ନିଜର ସାମ୍ବିଧାନିକକୁ ବେଖାତିର କରି ପୋଲିସ ଜୁଲମ କରିବା ସମାଜରେ କୌଣସି ନୂଆ କଥା ନୁହେଁ । ସୂଚନା ଅନୁଯାୟୀ ଏଭଳି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ ଅନ୍ତର୍ଗତ ମାଛକୁଣ୍ଡ ସଦରରେ । ସୂଚନାନୁସାରେ ମାଛକୁଣ୍ଡ ଅଞ୍ଚଳର ବି.ଶିବା ନିଜ ପରିବାରର ପ୍ରତିପୋଷଣ ପାଇଁ ଏକ ଛୋଟ ମୋବାଇଲ ଦୋକାନ ଟିଏ କରିଛନ୍ତି । ସେଥିରେ ପରିବାର ଖୁବ କଷ୍ଟରେ ଚଳି ଯାଉଥିଲା ।
କିନ୍ତୁ ଶିବାଙ୍କର ଆଜି ଏଭଳି ଅବସ୍ଥା ଦେଖି ବାପା ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ପୋଲିସ ଥାର୍ଡ଼ ଡିଗ୍ରୀ ଦେଇ ଲହୁ ଲୁହାଣ କରିଥିବା ନେଇ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂହ ମିନାଙ୍କ ନିକଟରେ ବି.ଶିବା ଅଭିଯୋଗ କରିଛନ୍ତି ଏବଂ ମାଛକୁଣ୍ଡ ଥାନା ଓ ଲମତାପୁଟ ଫାଣ୍ଡିରେ ବିଧାୟକୀୟ ତଦନ୍ତ ଆରମ୍ଭ ହୋଇଛି ।
ପୀଡିତ ଯୁବକଙ୍କ ସ୍ତ୍ରୀଙ୍କ କହିବା କଥା ଯେ ତାଙ୍କ ସ୍ୱାମୀଙ୍କ ସହିତ ରାତିରେ ଖାଇସାରି ଶୋଇବା ବେଳେ ହଠାତ ଚାରି ଜଣ ପୋଲିସ ତାଙ୍କ ଘରକୁ ପଶି ଆସିଥିଲେ । ହଠାତ ତାଙ୍କ ସ୍ୱାମୀଙ୍କୁ ମାଡ଼ ମାରିବା ସହିତ ତାଙ୍କୁ ମଧ୍ୟ ଟଣାଓଟରା କରିଥିଲେ । ତାଙ୍କ ସ୍ତ୍ରୀ ଯେତେ କହିଲେ ବି ପୋଲିସ ମାନେ କିଛି ଶୁଣି ନଥିଲେ ।
ଦେଖନ୍ତୁ ଭିଡିଓ :-
ଏପଟେ ଘର ସର୍ଚ୍ଚ କରିବା ସହିତ ବିନା ମହିଳା ପୋଲିସରେ ମହିଳାଙ୍କ ସହିତ ଏଭଳି କରିଥିବା ଅଭିଯୋଗ ଆଣିଛନ୍ତି ମହିଳା । ତେବେ ଖାଲି ସେତିକି ନୁହେଁ ନିଜ ସ୍ୱାମୀଙ୍କୁ ମାଡ଼ ମାରିବା ସହିତ ତାଙ୍କୁ ରାତି ୧୧ ରୁ ସକାଳ ୩ ପର୍ଯ୍ୟନ୍ତ ମାଡ଼ ମାରି ରକ୍ତାକ୍ତ କରିଥିବା ଅଭିଯୋଗ ଆଣିଛନ୍ତି ମହିଳା ଜଣକ । ଏପଟେ ପରିବାର ଲୋକେ ଅଭିଯୋଗ କରିବା ପରେ ଉକ୍ତ ପୋଲିସ ଜଣକ ଟଙ୍କା ଦେଇ ମୁଁହ ବନ୍ଦ କରିଦେବାକୁ ଚେଷ୍ଟା କରିଥିଲେ ।
ବିଧାୟକୀୟ ତଦନ୍ତ ଚାଲିଥିବା ବେଳେ ଲମତାପୁଟ ଥାନା ଅଧିକାରୀ ଚିତ୍ତ ରଞ୍ଜନ ପ୍ରଧାନ, ଜଣେ କନେଷ୍ଟବଳ ଏବଂ ଅନ୍ୟ ଜଣେ ହାବିଲଦାରଙ୍କୁ କୋରାପୁଟ ମୁଖ୍ୟାଳୟକୁ ବଦଳି କରାଯାଇଛି । ଏହାସହିତ କୋରାପୁଟ ଏସପି ମାଛକୁଣ୍ଡ ଥାନା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ କହିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ବି.ଶିବାଙ୍କ ନାମରେ ଜନୈକ ମହିଳା ରାତିରେ ସେମାନଙ୍କ ପରିବାର ସହିତ ଶୋଇଥିବା ବେଳେ ଝରକା ଫାଙ୍କରେ ଲୁଚି ଭିଡ଼ିଓ ଉତ୍ତୋଳନ କରୁଥିବା ଦେଖିବାକୁ ପାଇଥିଲେ । ଏହି ବାବଦରେ ଥାନାରେ ଅଭିଯୋଗ କରିବା ପରେ ଥାନାର ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି । ଜିଲ୍ଲା ଅରୋକ୍ଷ ଅଧିକ୍ଷକ ଅଭିନଙ୍କ ସଙ୍କାରଙ୍କୁ ଏହା ଉପରେ ନିରୀକ୍ଷଣ କରବାକୁ ନିର୍ଦେଶ ଦିଆଯାଇଛି ।