ପିଠି ଦରଜ ହେଉଥିଲେ ଭୁଲରେ ବି ଅଣଦେଖା କରନ୍ତୁ ନାହିଁ, ହୋଇପାରେ ଏହି ଭୟଙ୍କର ରୋଗ, ଜାଣନ୍ତୁ କଣ କହୁଛନ୍ତି ଡାକ୍ତର

ଆଜିକାଲି ଅଧିକାଂଶ ଲୋକଙ୍କଠାରେ ପିଠି ଦରଜ ହେବା ସମସ୍ଯା ଦେଖିବାକୁ ମିଳୁଛି । ଖାସ କରି ଯୁବପିଢିଙ୍କ ଠାରେ ଏହି ସମସ୍ଯା ବଢିବାରେ ଲାଗିଛି । ତେବେ ପିଠି ଦରଜ ବଢିଲେ ଯୁବାମାନେ ପେନକିଲର ଖାଇଥାନ୍ତି ଓ କିଛି ସମୟ ପରେ ତାଙ୍କୁ ଲାଗେ ଯେ ଏହି ଦରଜ ଭଲ ହୋଇଗଲା । କିନ୍ତୁ ଆପଣଙ୍କର ଯଦି ପିଠି ଦରଜ ହେଉଛି ତେବେ ଏହାକୁ ଏକ ଛୋଟ ସମସ୍ଯା ବୋଲି ଭାବିବା ଆଦୌ ଉଚିତ ନୁହେଁ।

ଅନେକ ବିଶେଷଜ୍ଞ ଓ ଡାକ୍ତରଙ୍କ କହିବାନୁସାରେ ପିଠି ଦରଜ ପରି ଅନେକ ବଡ ରୋଗ ବାହାରିବାର ସମ୍ଭାବନା ରହିଛି । ପିଠି ଦରଜ ହେଲେ ସାଧାରଣତଃ ଲୋକେ ଭାବନ୍ତି କି ଅଧିକ ସମୟ ଗାଡି ଚଳାଇବା ଦ୍ଵାରା କିମ୍ବା ଅଫିସରେ ଅଧିକ ସମୟ ଚେୟାରରେ ବସିବା ଦ୍ଵାରା ଏଭଳି ହେଉଛି। କିନ୍ତୁ ଏହା ଠିକ ନୁହେଁ, ପିଠି ଦରଜ ହେଉଥିଲେ ଆପଣ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ । କାରଣ ପିଠି ଦରଜ କ୍ୟାନ୍ସରର କାରଣ ମଧ୍ୟ ହୋଇପାରେ ।

ଯଦି ବୋନ ଟିବିରେ ପୀଡିତ ହୋଇଛନ୍ତି ତେବେ ସେଥିପାଇଁ ମଧ୍ୟ ପିଠି ଦରଜ ହୋଇପାରେ । ସେହିପରି ସ୍ପଣ୍ଡିଲାଇଟିସ ଭଳି ସମସ୍ଯା ହେଲେ ମଧ୍ୟ ଆପଣଙ୍କ ପିଠି ଖୁବ ଜୋରରେ ଦରଜ ହୋଇପାରେ । ଆଜିକାଲି ଦେଖିବାକୁ ମିଳୁଛି ପିଠି ଦରଜ ହେଉଥିବା 20% ଲୋକଙ୍କ ବୟସ 20 ରୁ 28 ବର୍ଷ ମଧ୍ୟରେ ରହୁଛି ।

ଏଭଳି ହେଉଥିଲେ ମନଇଛା କୌଣସି ଔଷଧ ନ ଖାଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ପିଠି ଦରଜ ହେଉଥିଲେ ଆପଣ ଗୋଟିଏ ରୁ ଦୁଇଦିନ କୌଣସି ଔଷଧ ବ୍ୟବହାର ନକରି ଏହା ଭଲ ହେଉଛି କି ନାହିଁ ଦେଖନ୍ତୁ । ଯଦି ଏହା ଭଲ ହେଉନାହିଁ ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ପିଠି ଦରଜକୁ ଏକ ସାଧାରଣ ସମସ୍ଯା ନଭାବି ପ୍ରତିଦିନ ଏଥିପାଇଁ ବ୍ୟାୟାମ କରନ୍ତୁ ଓ ସୁଷମ ଖାଦ୍ଯ ଖାଆନ୍ତୁ । ସବୁଠୁ ଖାସ କଥା ହେଲା ବସୁଥିବା ସ୍ଥାନରେ ସିଧା ହୋଇ ବସନ୍ତୁ । ଆଗକୁ ନଇଁ କି ବସିବା ଏବଂ ଭଲ ଚେୟାରରେ ନ ବସିବା ପିଠି ଦରଜର ସାଧାରଣ କାରଣ ହୋଇପାରେ ।

କିନ୍ତୁ ଡାକ୍ତରଙ୍କୁ ଦେଖାଇବା ପାଇଁ ଏହାକୁ ହାଲୁକାରେ ନେବା ଉଚିତ ନୁହେଁ। କାରଣ ଏହି ବୟସରୁ ହିଁ ଆଥ୍ରାଇଟିସ ରୋଗ ଆରମ୍ଭ ହୁଏ । ଯଦି ଆପଣଙ୍କ ପିଠି ଭୟଙ୍କର ଭାବେ ଦରଜ ହେଉଛି ଓ ଏହା ଗୋଡରେ ପ୍ରଭାବ ପକାଉଛି ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ । ଏହାସହ ପିଠି ଦରଜ ସହ ଯଦି ଜ୍ଵର ହେଉଛି, ଓଜନ ହ୍ରାସ ପାଉଛି କିମ୍ବା ସକାଳେ ଶୋଇକି ଉଠିବା ପରେ ବେଶୀ ଦରଜ ହେଉଛି ତେବେ ଶୀଘ୍ର ଡାକ୍ତରଙ୍କୁ ଦେଖାଇବା ଉଚିତ ।

ଏହି ଭଳି ପିଠି ଦରଜର ଡାକ୍ତରୀ ପରୀକ୍ଷା କରି ସାରି ଉପଯୁକ୍ତ ଚିକିତ୍ସା କରିବା ନିହାତି ଜରୁରୀ ବୋଲି ଡାକ୍ତର କୁହନ୍ତି ।