ଦେଖନ୍ତୁ ଭିଡିଓ: ‘କାସ୍ଟିଂ କାଉଚର ବାପା ମନୋଜ ମିଶ୍ର.. ମତେ ଏକୁଟିଆ ରୁମକୁ ଡାକନ୍ତି’ କାଷ୍ଟିଂ କାଉଚ୍ ଅଭିଯୋଗ ଆଣିଲେ ଯୁବତୀ

ମନୋଜ ମିଶ୍ରଙ୍କ ନାଁରେ ଆସିଲା ଆଉ ଏକ ବଡ ଅଭିଯୋଗ । କାଷ୍ଟିଙ୍ଗ କାଉଚର ବଡ ମୁଖା ହେଉଛନ୍ତି ମନୋଜ ମିଶ୍ର । ଓଡ଼ିଆ ଇଣ୍ଡଷ୍ଟ୍ରି ପତନରେ ତାଙ୍କର ଭୂମିକା କିଛି କମ୍ ନୁହେଁ ।

ମନୋଜ ମିଶ୍ରଙ୍କ ନାମରେ ବଡ ଅଭିଯୋଗ ଆଣିଛନ୍ତି ଓଡ଼ିଆ ଅଭିନେତ୍ରୀ ରୁପଶ୍ରି ପଣ୍ଡା । ନିକଟରେ ରୂପଶ୍ରୀଙ୍କ ଫିଲ୍ମ ଚାଲିଥିବା ସମୟରେ ଏପରି କିଛି ବ୍ୟାଘାତ ସୃଷ୍ଟି କରିଛନ୍ତି ମନୋଜ ମିଶ୍ର । ଏପରିକି ନିକଟରେ ତାଙ୍କୁ ଓଡ଼ିଆ ଇଣ୍ଡଷ୍ଟ୍ରି ରୁ ବ୍ୟାନ ମଧ୍ୟ କରାଯାଇଥିଲା ।

ଏକ ସାକ୍ଷାତକାରରେ ରୁପଶ୍ରୀ ଏପରି କିଛି ମତ ଦେଇଛନ୍ତି ମନୋଜ ମିଶ୍ରଙ୍କ ବାବଦରେ । ରୂପଶ୍ରି କହିଛନ୍ତି ସେ ଏକ ଉଚ୍ଚ କୋଟୀର କଳାକାର । ସେଥିପାଇଁ ସମସ୍ତଙ୍କ ମନରେ ତାଙ୍କ ପ୍ରତି ସମ୍ମାନ ରହିଛି । ହେଲେ ତାର ମାନେ ନୁହେଁ ଯେ ସେ ମନ ଇଛା ଯାହା ଚାହିଁବେ ତାହା କରିବେ । ମନୋଜଙ୍କର ଅନେକ ଡାଟା ତାଙ୍କ ପାଖରେ ରହିଛି ।

ଦେଖନ୍ତୁ ଭିଡିଓ :-

ସେ ଆହୁରି ମଧ୍ୟ ଯେଉଁମାନେ ମନୋଜଙ୍କୁ ସପୋର୍ଟ କରୁଛନ୍ତି ସେମାନଙ୍କୁ ଚ୍ୟାଲେଞ୍ଜ ଦେଇ କହିଛନ୍ତି ମନୋଜଙ୍କୁ ଦୋଷୀ ପ୍ରମାଣିତ କରିବାରେ ତାଙ୍କ ପାଖରେ ଯଥେଷ୍ଟ ପ୍ରମାଣ ରହିଛି । ଯେଉଁମାନେ ମାଗିବେ ସେ ଦେଇ ପାରିବେ । ସେ ମନୋଜ ଙ୍କୁ କାଷ୍ଟିଂ କାଉଚ ର ବାପା ବୋଲି ମଧ୍ୟ କହିଛନ୍ତି ।

ସୂଚନା ଅନୁଯାୟୀ, ସମ୍ବଲପୁର ଠାରେ ଅରିନ୍ଦମ ରାୟଙ୍କ ଓଡିଆ ଫିଲ୍ମ “ରାମ” କୁ ନଚଳାଇଦେବା ନେଇ ମନୋଜ ମିଶ୍ର ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା । ଯାହା ପରେ ଓଡ଼ିଆ ଫିଲ୍ମ ପ୍ରଡ୍ୟୁସର ଆସୋସିଏସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମନୋଜ ମିଶ୍ରଙ୍କୁ କୌଣସି ଫିଲ୍ମରେ ଅଭିନୟରେ ନିଆଯିବ ନାହିଁ ବା ବ୍ୟାନ କରାଯିବ ବୋଲି ନିଷ୍ପତ୍ତି ନେଇଥିଲା ।