୩୦ ଜୁନ ରାଶିଫଳ : ଜାଣନ୍ତୁ ମେଷ ଠାରୁ ମୀନ ପର୍ଯ୍ୟନ୍ତ ଦୈନିକ ରାଶିଫଳ…

ମେଷ ରାଶି :

ଆଜି ଆପଣଙ୍କ ଭିତରେ ଲୁଚି ରହିଥିବା ଲେଖକ କିମ୍ବା କଳାକାର ର କଳା ପ୍ରଦର୍ଶନ କରିବାର ସୁଯୋଗ ପାଇବେ। ଆଜି ବ୍ୟବସାୟରେ ଅଂଶଗ୍ରହଣ ପାଇଁ ଏକ ଶୁଭ ସମୟ। ସମ୍ପର୍କୀୟ ଏବଂ ସାଙ୍ଗମାନଙ୍କ ସହିତ ଏକ ପାର୍ଟୀ କିମ୍ବା ପିକନିକ୍ ଆୟୋଜନ କରିବେ। ଭାଗ୍ୟ ସଂଖ୍ୟା 4, ଭାଗ୍ୟ ରଙ୍ଗ ଗୋଲାପୀ।

ବୃଷ ରାଶି :

ଶୁକ୍ରଙ୍କ ସୁପ୍ରଭାବରୁ ଦୈହିକ ସ୍ବାସ୍ଥ୍ୟରେ ଉନ୍ନତି ଓ ଦିନଟି ହର୍ଷୋତ୍‌ଫୁଲ୍ଲ ରହିବ। ସହକର୍ମୀଙ୍କ ଆନୁଗତ୍ୟରୁ କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ପାରିବାରିକ କ୍ଷେତ୍ରରେ ସେପରି କିଛି ବିଶେଷ ଅସୁବିଧା ହେବନାହିଁ। ଆଲୋଚନା କାଳରେ ବିନା କାରଣରେ ଅନ୍ୟମାନଙ୍କ ରୋଷର କାରଣ ହୋଇପାରନ୍ତି। ଭାଗ୍ୟ ସଂଖ୍ୟା 2 ଏବଂ ଭାଗ୍ୟ ରଙ୍ଗ ନୀଳ।

ମିଥୁନ ରାଶି :

ଆଜି ଆପଣ ବୈଦ୍ଧିକ କାର୍ଯ୍ୟ ଏବଂ ବ୍ୟବସାୟରେ ଏକ ନୂତନ ଶୈଳୀ ଗ୍ରହଣ କରିବେ। ସାହିତ୍ୟ ଏବଂ ଲେଖା ପ୍ରତି ପ୍ରବୃତ୍ତି ଗତି କରିବ। ଏକ ଦୀର୍ଘ ଯାତ୍ରା କରିବାର ଯୋଗ ରହିଛି। ବିରୋଧୀ ଏବଂ ପ୍ରତିଯୋଗୀମାନଙ୍କର ଭୟ ରହିବ। ଭାଗ୍ୟ ସଂଖ୍ୟା 3 ଏବଂ ଭାଗ୍ୟ ରଙ୍ଗ ସବୁଜ।

କର୍କଟ ରାଶି :

ଭାଗ୍ୟ ଓ କର୍ମାଧିପଙ୍କ ଶୁଭତ୍ୱ କାରଣରୁ ଅନୁକୂଳ ବାତାବରଣ ମଧ୍ୟରେ ପ୍ରତ୍ୟେକ ସମସ୍ୟା ସୁଧାରି କାମ ହାସଲ କରିବେ। ସାମାଜିକ ସ୍ତରରେ, ସାଙ୍ଗଠନିକ କ୍ଷେତ୍ରରେ, ସାଂସ୍କୃତିକ କାର୍ଯ୍ୟକ୍ରମରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ତରବରିଆ ପଦକ୍ଷେପ ନେଲେ ହଇରାଣ ହେବେ। ବ୍ୟବସାୟରେ ଆଶାନୁରୂପ ସୁଫଳ ପାଇବେ। ଭାଗ୍ୟ ସଂଖ୍ୟା 4 ଏବଂ ଭାଗ୍ୟ ରଙ୍ଗ ଗୋଲାପୀ।

ସିଂହ ରାଶି :

ଆଜି ତୁମ ପାଇଁ ଏକ ଲାଭଦାୟକ ଦିନ। ଈଶ୍ବରଙ୍କ ନାମ ଏବଂ ଆଧ୍ୟାତ୍ମିକ ଚିନ୍ତାଧାରା ଆପଣଙ୍କ ମନକୁ ଶାନ୍ତ କରିବ। ଖ୍ୟାତି ବୃଦ୍ଧି ପାଇବ। ଭାଗ୍ୟ ସଂଖ୍ୟ 5 ଏବଂ ଭାଗ୍ୟ ରଙ୍ଗ ନାଲି।

କନ୍ୟା ରାଶି :

ଆଜି ମନ ପ୍ରଫୁଲ୍ଲ ରହିବ, କିନ୍ତୁ ନିକଟରେ ରହି ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତି ପ୍ରତି ସତର୍କ ରହିବା ଭଲ। ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ। ଅବହେଳା କାରଣରୁ ସ୍ଥଗିତ ରହିଥିବା କାମ ପାଇଁ କୈଫିୟତ୍‌ ଦେବାକୁ ପଡ଼ିପାରେ। ଜମିଜମା ବିବାଦ କ୍ରମଶଃ ତୀବ୍ରତର ହେବାର ସୂଚନା ରହିଛି। ଭାଗ୍ୟ ସଂଖ୍ୟ 6 ଏବଂ ଭାଗ୍ୟ ରଙ୍ଗ କଳା।

