ଓଡ଼ିଶା କ୍ରିକେଟ ପ୍ରେମୀ ହେବେ ନିରାଶ! ବାରବାଟୀ ମ୍ୟାଚ ଖେଳିବେନି ବିରାଟ କୋହଲି, ଜାଣନ୍ତୁ କାହିଁକି

ଗତବର୍ଷ ଅଗଷ୍ଟ ମାସରୁ ଏକଦିବସୀୟ କ୍ରିକେଟ୍ ଖେଳି ନଥିବା ଭାରତୀୟ କ୍ରିକେଟ୍ ଦଳ ଗୁରୁବାରଠାରୁ ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍ ନାଗପୁରର ବିଦର୍ଭ କ୍ରିକେଟ୍ ସଂଘ (ଭିସିଏ) ଷ୍ଟାଡିୟମ୍ରେ ଖେଳାଯାଉଥିବା ବେଳେ ଦ୍ବିତୀୟ ମ୍ୟାଚ୍ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ୍ ଏବଂ ତୃତୀୟ ତଥା ଶେଷ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ ରେ ଖେଳାଯିବ।

ତେବେ ୭ ତାରିଖରେ ଭୁବନେଶ୍ଵର ପହଞ୍ଚିବେ ଉଭୟ ଦଳର ଖେଳାଳୀମାନେ। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ କ୍ରେଜ୍ ଦେଖିବାକୁ ଚାତକ ଭଳି ଚାହିଁ ରହିଛନ୍ତି କ୍ରିକେଟ ପ୍ରେମୀ। ମହାମୁକାବିଲା ପାଇଁ ସବୁ ପ୍ରସ୍ତୁତି ବି ଶେଷ ହୋଇସାରିଛି। କିନ୍ତୁ ଏବେ ବାରବାଟୀ ମ୍ୟାଚ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଯାହାକି କ୍ରିକେଟପ୍ରେମୀଙ୍କ ପାଇଁ ଆଦୌ ଶୁଭଙ୍କର ନୁହେଁ । ରନ୍ ମେସିନ୍ ବିରାଟ କୋହଲିଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି ।

ଆହତ କାରଣରୁ ନାଗପୁରରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ପ୍ଲେଇଂ ଇଲେଭେନରେ ନଥିଲେ ବିରାଟ କୋହଲି । ନେଟ୍ସରେ ଅଭ୍ୟାସ କରୁଥିବା ବେଳେ କୋହଲି ସାମାନ୍ୟ ଆହତ ହୋଇଥିବାରୁ ପ୍ରଥମ ଦିନିକିଆରେ ଦଳରେ ନାହାନ୍ତି । ଏବେ ବଡ଼ କଥା ହେଉଛି ବିରାଟ କୋହଲି ବାରବାଟୀ ମ୍ୟାଚ୍‌ ଖେଳିବେ ତ? ୨ୟ ଦିନିକିଆରେ ବିରାଟ ଖେଳିବା ନେଇ ସସପେନ୍ସ ଲାଗି ରହିଛି । ବାରବାଟୀରେ କୋହଲିଙ୍କ ଝଲକ୍ ପାଇବା ପାଇଁ ଦର୍ଶକ ଚାତକ ଭଳି ଚାହିଁ ରହିଥିବା ବେଳେ ଏବେ ସେ ଖେଳିବେ କି ନାହିଁ ତାହା ଠିକ୍ ନାହିଁ ।

ବିରାଟ ଆଣ୍ଠୁ ଯନ୍ତ୍ରଣା କାରଣରୁ ପ୍ରଥମ ଦିନିକିଆରୁ ବାଦ୍ ପଡିଛନ୍ତି । ତେଣୁ ଯଦି କୋହଲି ଶୀଘ୍ର ଫିଟ୍‌ ନୁହନ୍ତି ତେବେ ବାରବାଟୀରେ ଦର୍ଶକ ନିରାଶ ହେବା ନିଶ୍ଚିତ । କାରଣ କେବଳ କୋହଲିଙ୍କୁ ଦେଖିବାକୁ ବାରବାଟୀରେ ନିଆରା କ୍ରେଜ୍ ଦେଖିବାକୁ ମିଳିଛି । ଯଦି କୋହଲି ବାରବାଟୀ ମ୍ୟାଚ୍‌ ନଖେଳନ୍ତି ତେବେ ନିରାଶ ଓ ଅତୋତ୍ସାହିତ ହେବେ ହଜାର ହଜାର ଦର୍ଶକ ।