ମେଷ ରାଶି :
ମହତ୍ତ୍ବପୂର୍ଣ୍ଣ କାମ କରିବା ଲାଗି ଶାରୀରିକ ଓ ମାନସିକ ରୂପେ ନିଜକୁ ପ୍ରସ୍ତୁତ ରଖନ୍ତୁ। ଧନଲାଭର ଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ବାହାରେ ଖାଇବା ଏବଂ ଖୋଲା ଖାଦ୍ୟରୁ ଦୂରେଇ ରୁହନ୍ତୁ। ବିନା କାରଣରେ ଚାପ ନିଅନ୍ତୁ ନାହିଁ, କାରଣ ଏହା ଆପଣଙ୍କୁ ମାନସିକ ଅସୁବିଧା ଦେଇପାରେ। ଆପଣଙ୍କ ଶୁଭ ସଂଖ୍ୟା ୬ ଏବଂ ଶୁଭ ରଙ୍ଗ ମେରୁନ।
ବୃଷ ରାଶି :
ଧନ ସ୍ଥାନସ୍ଥ ଗ୍ରହମାନଙ୍କ ପ୍ରଭାବରୁ ଅର୍ଥନୈତିକ ଅଭିବୃଦ୍ଧି ସକାଶେ ଯୋଜନା କରିପାରନ୍ତି। ଅନ୍ୟମାନଙ୍କ ଦ୍ୱାରା ପ୍ର୍ରରୋଚିତ ହୋଇ ଭୁଲ୍ ନିଷ୍ପତ୍ତି ନେଇ ସମାଲୋଚିତ ହୋଇପାରନ୍ତି। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ନ ରହିବାରୁ କାମ ହାସଲରେ ଅନ୍ତରାୟ ସୃଷ୍ଟି କରିବ। ଶୁକ୍ରଙ୍କ ପ୍ରଭାବରୁ ବିଳାସପ୍ରିୟ ଓ ଭ୍ରମଣ ଇଚ୍ଛା ଜାଗ୍ରତ ହେବ। ଆପଣଙ୍କ ଶୁଭ ସଂଖ୍ୟା ୨ ଏବଂ ଶୁଭ ରଙ୍ଗ ବାଦାମୀ।
ମିଥୁନ ରାଶି :
ଦିନଟି ବ୍ୟସ୍ତତାରେ କଟିବ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହିତ ବଚସା ହୋଇପାରେ। ବିରୋଧୀ ପକ୍ଷ ଆପଣଙ୍କ ଉପରେ ଦୃଷ୍ଟି ରଖିବେ। ବେପାରରେ ଲାଭ ପାଇବେ। ପ୍ରେମ ସଂପର୍କ ନିବିଡ଼ ହେବ। ଆପଣଙ୍କ ଶୁଭ ସଂଖ୍ୟା ୫ ଏବଂ ଶୁଭ ରଙ୍ଗ ନାଲି।
କର୍କଟ ରାଶି :
ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ଦୃଷ୍ଟିରୁ ଆଜି ଅନ୍ୟମାନଙ୍କ କାର୍ଯ୍ୟ ହାସଲ ସକାଶେ ନିଜକୁ ସମର୍ପିତ କରି ପ୍ରଶଂସିତ ହେବେ। ସହକର୍ମୀ ଓ ବନ୍ଧୁଙ୍କଠାରୁ ପ୍ରଶଂସା ଓ ପ୍ରୋସତ୍ାହନ ପାଇ ମନୋବଳ ବଢ଼ିବ। ସାହିତ୍ୟ, ସଙ୍ଗୀତ ଓ ସାମ୍ବାଦିକତା କ୍ଷେତ୍ରରେ ସମସ୍ୟା ଦୂର ହେବ। କରଜଦାତାଙ୍କ ଚାପରେ ଋଣ ପରିଶୋଧ କରିବାକୁ ବ୍ୟଗ୍ରତା ବୃଦ୍ଧି ପାଇବ। ଆପଣଙ୍କ ଶୁଭ ସଂଖ୍ୟା ୮ ଏବଂ ଶୁଭ ରଙ୍ଗ ଧଳା।
ସିଂହ ରାଶି :
