ଗରମରୁ ରକ୍ଷା ପାଇଁ ଲୋକେ ଅନେକ ଉପାୟ କରନ୍ତି, ସେହିପରି ଜଣେ ବ୍ୟକ୍ତି ବାହାର କରିଛନ୍ତି ଏକ ଅଜବ ଗଜବ ଉପାୟ, ଯାହାକୁ ଦେଖିଲେ ଲୋକେ ହସି ହସି ଗଡୁଛନ୍ତି….

ଏ ବର୍ଷର ଅସହ୍ୟ ଗରମରେ ଲୋକେ ହେଲେଣି ହନ୍ତସନ୍ତ। ଏବେ ମଧ୍ୟ ଦେଶର ଅନେକ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଛି । ତେଣୁ ଗରମରୁ ରକ୍ଷା ପାଇବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି । ଏହା ମଧ୍ୟରେ ରାଜସ୍ଥାନର ଯୋଧପୁରରୁ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କିଛି ଅଜବ ଦୃଶ୍ୟ। ସମସ୍ତେ ଏହି ଭିଡିଓ ଦେଖି ହସି ହସି ଗଡିଯାଉଛନ୍ତି ।

ଏଠାରେ ଜଣେ ବ୍ୟକ୍ତି ଗରମରୁ ରକ୍ଷା ପାଇବା ପାଇଁ ଅଜବ ଉପାୟ ଆପଣେଇଛନ୍ତି । ସେ ନିଜ ସ୍କୁଟରରେ ଏକ ଅସ୍ଥାୟୀ ଶାଓ୍ବର ଲଗାଇଛନ୍ତି ଏବଂ ସ୍କୁଟର ଚଳାଇବା ସମୟରେ ସେଥିରୁ ପାଣି ବାହାରି ତାଙ୍କ ଉପରେ ପଡୁଥିବାର ନଜରକୁ ଆସୁଛି। ଏହି ଦୃଶ୍ୟ ସମସ୍ତଙ୍କୁ ହସଉଛି। ଏହାକୁ ଦେଖି ସମସ୍ତେ ତାଙ୍କର ଏହି ଉପାୟକୁ ପ୍ରଶଂସା କରୁଛନ୍ତି ।

ଭିଡିଓଟି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ଏବଂ ସମସ୍ତେ ଏହାକୁ ପସନ୍ଦ କରିବା ସହ ମଜାଳିଆ ପ୍ରତିକ୍ରିୟା ରଖୁଛନ୍ତି ।