ଘରର ଏହି ଦିଗକୁ କଳା ରଙ୍ଗ କରନ୍ତୁ ନାହିଁ, ନଚେତ କରିବାକୁ ପଡିବ ଏହି ସବୁ ବଡ଼ ବିପଦର ସମ୍ମୁଖିନ…

ଭାରତରେ ବସ୍ତୁଶାସ୍ତ୍ର ଏକ ପ୍ରାଚୀନ ଏବଂ ବହୁତ ଉପଯୋଗୀ ବିଦ୍ୟା। ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ସମସ୍ତ କାର୍ଯ୍ୟ କରିବା ଉଚିତ। ଏହା ଆମ ଜୀବନରେ ସମସ୍ତ ମଙ୍ଗଳ କରିଥାଏ। ପଞ୍ଚଭୂତର ପ୍ରଭାବ, ପ୍ରକୃତି ଓ ବିଶ୍ୱ ବ୍ରହ୍ମାଣ୍ଡର ଶକ୍ତି ଏହିସବୁ ଶକ୍ତି ହେଉଛି ବାସ୍ତୁ ବିଦ୍ୟାର ମୌଳିକ ଆଧାର।

ଙ୍ଗ କଲାବେଳେ ଯଥେଷ୍ଟ ଧ୍ୟାନ ଦେବା ଦରକାର, କାରଣ ଏହି ରଙ୍ଗ କଲାବେଳେ ଭୁଲ ରଙ୍ଗ ଦେଲେ ପଞ୍ଚମହାଭୁତରେ ଅସନ୍ତୁଳନ ଅବସ୍ଥା ସୃଷ୍ଟି ହୋଇଥାଏ। ଆଜି ଆମେ ଜାଣିବା କଳା ରଙ୍ଗ କେଉଁ ସ୍ଥାନରେ ଦେଲେ ଅଶୁଭ ହୋଇଥାଏ।

ଦକ୍ଷିଣ-ପୂର୍ବ ବା ଆଗ୍ନେୟ କୋଣର କଳା ରଙ୍ଗ, କିମ୍ବା କଳା ରଙ୍ଗ ସହିତ ସାମଞ୍ଜସ୍ୟ ଥିବା କୌଣସି ବି ରଙ୍ଗ କରିବା କଥା ନୁହେଁ। ସାଧାରଣତଃ କଳା ରଙ୍ଗ କେହି ବି ଏହି କୋଣରେ କରନ୍ତି ନାହିଁ କିନ୍ତୁ ଏହି କୋଣରେ ରୋଷେଇ ଘର କରାଯାଇଥାଏ। ଏହି ଘରେ ବହୁତ ଲୋକ କଳା ଗ୍ରାଇନାଟ୍ ଏବଂ କଳା କିମ୍ବା ଗାଢ଼ ନୀଳ ଆଦି ରଙ୍ଗର କାନ୍ଥ ଟାଇଲ୍ ଲଗାଇ ଦେଇଥାନ୍ତି।

ଏହି ରଙ୍ଗର ଟାଇଲ୍ କିମ୍ବା ଗ୍ରାନାଇଟ୍ ଏହି ସ୍ଥାନରେ ବାସ୍ତୁ ଦୋଷ ସୃଷ୍ଟି କରିଥାଏ। ଫଳରେ ଗୃହକର୍ତ୍ତା ଏବଂ ଗୃହବାସୀମାନେ ଆର୍ଥିକ ସମସ୍ୟାରେ ପଡିଥାନ୍ତି। ବ୍ୟବସାୟୀମାନେ ବ୍ୟବସାୟରେ ବିଫଳ ହୋଇ ଋଣଗ୍ରସ୍ତ ହେବାର ମଧ୍ୟ ଦେଖାଯାଇଛି।

ଏଣୁ ଗୃହ ନିର୍ମାଣ ସମୟରେ ଏହି ଦିଗ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ଦକ୍ଷିଣ-ପୂର୍ବ ବା ଆଗ୍ନେୟ କୋଣରେ କଦାପି କଳା ରଙ୍ଗ କରନ୍ତୁ ନାହିଁ କି ଟାଇଲ୍ ଏବଂ ଗ୍ରାନାଇଟ୍ ଲଗାନ୍ତୁ ନାହିଁ। ଏଥିପ୍ରତି ଧ୍ୟାନ ଦେଲେ ଆଗ୍ନେୟ କୋଣ ଶୁଭ ଫଳ ଦେବ।