଣ୍ଟର କରିବା ପାଇଁ ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କୁ ସାମ୍ନାକୁ ଆଣିଥିଲା ବିଜେଡ଼ି । ତେଣୁ ଏଠାରେ ଅପରାଜିତାଙ୍କୁ ଚାଲେଞ୍ଜ ଦେବା ପାଇଁ ଜଣେ ନୂଆ ତଥା ଯୁବ ଚେହେରାଙ୍କୁ ସାମ୍ନାକୁ ଆଣିବା ପାଇଁ ପ୍ରସ୍ତୁତି କରୁଥିବା କୁହା ଯାଉଛି ।