ପୁଣି ଚର୍ଚ୍ଚାକୁ ଆସିଲେ ରାଣୀ ପଣ୍ଡା । ଅସହାୟ ପରିବାରକୁ ସହାୟତା କଲେ । ପାଖରେ ପହଁଚିଲେ ହାତରେ ଟଙ୍କା ଦେଲେ । ପରିବାର ଚଳାଇବାର ପୁରା ଦାୟିତ୍ୱ ନେଲେ ।ଏଇଟା ପ୍ରଥମ ଥର ହୋଇନି ଯେ ରାଣୀ ପଣ୍ଡା କାହାକୁ ସାହାର୍ଯ୍ୟ କରିନାହାନ୍ତି ବରଂ ପୂର୍ବରୁ ବି ଅନେକ ଥର ଅସହାୟଙ୍କୁ ସାହାର୍ଯ୍ୟ କରି ପ୍ରଶଂସା ସାଉଣ୍ଟି ଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା । ଆଉ ଏଥର ବି ସେ ଏମିତି କିଛି କରିଛନ୍ତି ଯାହା ତାଙ୍କୁ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆଣିଛି ।
ଭଦ୍ରକ ଜିଲ୍ଲା ବାସୁଦେବ ପୁର ବ୍ଲକ ବ୍ରାହ୍ମଣୀ ଗ୍ରାମର ଏକ ଅସହାୟ ପରିବାର ପାଖରେ ପହଁଚିଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା, ଆଉ ଆର୍ଥିକ ସହାୟତା ଦେବା ସହିତ ପ୍ରତି ମାସରେ ୫ ହଜାର ଟଙ୍କା ପଠାଇବେ ବୋଲି ମଧ୍ୟ କଥା ଦେଇଛନ୍ତି । ଏହି ଗାଁ ପାଖରେ ତାଙ୍କର ଯାତ୍ରା ପାର୍ଟି ପଡିଥିଲା ଆଉ ବ୍ରାହ୍ମଣୀ ଗାଁର ଏହି ଅସହାୟ ପରିବାର ବିଷୟରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ତାଙ୍କ ଘରେ ପହଞ୍ଚିଥିଲେ ରାଣୀ ପଣ୍ଡା । ଏହି ପରିବାରରେ ୩ ଜଣ ଛୋଟ ଛୋଟ ନାତୁଣୀଙ୍କୁ ଧରି ଜଣେ ବୃଦ୍ଧା ରହୁଛନ୍ତି । ଗତ ୩ ବର୍ଷ ପୂର୍ବରୁ ତାଙ୍କ ରୋଜଗାରିଆ ପୁଅର ମୃତ୍ୟୁ ହୋଇସାରିଥିବା ବେଳେ ବୃଦ୍ଧା ଜଣକ ମାଗି ଯାଚି ୪ ପ୍ରାଣୀ କୁଟୁମ୍ବଙ୍କ ପେଟ ପାଳୁଛନ୍ତି । ବହୁତ କଷ୍ଟରେ ଓଳିଏ ଖାଇଲେ ଓଳିଏ ଉପାସ ରହୁଥିବା ଏହି ପରିବାରର ଅବସ୍ଥା ଦେଖିଲେ ଜେକେହି ବି ଦୁଃଖରେ ଭାଙ୍ଗି ପଡିବ ।
ତେବେ ବୃଦ୍ଧାଙ୍କ ଘରେ ପହଁଚିବା ପରେ ତାଙ୍କ ଠାରୁ ସବୁକିଛି ପଚାରି ବୁଝିଥିଲେ ରାଣୀ । ଆଉ ବୃଦ୍ଧାଙ୍କ ଠାରୁ ସବୁ କଥା ଶୁଣିବା ପରେ ୩ ଜଣ ଯାକ ଛୋଟ ପିଲାଙ୍କ ହାତରେ କିଛି ଟଙ୍କା ଦେଇଥିଲେ ରାଣୀ । ଆଉ ଏହି ଟଙ୍କାରେ ଜିନିଷ ପତ୍ର କିଣି ଆଣିବା ପାଇଁ କହିବା ସହ ଯେତେବେଳେ ଯାହା ଦରକାର ତାଙ୍କୁ ଫୋନ କରି ଜଣାଇବାକୁ କହିଥିଲେ । ହେଲେ ବୃଦ୍ଧାଙ୍କ ପାଖରେ ଫୋନଟିଏ ନଥିବାରୁ ତାଙ୍କୁ ଗୋଟେ ଫୋନଟିଏ ମଧ୍ୟ କିଣି ଦେବା ପାଇଁ ବ୍ୟବସ୍ଥା କରିଥିଲେ ରଣୀ ପଣ୍ଡା ।ଖାଲି ସେତିକି ନୁହେଁ ଏଇ ଅସହାୟ ପରିବାରକୁ ଚଳାଇବାର ଦାୟିତ୍ୱ ମଧ୍ୟ ନିଜ ହାତକୁ ନେଇଛନ୍ତି ରାଣୀ ପଣ୍ଡା । ଘର ଚଳାଇବା ପାଇଁ ପ୍ରତି ମାସରେ ଘରକୁ ୫ ହଜାର ଟଙ୍କା ଲେଖାଏଁ ପଠାଇବେ ବୋଲି ମଧ୍ୟ କହିଛନ୍ତି ।
ଦେଖନ୍ତୁ ଭିଡିଓ :-
ଏପରିକି ବୃଦ୍ଧା ରହୁଥିବା ଚାଳ ଘରେ ପାଣି ପଡୁଛି ନାଁ ନାହିଁ ସେ କଥାବି ମଧ୍ୟ ପଚାରି ବୁଝିଥିଲେ ରାଣୀ ପଣ୍ଡା । ଆଉ ଏଇ ଛୋଟ ପିଲାମାନେ କେଉଁ ସ୍କୁଲରେ କେଉଁ ଶ୍ରେଣୀରେ ପାଠ ପଢୁଛନ୍ତି ସେସବୁ ପଚାରି ବୁଝିବା ସହ ସେମାନଙ୍କୁ ମନ ଦେଇ ପାଠ ପଢିବା ପାଇଁ ବୁଝାଇଥିଲେ । ତେବେ ରାଣୀ ପଣ୍ଡାଙ୍କର ଏଭଳି କାର୍ଯ୍ୟ ପରେ ସେଠାକାର ଥିବା ସ୍ଥାନୀୟ ଲୋକେ ତାଙ୍କୁ ଅନେକ ପ୍ରଶଂସା କରୁଛନ୍ତି ।