ଅର୍ଥ ଦିଆନିଆ ବେଳେ ସାବଧାନ ରହନ୍ତୁ। ଆପଣଙ୍କ କାମର ନୂଆ ଯୋଜନା ଆକର୍ଷଣୀୟ ହେବ। ଚାକିରିଆମାନଙ୍କର ଆୟରେ ବୃଦ୍ଧି ହେବ। ପରିବାରରେ ସୌହାର୍ଦ୍ଦ ବଜାୟ ରହିବ। ଅତ୍ୟଧିକ ମାନସିକ ଚାପ ଏବଂ ଥକାପଣ ସମସ୍ୟା ସୃଷ୍ଟି କରିପାରେ। ଭଲ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ତୁମେ ପର୍ଯ୍ୟାପ୍ତ ପରିମାଣର ବିଶ୍ରାମ ନିଅ। ନିଜ ଉପରେ ବିଶ୍ୱାସ କର। ଆପଣଙ୍କ ଶୁଭ ସଂଖ୍ୟା ୭ ଏବଂ ଶୁଭ ରଙ୍ଗ ଧୂସର।
କନ୍ୟା ରାଶି :
ଆଜି ଆର୍ଥିକ ଦିଗଟି ବହୁତ ଭଲ ରହିବ ଏବଂ କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ପ୍ରଶଂସିତ ହେବେ। କର୍ମସ୍ଥ ଶୁକ୍ରଙ୍କ ସ୍ଥିତି କାରଣରୁ ଶ୍ରୁତିରୋଚକ କଥା କହିଲେ ମଧ୍ୟ ବନ୍ଧୁଙ୍କୁ ତାହା ସୁହାଇ ନ ପାରେ। ସାୟାହ୍ନେ ଗୁରୁପାକ ଦ୍ରବ୍ୟ ଭୋଜନରୁ ଆମାଶୟ ଦେଖା ଦେଇପାରେ। ରାଶିରେ କେତୁଙ୍କ କୁପ୍ରଭାବରୁ କ୍ରନିକ୍ ରୋଗ କଷ୍ଟ ପାଇବେ। ଆପଣଙ୍କ ଶୁଭ ସଂଖ୍ୟା ୨ ଏବଂ ଶୁଭ ରଙ୍ଗ ମାଟିଆ।
ତୁଳା ରାଶି :
ନିଜ ବ୍ୟକ୍ତିତ୍ବର ବିକାଶ ଲାଗି ଦିନଟି ଭଲ। କୌଣସି ସମ୍ମାନିତ ଲୋକଙ୍କ ସହ ମିଶିବାର ସୁଯୋଗ ପାଇବେ। ଘରୋଇ କାମରେ ଗୃହିଣୀମାନଙ୍କର ଦାୟିତ୍ବ ବଢ଼ିବ। ପରିବାର ସହିତ ଏକ ସାମାଜିକ କାର୍ଯ୍ୟରେ ଯୋଗଦେବା ସମସ୍ତଙ୍କ ପାଇଁ ଏକ ଭଲ ଅଭିଜ୍ଞତା ହେବ। ତୁମର ଭଲ କାମ ପାଇଁ ତୁମେ ପ୍ରଶଂସା ପାଇ ପାରିବ। ଆପଣଙ୍କ ଶୁଭ ସଂଖ୍ୟା ୬ ଏବଂ ଶୁଭ ରଙ୍ଗ ହାଲୁକା ହଳଦିଆ।
ବିଛା ରାଶି :
ମଙ୍ଗଳ ଓ ଶନିଙ୍କ ସଂସ୍ଥିତିଜନିତ ସ୍ବାସ୍ଥ୍ୟ ଓ ପାରିବାରିକ ପରିସ୍ଥିତି ସ୍ବାଭାବିକ ରହିବ। କର୍ମକ୍ଷେତ୍ରରେ ଯେତେ ସମସ୍ୟା ଆସୁନା କାହିଁକି ନିଜକୁ ନିୟନ୍ତ୍ରଣରେ ରଖିବାରେ ସମର୍ଥ ହେବେ। ସଭାସମିତି, ଆନୁଷ୍ଠାନିକ କାମରେ ସମ୍ମାନ ଲାଭ କରିବେ। ଖଚୁଆ, ମିଛୁଆଙ୍କ ପ୍ରରୋଚନାରେ ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ରୋଷର ଶିକାର ହୋଇପାରନ୍ତି। ଆପଣଙ୍କ ଶୁଭ ସଂଖ୍ୟା ୪ ଏବଂ ଶୁଭ ରଙ୍ଗ ଲାଲ।