ତୁଳା ରାଶି :

ସ୍ବାସ୍ଥ୍ୟ ସମସ୍ୟା କିଛି ମାତ୍ରାରେ ବୃଦ୍ଧି ପାଇଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ। କର୍ମକ୍ଷେତ୍ରରେ ଯାହା ଓ ଯେମିତି କଲେ ମଧ୍ୟ ଈର୍ଷାଳୁଙ୍କ ଦ୍ୱାରା ସମାଲୋଚିତ ହେବାକୁ ପଡ଼ିବ। ବିବାଦୀୟ ପରିସ୍ଥିତିରେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ପାରିବାରିକ ଜୀବନରେ ସମ୍ପର୍କୀୟଙ୍କ ଅସହିଷ୍ଣୁତା ଅଶାନ୍ତିର କାରଣ ହୋଇପାରେ। ଭାଗ୍ୟ ସଂଖ୍ୟ 6 ଏବଂ ଭାଗ୍ୟ ରଙ୍ଗ ଧଳା।

ବିଛା ରାଶି :

ପ୍ରତ୍ୟେକ କ୍ଷେତ୍ରରେ ସୁବିଧା ସୁଯୋଗ ଆପଣାଛାଏଁ ଆସିବ ଓ ଆର୍ଥିକ ଦିଗଟି ଭଲ ରହିବ। ଆଜିର ଯାତ୍ରା ସମୟରେ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ଆନୁଷ୍ଠାନିକ କିମ୍ବା ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ଅନୁରାଧା ନକ୍ଷତ୍ରର ପରିବାର ସହ ଆଜିର ଭ୍ରମଣ ବେଶ୍‌ ଆନନ୍ଦଦାୟକ ହେବ। ଭାଗ୍ୟ ସଂଖ୍ୟ 4 ଏବଂ ଭାଗ୍ୟ ରଙ୍ଗ ନାଲି।

ଧନୁ ରାଶି :

ସାମୟିକ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିଲେ ମଧ୍ୟ ମାନସିକ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ପାରିବାରିକ କ୍ଷେତ୍ରରେ ଅତୀତକୁ ଧରିବସିଲେ ବର୍ତ୍ତମାନକୁ ହରାଇବାକୁ ପଡ଼ିପାରେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ଉତ୍ତରାଷାଢ଼ା ନକ୍ଷତ୍ରର ଅର୍ଥ ଅଭାବ ହେତୁ ବନ୍ଧୁଙ୍କ ପାଖରେ ହାତ ପାତିବାକୁ ପଡ଼ିପାରେ। ଭାଗ୍ୟ ସଂଖ୍ୟ 1 ଏବଂ ଭାଗ୍ୟ ରଙ୍ଗ ଗୋଲାପୀ।

ମକର ରାଶି :

ଆବେଗ ଏବଂ ସମ୍ବେଦନଶୀଳତା ରେ ପ୍ରଭାବିତ ହୋଇ ସ୍ତ୍ରୀ ବର୍ଗ ସହ ସମ୍ପର୍କ ରଖନ୍ତୁ ନାହିଁ। ପାଣି ଏବଂ ପ୍ରବାହ ଠାରୁ ଦୂରେଇ ରୁହନ୍ତୁ। ଅତ୍ୟଧିକ ଚିନ୍ତାଧାରା ହେତୁ ମାନସିକ ଥକାପଣ ଅନିଦ୍ରା ହୋଇପାରେ ଏବଂ ଏହା ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇପାରେ। ଭାଗ୍ୟ ସଂଖ୍ୟ 2 ଏବଂ ଭାଗ୍ୟ ରଙ୍ଗ ଆକାଶ ନୀଳ।

କୁମ୍ଭ ରାଶି :

ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରି ସଫଳତା ହାସଲ କରିବେ। ପରିବାରରେ ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରି ଅସ୍ଥିରତା ଅନୁଭବ କରିପାରନ୍ତି। ପୂର୍ବଭାଦ୍ର ନକ୍ଷତ୍ର ବନ୍ଧୁ ଗହଣରେ ମିଥ୍ୟା ଭାଷଣରୁ ସମାଲୋଚିତ ହେବେ। ଆତ୍ମୀୟଙ୍କ ସମ୍ବନ୍ଧରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିବାର ଆଶଙ୍କା ରହିଛି। ଭାଗ୍ୟ ସଂଖ୍ୟ 2 ଏବଂ ଭାଗ୍ୟ ରଙ୍ଗ ସବୁଜ।

ମୀନ ରାଶି :

ଆଜି ଆପଣ ଦିନ ଦାନ ଏବଂ ପରୋପକାରରେ ବିତାଇବ। ମାନସିକ ସ୍ତରରେ କାର୍ଯ୍ୟ ବଢିବ। ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଶକ୍ତି ଅନୁଭବ କରିବେ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ଭାଗ୍ୟ ସଂଖ୍ୟା 1 ଏବଂ ଭାଗ୍ୟ ରଙ୍ଗ ଗୋଲାପୀ।