ଅଚାନକ ବଦଳିଗଲା ପାଗ। ଭୟଙ୍କର ରୂପ ନେଲାଣି ବାତ୍ୟା। ତାଣ୍ଡବ ରଚିବା ଫେଙ୍ଗଲ, ପ୍ରବଳ ବେଗରେ ବହିବ ପବନ ବର୍ଷିବ ବର୍ଷା। ଜଣାପଡିଲା ଲ୍ୟାଣ୍ଡ ଫଲ ର ସ୍ଥାନ। ଆଉ କିଛି ଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା। ଏହି ବାତ୍ୟା ପାଇଁ ଏବେ ମଧ୍ୟ ବଦଳି ଯାଇଛି ପାଗ।
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଫେଙ୍ଗାଲ ଗତକାଲି ଅପରାହ୍ନ ୨:୩୦ ରେ ନେଇ ସାରିଛି ଏହା ଗଭୀର ଅବପାତ। ତାମିଲନାଡୁ ରେ ଯେଉଁ ଝଡ଼ ସୃଷ୍ଟି ହେବା ନେଇ ଆଶଙ୍କା ରହିଥିଲା, ତାହା ଏବେ ଦିଗ ବଦଳାଇ ଦେଇଥିବା ନେଇ ସୁଚନା ମିଳିଛି। ଘଣ୍ଟା ପ୍ରତି ତିନି କିଲୋ ମିଟର ରୁ ଦଶ କିଲୋମିଟର ବେଗରେ ଏହା ଗତି କରିବାରେ ଲାଗିଛି।
ଯାହା ପୁଡୁଚେରୀ ନିକଟ ଉପକୂଳରେ ଧକ୍କା ହେବ। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଏହି ଘୂର୍ଣ୍ଣିବଳୟ ଉପକୂଳ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି କରିପାରେ। ଘଣ୍ଟାକୁ ୭୦ ରୁ ୮୦ କିମି ବେଗରେ ମଧ୍ୟ ପବନ ବହିବ। ଏହି କାରଣରୁ ତାମିଲନାଡୁ ର ଅନେକ ଜିଲ୍ଲାରେ ରେଡ ଆଲର୍ଟ ଜାରୀ କରାଯାଇଛି। ସେହିପରି ତାମିଲନାଡୁ ପ୍ରଭାବିତ ଅଞ୍ଚଳର ସ୍କୁଲ୍ ଓ କଲେଜ୍ ମଧ୍ୟ ବନ୍ଦ୍ କରିବା ନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ସମୁଦ୍ରକୂଳିଆ ଲୋକଙ୍କୁ ମଧ୍ୟ ସ୍ଥାନାନ୍ତରିତ କରାଯାଇଛି। ବାତ୍ୟାକୁ ନେଇ ଲୋକମାନେ ମଧ୍ୟ ଭୟଭୀତ ଅଛନ୍ତି।