ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କାଲି ଦେଶର ଅଧିକାଂଶ ସ୍ଥାନରେ ହୋଲି ପର୍ବ ପାଳନ କରାଯାଉଛି ଏବଂ ଚନ୍ଦ୍ରଗ୍ରହଣ ମଧ୍ୟ ରହିଛି । କିନ୍ତୁ ହୋଲି ପରଦିନ ଅର୍ଥାତ ମାର୍ଚ୍ଚ ୨୭ ରେ ବୁଧ ରାଶି ପରିବର୍ତ୍ତନ କରିବେ ।
ବୁଧ ବୃହସ୍ପତିର ରାଶି ମୀନ ଛାଡି ମେଷ ରାଶିରେ ଚଳନ କରିବେ । ମୀନ ରାଶିରେ ବୁଧଙ୍କ ପ୍ରବେଶ କାରଣରୁ ବିଶେଷ କରି ୩ଟି ରାଶିର ବ୍ୟକ୍ତିବିଶେଷଙ୍କୁ ଶୁଭ ଫଳାଫଳ ମିଳିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ…
ମେଷ ରାଶି :- ବୁଧ ଗ୍ରହ ରାଶି ପରିବର୍ତ୍ତନର ପ୍ରଭାବରୁ ମେଷ ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟ ଉଜ୍ୱଳ ହେବ । ଯେଉଁବ୍ୟକ୍ତିମାନେ ଜୀବନରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେମାନଙ୍କ ସମସ୍ତ ସମସ୍ୟାର ସମାଧାନ ହେବ । ବିଶେଷ କରି ଚାକିରି ଏବଂ ବ୍ୟବସାୟରେ ସ୍ଥାନ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ବୁଧଙ୍କ ଚଳନ ସହିତ ଆପଣଙ୍କ ବ୍ୟକ୍ତିତ୍ୱର ମଧ୍ୟ ଉନ୍ନତି ହେବ ।
ଆହୁରି ପଢନ୍ତୁ :- ଯୋଉ ପୁଅ ମୋ ଝିଅକୁ ବାହା ହେବ ସେ ଯାହା ମାଗିବ ମୁଁ ଦେବି, ମାଲାମାଲ୍ କରିଦେବି, ଖାଲି ରହିଛି ଏହି ଗୋଟିଏ ସର୍ତ୍ତ
ସିଂହ ରାଶି :- ବୁଧଙ୍କ ଗତିବିଧିରେ ପରିବର୍ତ୍ତନ କାରଣରୁ ଆପଣଙ୍କ ଜୀବନରେ ଅନେକ ଭଲ ଘଟଣା ଘଟିବାକୁ ଯାଉଛି । ମାର୍ଚ୍ଚ ୨୭ ପରେ ବିଦ୍ୟାର୍ଥୀଙ୍କ କ୍ଷେତ୍ରରେ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଦେଖାଯିବ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ଆପଣଙ୍କୁ ସଫଳତା ମିଳିବ । ଆପଣ ନିଜ କ୍ୟାରିଅରରେ ନୂଆ ସୁଯୋଗ ପାଇବେ । ସମାଜରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ପାଇବ ।
ତୁଳା ରାଶି :- ଆପଣଙ୍କ ପାଇଁ ବୁଧଙ୍କ ରାଶି ପରିବର୍ତ୍ତନ ଅତ୍ୟନ୍ତ ଖାସ୍ । ରାଜନୈତିକ କ୍ଷେତ୍ରରେ ଶାସକ ଦଳର ସମର୍ଥନ ମିଳିବ । ପରିବାର ସଦସ୍ୟଙ୍କ ସହଯୋଗ ପାଇବେ । କର୍ମକ୍ଷେତ୍ରରେ ବରିଷ୍ଠମାନେ ସାହାଯ୍ୟ କରିବେ । କୌଣସି କାମରେ ଦୂରଯାତ୍ରା କରିପାରନ୍ତି ।