ମୋହନ ମାଝୀଙ୍କୁ ଅପମାନିତ କରିଥିବା ଥାନା ବାବୁଙ୍କ କି ଅବସ୍ଥା ହେଲା, ଦେଖନ୍ତୁ ମୁଖ୍ୟମନ୍ତ୍ରୀ କଣ କଲେ

କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅପମାନିତ କରିଥିଲେ ଜଣେ ଥାନା ବାବୁ। କେନ୍ଦୁଝର ସଦର ଥାନାର ଭାରପ୍ରାପ୍ତ ଅଧିକାରୀ ତ୍ରିନାଥ ସେଠୀ। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଥାନା ଭିତରେ ଦେଇଥିଲେ ଅପମାନ। ଏପରିକି ତାଙ୍କୁ ଥାନା ଭିତରୁ ବାହାରି ଯିବାକୁ ମଧ୍ୟ କହିଥିଲେ। କିଛିଦିନ ତଳେ ଯେତେବେଳେ ଆଦର୍ଶ ଆଚରଣ ବିଧି ଲାଗୁ ହେଇଥିଲା। 

ଆଉ ନିର୍ବାଚନ ପ୍ରଚାର ଆରମ୍ଭ ହେଇଯାଇଥିଲା ସେତେବେଳେ କେନ୍ଦୁଝର ସଦର ବ୍ଲକ ଅଧିନସ୍ଥ ଗୋପୀନାଥପୂର୍ ପଞ୍ଚାୟତର ବାସିନ୍ଦା ପାନୀୟ ଜଳ ସମସ୍ୟାକୁ ନେଇ ରାସ୍ତାକୁ ଓହ୍ଲାଇ ଥିଲେ। ବହୁ ସଂଖ୍ୟାରେ ମହିଳା ଗୋରା ବାଲ୍ଟି ଇତ୍ୟାଦି ଥୋଇ ରାଜପଥକୁ ଅବରୋଧ କରିଥିଲେ। ଆଉ ବିଧାୟକ ମୋହନ ଚରଣ ମାଝୀଙ୍କୁ ଫୋନ କରି ମହିଳା ମାନେ ଆସିବା ପାଇଁ ଅନୁରୋଧ କରିଥିଲେ। 

ଏହାପରେ ମୋହନ ଚରଣ ମାଝୀ ସେଠାରେ ପହଞ୍ଚି ମହିଳା ମାନଙ୍କ ଅସୁବିଧା ଶୁଣିବା ପରେ ଆରଡବ୍ଲୁଏସଏସ ନିର୍ବାହୀଯନ୍ତ୍ରୀଙ୍କୁ ଫୋନ୍ କରି ସମସ୍ୟା ସମାଧାନ କରିବେ ବୋଲି କହିଥିଲେ। ହେଲେ ଲିଖିତ ପ୍ରତିଶ୍ରୁତି ନମିଳିଲେ ରାସ୍ତା ଅବରୋଧ ଛାଡ଼ିବେ ନାହିଁ ବୋଲି ମହିଳା ମାନେ କହିଥିଲେ। 

ତେବେ ମହିଳା ମାନଙ୍କୁ ବୁଝାସୁଝା କରି ରାସ୍ତା ଅବରୋଧ ହଟେଇବାକୁ ବିଧାୟକ ମୋହନ ଚରଣ ମାଝୀ ଚେଷ୍ଟା କରୁଥିବା ବେଳେ କେନ୍ଦୁଝର ସଦର ଥାନାର ଆଇଆଇସି ତ୍ରିନାଥ ସେଠୀ ଅବରୋଧକାରୀ ମହିଳା ମାନଙ୍କୁ ଥାନାକୁ ଡ଼କାଇ ସେମାନଙ୍କର ସମସ୍ୟା ସମାଧାନ କରିଦେବେ ବୋଲି କହିଥିଲେ। 

ଆଉ ମହିଳା ମାନେ ଥାନାକୁ ଆସିବା ସହ ବିଧାୟକଙ୍କୁ ମଧ୍ୟ ଡ଼ାକିଥିଲେ। ମୋହନ ମାଝି ଅପମାନିତ ହେବା ପରେ ଥାନା ଆଗରେ ବସି ନ୍ୟାୟ ଦାବି କରିଥିଲେ। ତେବେ ନିର୍ବାଚନ ପ୍ରଚାର ବେଳେ କେନ୍ଦୁଝର ସଦର ଥାନାର ଆଇଆଇସି ତ୍ରିନାଥ ସେଠୀଙ୍କର ଉଦବ୍ଯବହାରର ଶିକାର ହେଇ ନ୍ୟାୟ ପାଇଁ ଥାନା ଆଗରେ ବସି ପ୍ରତିବାଦ କରୁଥିଲେ।