ଆଜିର ଗ୍ରହମାନଙ୍କ ସ୍ଥିତି ଅନୁଯାୟୀ ସୂର୍ଯ୍ୟ, ବୁଧ, ଶୁକ୍ର, ଗୁରୁ ବୃଷ ରେ। କେତୁ କନ୍ୟା ରାଶିରେ। ଶନି କୁମ୍ଭ ରାଶିରେ। ମଙ୍ଗଳ, ରାହୁ ଏବଂ ଚନ୍ଦ୍ର ମୀନ ରାଶିକୁ ଗମନ କରୁଛନ୍ତି।
ମେଷ ରାଶି :
ଶନିଙ୍କ ପ୍ରଭାବରେ ବିଚାର ବିଗିଡ଼ିଯିବା ଫଳରେ ଭୁଲ୍ ନିଷ୍ପତ୍ତି ନେଇ ପସ୍ତେଇବେ। କର୍ମକ୍ଷେତ୍ରରେ ଉନ୍ନତି ସାଙ୍ଗକୁ ଆର୍ଥିକ ଅଭିବୃଦ୍ଧି ଘଟିବ। ବିବାଦୀୟ ପରିସ୍ଥିତିରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଲାଲ ରଙ୍ଗର ଜିନିଷ ପାଖରେ ରଖନ୍ତୁ। କଳା ଜିନିଷ ଦାନ କରନ୍ତୁ।
ବୃଷ ରାଶି :
ରାଶ୍ୟାଧିପତି ଶୁକ୍ର ଅନ୍ୟତିନୋଟିଗ୍ରହ ସହ ଥିବାରୁ ସାମାଜିକ ସମ୍ମାନ ସହ ବ୍ୟକ୍ତିତ୍ୱର ବିକାଶ ଘଟିବ। ସ୍ବାସ୍ଥ୍ୟ ରେ ଉନ୍ନତି ଘଟିବ। ପ୍ରେମ ଏବଂ ପିଲାମାନଙ୍କ ସାଥୀତା ମିଳିବ। କଳା, ସାହିତ୍ୟ, ସଙ୍ଗୀତ ରୁଚି ସହ ବିଳାସପୂର୍ଣ୍ଣ ଘର, ଗାଡ଼ି, ପାଇଁ ମନ ବଳାଇବେ। ପାପଯୁକ୍ତ ଚନ୍ଦ୍ର କୌଣସି ବନ୍ଧୁ ଦ୍ୱାରା ବିବାଦୀୟ ସମସ୍ୟା ସୃଷ୍ଟି କରିପାରେ। ବନ୍ଧୁଙ୍କୁ ଦୀର୍ଘ ସମୟ ଅପେକ୍ଷା କରି ବିରକ୍ତ ହୋଇପାରନ୍ତି। ପାଖରେ ସବୁଜ ରଙ୍ଗର ଜିନିଷ ରଖନ୍ତୁ।
ମିଥୁନ ରାଶି :
ବୁଧ ଓ ଶୁକ୍ର ଦ୍ୱାଦଶସ୍ଥ ହୋଇ ଚତୁର୍ଥସ୍ଥାନକୁ ଦୃଷ୍ଟି ଦେଉଥିବାରୁ ସଂଘର୍ଷ କରି ଅଭିଳାଷ ପୂରଣ କରିବାରେ ସମର୍ଥ ହେବେ। ପାରିବାରିକ କ୍ଷେତ୍ରରେ ପ୍ରତିବନ୍ଧକର ସାମ୍ନା କରିପାରନ୍ତି। କର୍ମକ୍ଷେତ୍ରରେ ଭଲ କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି। ବୁଧାଦିତ୍ୟ ଯୋଗ ପ୍ରଭାବରେ ପ୍ରତିଷ୍ଠାର୍ଜନ ସହ ରୁଗ୍ଣ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ହଳଦିଆ ଜିନିଷ ଦାନ କରନ୍ତୁ।
କର୍କଟ ରାଶି :
ଅପମାନିତ ହେବାର ଭୟ ରହିଛି। କର୍ମାଧିପ ପାପଗ୍ରହ ସଂଯୋଗରୁ କର୍ମକ୍ଷେତ୍ରରେ ଶୁଣାକଥାକୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ତଥାପି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କର ମନର ବଳ ଟାଣ ରହିବ ଏବଂ ଜିଦ୍ରେ ଅଟଳ ରହିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ କାମରେ ଟେନସନ୍ ଦୂର ହେବ। ଶିଳ୍ପ, ବାଣିଜ୍ୟରେ କ୍ଷତିର ଭରଣା କରିପାରିବେ ନାହିଁ। ସ୍ବାସ୍ଥ୍ୟ ମଧ୍ୟମ ରହିବ। ଭଗବାନ ଶିବଙ୍କୁ ଜଳାଭିଷେକ କରନ୍ତୁ ମଙ୍ଗଳ ହେବ।
