କେବେ ବି ମହିଳାମାନେ ନିଜର ୫ଟି ଜିନିଷ ଅନ୍ୟକୁ ଦେବା ଉଚିତ ନୁହେଁ, ନଚେତ୍ ସ୍ଵାମୀଙ୍କ ଉପରେ ଆସିପାରେ ବିପଦ

କଣ ଆପଣ ଜାଣନ୍ତି କି ଜଣେ ମହିଳା ତାଙ୍କର ଏହି ସବୁ ଜିନିଷ ଅନ୍ୟକୁ ଦେବା ଆଦୌ ଉଚିତ୍ ନୁହେଁ । ମହିଳା ଏହି ସବୁ ଜିନିଷ ଅନ୍ୟକୁ ଦାନ ଦେବା ଦ୍ୱାରା ତାଙ୍କ ସ୍ୱାମୀଙ୍କ ପ୍ରତି ଏହା ଅମଙ୍ଗଳ ହୋଇଥାଏ । ଦାନ ଦେବାକୁ ଏକ ଧର୍ମ କାମ ବୋଲି ମନେ କରା ଯାଇଥାଏ । ହେଲେ ହିନ୍ଦୁ ଧର୍ମରେ ଏପରି କିଛି ଜିନିଷ ରହିଛି ଯାହା ଅନ୍ୟକୁ ଦେବା ଅଶୁଭ ବୋଲି ମନେ କରା ଯାଇଥାଏ ।

ତେବେ ଆସନ୍ତୁ ଜାଣିବା ଏପରି କେଉଁ ସବୁ ଜିନିଷ ମହିଳା ଦାନ କରିବା ଉଚିତ୍ ନୁହେଁ । ତେବେ ଯଦି ମହିଳା ଏପରି କରୁଛନ୍ତି ଏହା ତାଙ୍କ ସ୍ବାମୀଙ୍କ ପ୍ରତି ଅମଙ୍ଗଳ ସାବ୍ୟସ୍ତ ହୋଇଥାଏ ।

ସିନ୍ଦୂର :- ହିନ୍ଦୁ ଧର୍ମର ଏହାକୁ ଅତି ପବିତ୍ର ବୋଲି ମନେ କରା ଯାଇଥାଏ । ଏହାର ବ୍ୟବହାର ସଧବା ନାରୀ ମାନେ କରିଥାନ୍ତି । ଜଣେ ନାରୀ ନିଜେ ବ୍ୟବହାର କରୁଥିବା ସିନ୍ଦୂରକୁ ଅନ୍ୟକୁ ଦେବା ଉଚିତ୍ ନୁହେଁ ।

ଆହୁରି ପଢନ୍ତୁ :- ଏଣିକି ଆଉ ବିବାହରେ ଏପରି ପିନ୍ଧିପାରିବେନି କନ୍ୟା, ଲାଗୁହେଲ ନୂଆ ବିବାହ ଡ୍ରେସ୍ କୋଡ!

ମଙ୍ଗଳସୂତ୍ର :- ଏହା ବିବାହିତ ନାରୀର ଏକ ପ୍ରତୀକ ଅଟେ । ଏହା କାହାକୁ ଦେବା ଦ୍ୱାରା ସ୍ୱାମୀର କ୍ଷତି ହୁଏ ।

ବିନ୍ଦି :- ପ୍ରତ୍ୟେକ ସଧବା ନାରୀ ନିଜ କପାଳ ରେ ବିନ୍ଦି ଲଗାଇ ଥାଆନ୍ତି, କିନ୍ତୁ ଅନ୍ୟର ଲଗାଇଥିବା ବିନ୍ଦି କଦାପି ଲଗାଇବା ଉଚିତ ନୁହେଁ । ଏହାଦ୍ୱାରା ଦାମ୍ପତ୍ୟ ଜୀବନ ପ୍ରଭାବିତ ହୋଇଥାଏ ଏବଂ ସ୍ୱାମୀଙ୍କ ସଫଳତା ବାଧାପ୍ରାପ୍ତ ହୋଇଥାଏ ।

କଙ୍କଣ :- ନିଜର କଙ୍କଣ ଅନ୍ୟ ମାନଙ୍କୁ ବ୍ଯବହାର କରିବାକୁ ଦିଅନ୍ତୁ ନାହିଁ । ଏପରି କରିବା ଦ୍ବାରା ସ୍ଵାମୀଙ୍କ ଦେହ ଅସୁସ୍ଥ ହୋଇପାରେ ।

ଝୁଣ୍ଟିଆ :- ହିନ୍ଦୁ ଧର୍ମ ଅନୁସାରେ ପାଦ ଝୁଣ୍ଟିଆର ମହତ୍ତ୍ଵ ଅଧିକ । ବିଶ୍ୱାସ କରାଯାଏ ଝୁଣ୍ଟିଆ ପିନ୍ଧିବା ଦ୍ୱାରା ସ୍ୱାମୀର ଆୟୁଷ ବଢ଼ିଥାଏ । ତେଣୁ ଏହା କାହାକୁ ଦାନ କରିବା ଉଚିତ୍ ନୁହେଁ ।