ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଦଣ୍ଡ ଭୋଗୁଥିବା ଗୁରମିତ ରାମ୍ ରହିମ୍ ଙ୍କୁ ୨୦ ଦିନର ପାରୋଲ୍ ମିଳିଛି। ଆଜି ସକାଳ ପ୍ରାୟ ୫.୨୬ ସମୟରେ ତାଙ୍କୁ ଜେଲ ରୁ ମୁକ୍ତ କରାଗଲା।
ଗୁରମିତ୍ ରାମ ରହିମ ସିଂହଙ୍କୁ ୨୦୧୭ ମସିହାରେ ତାଙ୍କର ଦୁଇ ଶିଷ୍ୟାଙ୍କୁ ଦୁଷ୍କର୍ମ କରିଥିବା ମାମଲାରେ ଦଣ୍ଡ ଦିଆଯାଇଥିଲା। ସେ ୨୦ ବର୍ଷର ଜେଲ ଦଣ୍ଡ ଭୋଗୁଛନ୍ତି ଏବଂ ହରିଆଣାର ରୋହତକ ଜିଲ୍ଲାର ସୁନାରିଆ ଜେଲରେ ବନ୍ଦୀ ଅଛନ୍ତି।
ଅନୁମାନ କରାଯାଉଛି ଯେ ଗୁରମିତ୍ ରାମ ରହିମ ଏଥର ହରିଆଣାର ସିର୍ସାରେ ଥିବା ଡେରା ଆଶ୍ରମରେ ରହିବେ। ରିପୋର୍ଟ ଅନୁଯାୟୀ, ୨୦୧୭ ମସିହା ପରଠାରୁ ଏହାକୁ ମିଶାଇ ରାମ୍ ରହିମ ୧୨ ଥର ଜେଲ୍ରୁ ବାହାରି ସାରିଲେଣି।