ସିଂହ ରାଶି :
ରବି ସହ ବୃହସ୍ପତିଙ୍କ ସମ୍ବନ୍ଧରୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ।ଆହତ ହେବାର ସମ୍ଭାବନା ଅଛି। ସ୍ବାସ୍ଥ୍ୟ, ପ୍ରେମ ମଧ୍ୟମ ରହିବ। ଆପଣ କିଛି ଅସୁବିଧାରେ ପଡିପାରନ୍ତି। କର୍ମକ୍ଷେତ୍ରରେ ପରିଚାଳନାଗତ ଦକ୍ଷତା ବୃଦ୍ଧି ପାଇବା ସହ ଉପରିସ୍ଥଙ୍କ ପ୍ରୀତିଭାଜନ ହେବେ। ବନ୍ଧୁଙ୍କ ସହ ଟଙ୍କା, ପଇସା କାରବାର କିମ୍ବା ବିବାଦୀୟ ମନ୍ତବ୍ୟକୁ ନେଇ କଳହର ଆଶଙ୍କା ରହିଛି। ବ୍ୟବସାୟ ଓ ପରିବହନରେ ଝଗଡ଼ା କିମ୍ବା ଯାତ୍ରା ସ୍ଥଗିତ ରହିଯାଇପାରେ। ହଳଦିଆ ଜିନିଷ ପାଖରେ ରଖନ୍ତୁ।
କନ୍ୟା ରାଶି :
ରାଶିକୁ ଏକାଧିକଗ୍ରହଙ୍କ ଦୃଷ୍ଟି ଦୁଃଖଦସ୍ଥିତିକୁ ଦମନ କରାଇବାର ଭୂମିକା ଗ୍ରହଣ କରିପାରନ୍ତି। ଅସମ୍ପୂର୍ଣ୍ଣ କାମ ପୂର୍ଣ୍ଣାଙ୍ଗ କରିବାରେ ଜଣେ ଉଦାରମନା ବ୍ୟକ୍ତି ଅନାହୂତ ଭାବେ ସାହାଯ୍ୟ କରିବେ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ସ୍ତ୍ରୀଙ୍କ ସହ ମତଭେଦର ସୂଚନା ମଧ୍ୟ ରହିଛି। ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ। ଲାଲ ରଙ୍ଗର ଜିନିଷ ଦାନ କରନ୍ତୁ।
ତୁଳା ରାଶି :
ଶତ୍ରୁମାନେ କାର୍ଯ୍ୟରେ ବାଧା ସୃଷ୍ଟି କରିବେ। ବୃଦ୍ଧମାନଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ସ୍ବାସ୍ଥ୍ୟ ମଧ୍ୟମ ରହିବ। ବ୍ୟାଙ୍କ କିମ୍ବା ସରକାରୀ ସ୍ତରରୁ ଋଣ ପାଇବାରେ ଆଜିର ଗ୍ରହସ୍ଥିତି ସାହାଯ୍ୟ କରିବ। ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ। ବାଣିଜ୍ୟ, ବ୍ୟବସାୟରେ ଉନ୍ନତି, ଯାତ୍ରାରେ ସଫଳତା ଓ ନିର୍ମାଣରେ ପ୍ରତିବନ୍ଧକ ଦୂର ହେବ। ହଳଦିଆ ଜିନିଷ ଦାନ କରନ୍ତୁ।
ବିଛା ରାଶି :
