ଓଡ଼ିଶା ଆସି ଖେଳାଳି ଖାଇବେ ଏହିସବୁ ଖାଦ୍ୟ: ପ୍ରସ୍ତୁତ ହେଲା ତାଲିକା, ଖାଇବା ଆଇଟମ୍ ର ନାଁ ଶୁଣି ମୁଣ୍ଡ ବୁଲେଇବ

ଓଡ଼ିଶା ଗସ୍ତରେ ଆସିବେ ଉଭୟ ଭାରତ ଏବଂ ଇଂଲଣ୍ଡ ଦଳର କ୍ରିକେଟ୍ ଖେଳାଳି । ଭୁବନେଶ୍ୱର ତାରକା ହୋଟେଲ ମେ ଫେୟାରରେ ରହିବେ ଉଭୟ ଦଳର ଖେଳାଳୀ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ତେବେ ଏଥର ଖେଳାଳୀ କଂସା ଥାଳିରେ ପରସା ଓଡ଼ିଶାର ପାରମ୍ପାରିକ ଖାଦ୍ୟ । ମେ ଫେୟାରରେ ସକାଳ ଜଳଖିଆ ଠୁ ଆରମ୍ଭ କରି ଲଞ୍ଚ ଏବଂ ଡିନର ଯାଏଁ ପୁରା ରହିବ ଓଡିଆ ମେନୁ। 

ମାଣ୍ଡିଆ ରେ ପ୍ରସ୍ତୁତ ଜଳଖିଆ ତାସହିତ ଡାଲମା, କଖାରୁ ଫୁଲ ବରା, ଛତୁ ଭଜା, ଦେଶୀ ଚିକେନ, ମଟନ, ମାଛ, ପିଠା, ମିଠା ଏବଂ ପାରମ୍ପରିକ ବିଭିନ୍ନ ଖାଦ୍ୟ ସେମାନଙ୍କୁ ପରସି ଦିଆଯିବ। ଏ ନେଇ ମେଫେୟାର ସଭାପତି ମନୋଜ ଗୌଡ଼ ସୂଚନା ଦେଇଛନ୍ତି । ଆସନ୍ତା ୯ ତାରିଖ ରବିବାରରେ ବାରବାଟୀରେ ଖେଳାଯିବ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ । ଆସନ୍ତାକାଲି ଖେଳାଳି ମାନେ ଆସି ଭୁବନେଶ୍ୱରରେ ପହଁଚିବେ । 

ଉଭୟ ଦଳର ଖେଳାଳିଙ୍କ ପାଇଁ ଭୁବନେଶ୍ୱର ମେ ଫେୟାର ହୋଟେଲରେ ରହଣି ବ୍ୟବସ୍ଥା କରାଯାଇଛି । ଏଥିପାଇଁ ମେ ଫେୟାର ହୋଟେଲକୁ ପୁରା ବୁକିଂ କରାଯାଇଛି । କେହି ବାହାର ଅତିଥିମାନେ ଏହି ସମୟରେ ରହିପାରିବେନି । ଖେଳାଳିମାନଙ୍କ ଖାଇବା ଉପରେ ପୁରା ଧ୍ୟାନ ଦେଇଛି ମେଫେୟାର । ସକାଳ ଜଳଖିଆଠୁ ଆରମ୍ଭ କରି ଦ୍ୱିପହର ଓ ରାତ୍ର ଭୋଜନ ପର୍ଯ୍ୟନ୍ତ ସବୁଥିରେ ବିଶେଷ ଧ୍ୟାନ ଦିଆଯାଇଛି । 

ଖେଳାଳିଙ୍କ ମେନ୍ୟୁରେ ଓଡ଼ିଆ ଖାଦ୍ୟ ରହିଛି ।  ମାଣ୍ଡିଆରେ ପ୍ରସ୍ତୁତ ଜଳଖିଆ ସହ ମଣ୍ଡା ପିଠା ପରସା ଯିବ। ଅନ୍ୟପକ୍ଷରେ ଆଜି ବିମାନ ବନ୍ଦରରୁ ମେ ଫେୟାର ହୋଟେଲ ଯାଏ କମିଶନରେଟ୍ ପୋଲିସ ପକ୍ଷରୁ ମକ୍ ଡ୍ରିଲ୍ କରାଯାଇଛି । ଖେଳାଳିଙ୍କ ଯିବା ଆସିବାରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି ।

ରହିବା ପାଇଁ ମେ ଫେୟାରରେ ୯୬ଟି ରୁମ୍ ବୁକ୍ ହୋଇଛି ।ଆଜି ବିଶ୍ରାମ ପରେ ଶନିବାର କଟକ ବାରବାଟୀ ଷ୍ଟାଡିୟମ ଯାଇ ଅଭ୍ୟାସ କରିବେ ଉଭୟ ଦଳର ଖେଳାଳି। ଇଂଲଣ୍ଡ ଖେଳାଳି ମାନେ ଅପରାହ୍ନ ୧ଟାରୁ ୪ଟା ଯାଏଁ ଏବଂ ଭାରତୀୟ ଖେଳାଳି ୪ଟାରୁ ୮ଟା ପର୍ୟ୍ୟନ୍ତ ଅଭ୍ୟାସ କରିବେ। ପୁଣି କଡ଼ା ସୁରକ୍ଷା ଭିତରେ ବାରବାଟୀରୁ ହୋଟେଲକୁ ଫେରିବେ ଖେଳାଳି। ପରେ ରବିବାର ଦ୍ବିତୀୟ ଦିନିକିଆ ଖେଳିବା ପରେ ତୃତୀୟ ତଥା ଶେଷ ମ୍ୟାଚ ଖେଳିବାକୁ ପାଇଁ ଗୁଜୁରାଟ ଅଭିମୁଖେ ବାହାରିଯିବେ ଉଭୟ ଟିମ୍।