ପ୍ରେମ ହେଉଛି ଅନ୍ଧ । ମାନେନା ବୟସ, ବାଧା, ବନ୍ଧନ, ଜାତି କି ଅଜାତି । ଏପରିକି ସେ ସମ୍ପର୍କକୁ ବି ବୁଝେନା ଏହି ପ୍ରେମ । କିନ୍ତୁ ଆଜିର ଦିନରେ ଆମ ସମାଜରେ ପ୍ରେମକୁ ନେଇ ଲଜ୍ୟା ଜନକ ପରିସ୍ଥିତି ସବୁ ସାମ୍ନାକୁ ଆସୁଛି । ଏପରିକି ସାମାଜିକ ପରମ୍ପରା ଓ ପ୍ରତିଷ୍ଠାକୁ ମଧ୍ୟ ଭୁଲି ଯାଉଛନ୍ତି । ମଣିଷ ନିଜ ନିଜ ସମ୍ପର୍କ ଭିତରେ ଥିବା ସୀମାକୁ ଭୁଲି ଏମିତି ଆମାନୁଷିକ କାର୍ଯ୍ୟ କରି ଯାଉଛନ୍ତି ଯାହା ଏହି ସମାଜରେ ଏକ ଖରାପ ଛବି ଛାଡି ଯାଉଛି । ଆଉ ଧୀରେ ଧୀରେ ଏହି କୁତ୍ସିତ କାର୍ଯ୍ୟ ଗୁଡିକ ର କାୟା ବିସ୍ତାର କରୁଛି ।
ଆଜିର ଏହି ମଣିଷ ସମାଜର ସବୁ ଶିଷ୍ଟାଚାର ଭୁଲି ଯାଇଛି ଆଉ ନିଜକୁ ଏକ ଏମିତି ଦୁନିଆ ଭିତରକୁ ଟାଣି ନେଇଛି ଯେଉଁଠାରୁ ବାହାରିବା ସମ୍ଭବ ନୁହେଁ । ତେବେ ମଣିଷ ନିଜର କାମନା ଲାଳସାକୁ ପୂରଣ କରିବାକୁ ଯାଇ ନିଜ ସମ୍ପର୍କକୁ ମଧ୍ୟ ଭୁଲି ଯାଉଛି । କୁହାଯାଏ ଦିଅର ଭାଉଜ ଦୁହିଁଙ୍କ ସମ୍ପର୍କ ମା ପୁଅ ଭଳିଆ ହୋଇଥାଏ । କିନ୍ତୁ କେତେକ ନୀଚ ମାନସିକତା ଓ ବ୍ୟକ୍ତିତ୍ଵ ଥିବା ଲୋକ ଅଛନ୍ତି ଯେଉଁମାନେ ଏହି ସମ୍ପର୍କକୁ କଳଙ୍କିତ କରି ସବୁ ଲକ୍ଷ୍ମଣରେଖା ପାର କରିଯାଆନ୍ତି ।
ସେମାନଙ୍କ ପାଇଁ ଏବେ ଭାଉଜ ଓ ଦିଅରର ସମ୍ପର୍କ ବଦନାମ ହୋଇଗଲାଣି । ଏବେ ସେମିତି ଏକ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଦିଅରକୁ ଭାଉଜ ପ୍ରେମ ଲାଗୁଥିଲା ଭାରି ମିଠା । ଆଉ ଭାଉଜକୁ ପ୍ରେମ କରୁ କରୁ ଫସିଗଲା ଦିଅର । ସବୁଦିନ ଦିଅର ଭାଉଜ ପାଖକୁ ଯାଏ ଆଉ ତାହା ସହ ଅନୈତିକ ସମ୍ପର୍କ ରଖେ । ଏହାସହ ଶାରିରୀକ ସମ୍ପର୍କ ମଧ୍ୟ ରଖୁଥିଲା । ପ୍ରତ୍ୟେକ ଦିନ ଭାଉଜ ସହ ରୋମାନ୍ସ କରିବା ସହିତ ନେଉଥିଲା ଭାଉଜ ଠାରୁ ଦେହସୁଖ ।
ଦେଖନ୍ତୁ ଭିଡିଓ :-
ଆଜି ସକାଳୁ ସକାଳୁ ମଧ୍ୟ ବିଧବା ଭାଉଜ ଶୋଇଥିବା ଘରକୁ ଯାଇଥିଲା ଦିଅର ବସନ୍ତ । ଆଉ ସେଠାରେ ଉଭୟ ଶାରିରୀକ ସମ୍ପର୍କ ରଖୁଥିବା ବେଳେ ଦେଖିଦେଲେ ଗାଁ ଲୋକେ । ଏହାଦେଖି ଭାଉଜ ଦିଅରକୁ ବାହାର ପଟୁ କବାଟ ବନ୍ଦ କରିଦେଇଥିଲେ ଆଉ ଦୁହିଁଙ୍କୁ ବିବାହ ମଧ୍ୟ କରି ଦେଇଥିଲେ । ସୂଚନାଯୋଗ୍ୟ ସ୍ଵାମୀ ମୃତ୍ୟୁ ପରେ ଦିଅର ଭାଉଜ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଆଉ ଏବେ ସେ ପ୍ରେମ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ତେବେ ଏଭଳି କିଛି ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ୍ ଅନ୍ତର୍ଗତ ବତିସୂଆ ପଞ୍ଚାୟତ ରଞ୍ଜଣା ଗାଁରେ ।