ବାପାଙ୍କୁ ମୁଖାଗ୍ନି ଦେବା ବେଳେ ଭାଙ୍ଗି ପଡିଲେ ଅନୁଭବ । କାନ୍ଦି କାନ୍ଦି ହାତଯୋଡ଼ି ଶେଷ ଥର ‘ଆଇ ଲଭ ୟୁ’ କହିଲେ ଅନୁଭବ । ବାପାଙ୍କ ଜୁଇ ପାଖରେ ହାତଯୋଡ଼ି ଅନୁଭବ କହିଲେ, ‘ବାପା ଆଇ ଲଭ ୟୁ… ମୁଁ ତୁମକୁ ବହୁତ ଭଲ ପାଏ ।’ ବାପାଙ୍କ ମୃତ୍ୟୁ ପରେ ନିଜକୁ ସମ୍ଭାଳି ପାରି ନାହାଁନ୍ତି ଅନୁଭବ ମହାନ୍ତି ।
ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କ ୭୪ ବର୍ଷ ବୟସରେ ପରଲୋକ ଘଟିଛି । ସେ ଦୀର୍ଘଦିନ ଧରି କିଡନୀ ରୋଗରେ ପୀଡ଼ିତ ରହିଥିବା ବେଳେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଜି ଅପରାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।
ଅଭୟ ଦୀର୍ଘଦିନ ଧରି କିଡନୀ ଜନିତ ସମସ୍ୟା ନେଇ ସେ ଚିକିତ୍ସା ହେଉଥିଲେ । କିଛିଦିନ ତଳେ ଅଭୟଙ୍କ କିଡନୀ ଟ୍ରାନ୍ସପ୍ଲାଟ ମଧ୍ୟ କରାଯାଇଥିଲା । ଏନେଇ ଅନୁଭବ ନିଜ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏଥିସହ ଅଭିନେତା ନିଜ ବାପାଙ୍କ ସୁସ୍ଥତା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରିଥିଲେ । ତେବେ ସତଚେଷ୍ଟା ସତ୍ତ୍ୱେ ଡାକ୍ତର ତାଙ୍କୁ ବଞ୍ଚାଇପାରିନଥିଲେ । ଶେଷରେ ସେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଆଖି ବୁଜିଛନ୍ତି ।
ଦେଖନ୍ତୁ ଭିଡିଓ :-
ତେବେ ବାପାଙ୍କୁ ହରାଇ ଅନୁଭବ ଏକପ୍ରକାର ଭାଙ୍ଗି ପଡ଼ିଛନ୍ତି । ବାପାଙ୍କୁ ତାଙ୍କ ପାଖରୁ ଆଦୌ ଯିବାକୁ ଦେଉନାହାନ୍ତି ଅନୁଭବ । ବେଡ୍ରେ ତାଙ୍କ ବାପା ଶେଷ ନିଦ୍ରାରେ ଶୋଇଥିବା ବେଳେ ଛୋଟ ପିଲାଙ୍କ ପରି କାନ୍ଦୁଛନ୍ତି ଅନୁଭବ । ଖାଲି ଏତିକି ନୁହେଁ, ସେ ତାଙ୍କ ବାପାଙ୍କୁ ଜାବୁଡ଼ି ଧରି ଶେଷଥର ପାଇଁ ଗେଲ ବି କରୁଛନ୍ତି । ଏହି ଦୃଶ୍ୟ ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଛି ।
ନିକଟରେ ସାଂସଦ ଅନୁଭବ ଙ୍କ ଅଭିନେତ୍ରୀ ଵର୍ଷା ଙ୍କ ସହିତ ଛାଡ଼ପତ୍ର ମାମଲାର ପୂର୍ଣ୍ଣଛେଦ ପଡ଼ିଥିବା ଵେଳେ ବାପାଙ୍କ ମୃତ୍ୟୁ ସମଗ୍ର ପରିଵାରକୁ ମ୍ରିୟମାଣ କରିଛି । ତାଙ୍କ ମୃତ୍ୟୁରେ କନ୍ଦରପୁର ଅଞ୍ଚଳ ସହିତ, କେନ୍ଦ୍ରାପଡା ଓ କଟକରେ ଶୋକର ଛାୟା ଖେଳିଯାଇଛି ।