ଦେଖନ୍ତୁ ଭିଡିଓ: ବର୍ଷାଙ୍କୁ ଇଙ୍ଗିତ କରି ଟାର୍ଗେଟ କଲେ ଅନୁଭବ, ଛାଡ଼ପତ୍ର ଖାରଜ ହେବା ପରେ ରାଗିଲେ

ନା ମିଳିବ ଛାଡ଼ପତ୍ର ନା ରହିବେ ଏକାଠି । ବର୍ଷା ଓ ଅନୁଭବ ମାମଲାକୁ ଦୀର୍ଘ ଦିନ ବିତିଯାଇଥିବା ବେଳେ ସଂପର୍କରେ କୌଣସି ପରିବର୍ତ୍ତନ ନ ଆସିବା ପରେ ମଧ୍ୟ କୋର୍ଟର ଏପରି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଏପଟେ ଅନୁଭବ କିନ୍ତୁ ସବୁ ଦୋଷ ଲଦି ଦେଇଛନ୍ତି ବର୍ଷାଙ୍କ ଉପରେ । ଆଜି ଫ୍ୟାମିଲି କୋର୍ଟ ରେ ବର୍ଷା ଓ ଅନୁଭବଙ୍କ ମାମଲାର ଶୁଣାଣି ରହିଥିଲା । ଏହି ଶୁଣାଣିରେ କୋର୍ଟ ଅନୁଭବଙ୍କର ଛାଡ଼ପତ୍ର ଆବେଦନକୁ ଖାରଜ କରିଛି ।

କେବଳ ସେତିକି ନୁହେଁ ବର୍ଷାଙ୍କ ଦ୍ଵାରା ଆବେଦନ କରାଯାଇଥିବା ଏକାଠି ରହିବାର ପ୍ରସ୍ତାବକୁ ବି ସହମ୍ମତି ଦେଇନାହିଁ ଫ୍ୟାମିଲୀ କୋର୍ଟ । କୋର୍ଟର ଏଭଳି ଶୁଣାଣି ପରେ କିନ୍ତୁ ଅନୁଭବ ଟାର୍ଗେଟ କରିଥିଲେ ବର୍ଷାଙ୍କ ।

ଦେଖନ୍ତୁ ଭିଡିଓ :-

ଅନୁଭବ ଟୁଇଟ କରି କହିଛନ୍ତି ଏହା ବର୍ଷାଙ୍କ ଖରାପ୍ ରାଜନୀତିର ପ୍ରଭାବ । ବର୍ଷାଙ୍କ ମନ୍ଦ ରାଜନୀତି ଆଗରେ ଆଜି ବଳି ପଡିଯାଇଛି ଆଇନ୍ । ନ୍ୟାୟ ହାରି ଯାଇଛି ଅନ୍ୟାୟ ଜିତି ଯାଇଛି । ହେଲେ ଏହା ବେଶୀ ଦିନ ନୁହେଁ । ଦିନେ ନା ଦିନେ ନ୍ୟାୟାଳୟ ସଠିକ୍ ଘଟଣାକୁ ବୁଝି ପାରିବେ ଏବଂ ତାଙ୍କୁ ଉଚିତ୍ ନ୍ୟାୟ ମିଳିବ ।