ରାହୁ ଯୁକ୍ତ ଚନ୍ଦ୍ର ଓ ମଙ୍ଗଳ ହେତୁ ଏକାଧାରେ ଶାରୀରିକ ଓ ମାନସିକ ସ୍ଥିତି ଭଲ ରହିନପାରେ। ପିଲାମାନଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଛାତ୍ରମାନନେ ଦ୍ବଂଦରେ ରହିବେ। ସ୍ବାସ୍ଥ୍ୟ ମଧ୍ୟମ ରହିବ। ଆର୍ଥିକ ପରିସ୍ଥିତି ସେତେଟା ମନ୍ଦ ହେବନି ଓ ଆଶା କରିଥିବା କାମରେ ସଫଳ ହେବେ। ହଳଦିଆ ବସ୍ତୁ ପାଖରେ ରଖନ୍ତୁ। କଳା ଜିନିଷ ଦାନ କରନ୍ତୁ।
ଧନୁ ରାଶି :
ଭାଗ୍ୟାଧିପତି ଷଷ୍ଠସ୍ଥ ଯୋଗୁ ଚେଷ୍ଟା କରୁଥିବା କାମ ପାଇଁ ପ୍ରତିବନ୍ଧକ ହେତୁ ମନସ୍ତାପ କରିପାରନ୍ତି। ପରିସ୍ଥିତିକୁ ସରଳ କରିବାକୁ ଯାଇ ଓଲଟା କାମ କରି ଅପ୍ରିୟତା ଅର୍ଜନ କରିବେ। ଘରୋଇ ଅସନ୍ତୋଷ ଲକ୍ଷଣ ଅଛି। ସ୍ବାସ୍ଥ୍ୟ ମଧ୍ୟମ ରହିବ। ଛାତି ଜନିତ କଷ୍ଟ ହୋଇପାରେ। କଳା ଜିନିଷ ଦାନ କରନ୍ତୁ।
ମକର ରାଶି :
ଗ୍ରହଙ୍କ ପ୍ରତିକୂଳତାରୁ ପରିବାରରେ, ବ୍ୟବସାୟରେ ଭାଗୁଆଳି, ଯାତ୍ରା ସମୟରେ ସହକର୍ମୀଙ୍କ ସହ ମତାନ୍ତର ଘଟିପାରେ। ଶୁକ୍ରଙ୍କ ସୁପ୍ରଭାବରୁ ପରିବହନ, ନିର୍ମାଣ, ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ ସଫଳତା ମିଳିବ। ଅଧିକ ପାଇବା ଆଶାରେ ନିଜଲୋକ ଧୋକା ଦେଇପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ। ନାକ, କାନ ଏବଂ ଗଳା ସମସ୍ୟା ହୋଇପାରେ। କାଳି ମାତା ଙ୍କୁ ପ୍ରଣାମ କରନ୍ତୁ।
କୁମ୍ଭ ରାଶି :
ଅଶୁଭଗ୍ରହଙ୍କ କୁପ୍ରଭାବରେ ସବୁ ଦିଗରୁ ଖରାପ ପରିସ୍ଥିତି ଲାଗି ରହିଥିବା ହେତୁ ମନ ଭଲ ରହିବ ନାହିଁ। ବାରମ୍ବାର ବିଭିନ୍ନ କଥାକୁ ମନେ ପକାଇ ଅଶାନ୍ତ ରହିବେ। ବହୁତ ପୂର୍ବରୁ ସ୍ଥିରୀକୃତ ଦୂର ଯାତ୍ରା ପାଇଁ ମନ ନିଜକୁ ପ୍ରସ୍ତୁତ କରିପାରନ୍ତି। ପଡ଼ୋଶୀମାନେ କଣ୍ଟାବାଡରେ ଲୁଗାଛାଟି କଳହ କରିବା ପରି କାମ କରିପାରନ୍ତି । ପାଖରେ ସବୁଜ ଜିନିଷ ରଖନ୍ତୁ।
ମୀନ ରାଶି :
ରାଶିରେ ରାହୁ ସହ ମଙ୍ଗଳ ଥିବାରୁ ଶତ୍ରୁତା କରୁଥିବା ଲୋକମାନେ ପଛରେ ବହୁତ କଥା କହିବେ ସିନା ମୁହଁ ସାମନାରେ କହିପାରିବେ ନାହିଁ। ଆର୍ଥିକ ସ୍ଥିତି ମଜ୍ଭୁତ୍ ରହିବା ସହ କୌଣସି ନୂତନ କର୍ମାରମ୍ଭ ପାଇଁ ମନ ବଳାଇବେ। ନକରାତ୍ମକ ଶକ୍ତିର ସଞ୍ଚାର ହେବ। ସ୍ବାସ୍ଥ୍ୟ ଜନିତ ଅସୁବିଧା। ଶିବଲିଙ୍ଗ ଉପରେ ଜଳାଭିଷେକ ସହିତ କଳା ଜିନିଷ ଦାନ କରନ୍ତୁ।