ଦୂର ହେବ କୁଣ୍ଡଳୀରେ ମଙ୍ଗଳ ଦୋଷ, ବାସ୍ କରନ୍ତୁ ଏହିସବୁ ପ୍ରତିକାର…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, କୁଣ୍ଡଳୀରେ ମଙ୍ଗଳ ଦୋଷ ଥିଲେ ଜୀବନରେ ଅନେକ ସମସ୍ୟା ଦେଖା ଦିଏ । ଏହା ଦ୍ବାରା ଶାରୀରିକ କଷ୍ଟ, ଆର୍ଥିକ କ୍ଷତି, ବୈବାହିକ ଜୀବନରେ ସମସ୍ୟା ଦେଖାଦେବା ତଥା ବିଳମ୍ବିତ ବିବାହ ଆଦି ସମସ୍ୟା ଉପୁଜେ । ତେବେ ମଙ୍ଗଳ ଦୋଷକୁ ଦୂର କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ କିଛି ପ୍ରତିକାର ବ୍ୟବସ୍ଥା ରହିଛି ।

ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି, ମଙ୍ଗଳ ଗ୍ରହକୁ ପୂଜା କରିବା ଦ୍ବାରା ମଙ୍ଗଳ ଦୋଷର ପ୍ରଭାବ କମ୍ ହୋଇଥାଏ । ମଙ୍ଗଳବାର ହନୁମାନଙ୍କ ପୂଜା କରିବା ଦ୍ବାରା ଏହାର ପ୍ରଭାବ କମ୍ ହୋଇଥାଏ ।

ଲାଲ୍ ରଙ୍ଗ ମଙ୍ଗଳ ଗ୍ରହକୁ ପ୍ରତିନିଧିତ୍ବ କରେ । ସେଥିପାଇଁ ମଙ୍ଗଳ ଦୋଷରୁ ମୁକ୍ତି ପାଇବା ପାଇଁ ଲାଲ୍‌ ରଙ୍ଗ ବସ୍ତ୍ର ପିନ୍ଧିବା ଶୁଭ ।

ଆହୁରି ପଢନ୍ତୁ :- ସଂକ୍ରାନ୍ତିରେ ରାଶି ଅନୁସାରେ କରନ୍ତୁ ଦାନ, ଫିଟିବ ଭାଗ୍ୟ ଓ ମିଳିବ ଶୁଭ ଫଳ

ସେହିପରି ନାଲି ରଙ୍ଗ ବସ୍ତ୍ର ମଧ୍ୟ ମଙ୍ଗଳବାର ଦାନ କରିପାରିବେ । ମଙ୍ଗଳ ଗ୍ରହକୁ ଶାନ୍ତ କରିବା ପାଇଁ ଯଜ୍ଞ ବି କରିପାରିବେ । ଏହାବାଦ୍ ପ୍ରତି ମଙ୍ଗଳବାର ଦିନ ମଙ୍ଗଳ ଗ୍ରହ ସ୍ତୋତ୍ର ପାଠ କରିବା ଉଚିତ ।