ପୁଷ ପୂର୍ଣ୍ଣିମାରେ ଦୁର୍ଲଭ ସଂଯୋଗ, ଏହି ୩ଟି ରାଶିଙ୍କ ବଦଳିଲା ଭାଗ୍ୟ, ହେବ ମା ଲକ୍ଷ୍ମୀଙ୍କ କୃପା

ଚଳିତ ବର୍ଷ ଜାନୁୟାରୀ ୨୫ ତାରିଖରେ ପଡିଥିଲା ପୌଷ ପୂର୍ଣ୍ଣିମା । ଏହି ପୌଷ ପୂର୍ଣ୍ଣିମାରେ ଘଟିଛି ୭ଟି ବଡ ଦୁର୍ଲଭ ଯୋଗ ! ପୌଷ ପୂର୍ଣ୍ଣିମାର ହିନ୍ଦୁ ଧର୍ମରେ ଏକ ବିଶେଷ ଗୁରୁତ୍ବ ରହିଛି । ଏହାକୁ ମୋକ୍ଷଦାୟିନୀ ପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଏ । ଏହି ଦିନ ଗଙ୍ଗା ସ୍ନାନର ଏକ ବିଶେଷ ମହତ୍ତ୍ଵ ରହିଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ବର୍ଷ ପୁଷ ପୂର୍ଣ୍ଣିମାରେ ୭ଟି ଯୋଗ ସୃଷ୍ଟି ହେଇଥିଲା । ସେଗୁଡିକ ହେଉଛି – ଗୁରୁ ପୂଷ୍ୟ ଯୋଗ , ରବି ଯୋଗ , ସିଦ୍ଧି ଯୋଗ , ପ୍ରୀତି ଯୋଗ , ତ୍ରିଗହୀ ଯୋଗ ଆଦି ଯୋଗ ସୃଷ୍ଟି ହେବାକୁ ଯାଉଛି । ଏହି ଦିନର ବିଶେଷ ଲାଭ ଉଠାଇବା ପାଇଁ ଆପଣ ହଳଦୀ ମିଶା ଚାଉଳ ଗାଈକୁ ଖାଇବାକୁ ଦିଅନ୍ତୁ ।

ପୌଷ ପୂର୍ଣ୍ଣିମାରେ ବୁଦ୍ଧ , ମଙ୍ଗଳ ଓ ଶୁକ୍ର ତିନି ଗ୍ରହଙ୍କର ଧନୁ ରାଶିରେ ମିଳନ ଘଟିଛି । ତେଣୁ ୩ଟି ରାଶି ଏହାଦ୍ବାରା ଲାଭ ପାଇବେ ସେହି ରାଶି ଗୁଡିକ ହେଲା ଧନୁ, ମକର ଓ କନ୍ୟା ରାଶି। ଏହା ଦ୍ବାରା ତ୍ରିଗ୍ରହୀ ଯୋଗ ସୃଷ୍ଟି ହୋଇଛି । ଏହି ଯୋଗ ଭାଗ୍ୟ ବଦଳାଇବାରେ ସହାୟକ ହୋଇଥାଏ ।

ଏହି ପୂର୍ଣ୍ଣିମା ଗୁରୁବାର ଦିନ ସୃଷ୍ଟି ହେଉଥିବାରୁ ଏହି ଦିନ ବିଶେଷ ଭାବେ ମାତା ଲକ୍ଷ୍ମୀଙ୍କର ପୂଜାର ବିଶେଷ ବ୍ୟବସ୍ଥା ରହିଛି । ଏହି ଦିନ ମାତାଙ୍କ ନିକଟରେ ବିଭିନ୍ନ ଦ୍ରବ୍ୟମାନ ଅର୍ପଣ କରାଯାଇ ମାତାଙ୍କ ପୂଜା କରା ଯାଇଥାଏ ।