ଧନୁ ରାଶି :
ଆର୍ଥିକ ଚିନ୍ତା ଦୂର ହେବ। ପରିବାର ଲୋକ ଆପଣଙ୍କ ସହିତ ଖୁସି ବାଣ୍ଟିବେ। ଅଫିସରେ କାମ ପୂରା କରିବା ଦିଗରେ ବାଧା ଉପୁଜିବ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ। ଆପଣ ସହକର୍ମୀଙ୍କଠାରୁ ସମର୍ଥନ ପାଇବେ। ଆଜି ଆପଣ କାର୍ଯ୍ୟରେ ସଫଳତା ପାଇବେ। ଏପରିକି କଠିନ କାର୍ଯ୍ୟ ମଧ୍ୟ ସହଜରେ ସମ୍ପନ୍ନ ହେବ। ଆପଣଙ୍କ ଶୁଭ ସଂଖ୍ୟା ୮ ଏବଂ ଶୁଭ ରଙ୍ଗ ନୀଳ।
ମକର ରାଶି :
ଆପଣଙ୍କ ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। ନୂଆ କାମ ସମ୍ପର୍କରେ ବିଚାରବିମର୍ଶ କରିବା ଲାଗି ଦିନଟି ଭଲ। ପୁରୁଣା ବନ୍ଧୁଙ୍କ ସାହାଯ୍ୟ ପାଇବେ। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି କିଛି ଉପହାର ଦେବେ। ଆପଣଙ୍କ ଶୁଭ ସଂଖ୍ୟା ୫ ଏବଂ ଶୁଭ ରଙ୍ଗ ସବୁଜ।
କୁମ୍ଭ ରାଶି :
କେନ୍ଦ୍ରସ୍ଥ ବୃହସ୍ପତି ଚନ୍ଦ୍ରଙ୍କ ଅଷ୍ଟମସ୍ଥ ଯୋଗୁ ଅନିଶ୍ଚିତତା ପଛରେ ଆପଣଙ୍କୁ ଗୋଡାଇବାକୁ ପଡିପାରେ। ସାବଧାନତା ସହକାରେ କାମ ନ କଲେ ପରଉପରେ ନିର୍ଭର କରି ପଶ୍ଚାନ୍ତେ ଅନୁତପ୍ତ ହେବେ। କର୍ମକ୍ଷେତ୍ରରେ ଔଚିତ୍ୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବେ। ପଡୋଶୀଙ୍କ ସହ ଭୁଲ୍ ବୁଝାମଣା ହେତୁ ଚିନ୍ତିତ ରହିପାରନ୍ତି। ଆପଣଙ୍କ ଶୁଭ ସଂଖ୍ୟା ୧ ଏବଂ ଶୁଭ ରଙ୍ଗ କଳା।
ମୀନ ରାଶି :
ଆପଣଙ୍କ କୃତି ଓ କୃତିତ୍ୱ କାରଣରୁ ବନ୍ଧୁବର୍ଗମାନେ ଆପଣଙ୍କୁ ନେଇ ଗର୍ବ ଅନୁଭବ କରିବେ। ସାମାଜିକ ସ୍ତରରେ ତଥା ଆନୁଷ୍ଠାନିକ କାମରୁ କିମ୍ବା ଶୁଭେଚ୍ଛୁଙ୍କ ନିକଟରୁ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି। ଶିଳ୍ପ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ସାମ୍ବାଦିକତା, କ୍ରୀଡା, ଚଳଚ୍ଚିତ୍ର, ମନୋରଞ୍ଜନ କାର୍ଯ୍ୟକ୍ରମରେ ସନ୍ତୋଷ ଲାଭ କରିବେ। ଆପଣଙ୍କ ଶୁଭ ସଂଖ୍ୟା ୬ ଏବଂ ଶୁଭ ରଙ୍ଗ ବାଇଗଣୀ।