ଦେବଗୁରୁ ବୃହସ୍ପତିଙ୍କୁ ଜ୍ୟୋତିଷ ଶାସ୍ତ୍ରରେ ସୁଖର କାରକ ବୋଲି କୁହାଯାଏ । ଜାତକ ବା ରାଶିରେ ଏହି ଗ୍ରହର ସ୍ଥିତି ବ୍ୟକ୍ତିକୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିଥାଏ । ବୃହସ୍ପତିଙ୍କ ଆଶୀର୍ବାଦ ହେତୁ ବ୍ୟକ୍ତି ଜୀବନରେ ସମସ୍ତ ପ୍ରକାରର ସାମଗ୍ରୀକ ସୁଖ ଲାଭ କରିଥାଏ । ସମାଜରେ ମାନ ସମ୍ମାନ ବୃଦ୍ଧି ହେବା ସହିତ ବିବାହ ରେ ବିଳମ୍ବ ହେଉଥିବା ସମସ୍ୟା ମଧ୍ୟ ଦୂର ହୋଇଥାଏ । ତେବେ, ଏହି କ୍ରମରେ ଦେବଗୁରୁ ଚଳିତ ମାସର ଶେଷ ଦିନ ଅର୍ଥାତ୍ ଡିସେମ୍ବର ୩୧ ସକାଳ ୮ଟା ୧୧ ମିନିଟ୍ ସମୟରେ ମେଷ ରାଶିକୁ ମାର୍ଗି ବା ଗୋଚର ହେବେ ।
ଆସନ୍ତା ମେଁ ମାସ ପର୍ଯ୍ୟନ୍ତ ବୃହସ୍ପତି ଏହି ରାଶିରେ ରହିବ । ତେବେ, ନୂଆବର୍ଷ ପୂର୍ବରୁ ବୃହସ୍ପତିଙ୍କ ଏହି ମାର୍ଗି ହେବା ବା ଚଳନ ତିନୋଟି ରାଶି ପାଇଁ ବରଦାନ ପାଲଟିବ । ତେବେ, ଆସନ୍ତୁ ଜାଣିବା କେଉଁ ସବୁ ରାଶି ନୂଆ ବର୍ଷ ଆରମ୍ଭରୁ ଧନୀ ହେବାକୁ ଯାଇଛନ୍ତି ।
ମିଥୁନ ରାଶି :- ଦେବଗୁରୁ ବୃହସ୍ପତିଙ୍କ ଆର୍ଶିବାଦରୁ ଏହି ରାଶିର ଲୋକଙ୍କ ପାଇଁ ଶୁଭଦିନ ଆରମ୍ଭ ହେବାକୁ ଯାଉଛି । ପୂର୍ବ ଅପେକ୍ଷା ଆର୍ଥିତ ସ୍ଥିତିରେ ସୁଧାର ଆସିବ । ରୋଜଗାର ପାଇଁ ନୂଆ ବାଟ ଖୋଲିବ । କୋର୍ଟରେ ବିଚାରଧିନ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ପାଇବେ । ପଦୋନ୍ନତିର ହେବାର ସମ୍ଭାବନା ରହିଛି । ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବ । ଲାଗି ରହିଥିବା ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ । ବ୍ୟବସାୟ ପାଇଁ ସମୟ ଅନୁକୂଳ ରହିଛି । ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ ।
ଆହୁରି ପଢନ୍ତୁ :- ଡିସେମ୍ବର 2023 ରେ ଏହି 6ଟି ରାଶି ଉପରେ ହେବ ପ୍ରବଳ ଧନ ବର୍ଷା, କଣ ଆପଣଙ୍କ ରାଶି ଅଛି ଏହି 6ଟି ରାଶି ମଧ୍ୟରେ, ଜାଣନ୍ତୁ…
କର୍କଟ ରାଶି :- ଏହି ରାଶିର ଲୋକଙ୍କ ଉପରେ ବୃହସ୍ପତି ଟଙ୍କା ବର୍ଷା କରିବେ । ଏହି ଅବଧି ମଧ୍ୟରେ କ୍ୟାରିୟରରେ ବିପୁଳ ସଫଳତା ପାଇବେ । ଚାକିରି ଖୋଜୁଥିବା ଲୋକେ ଭଲ ଚାକିରି ଅଫର ପାଇବେ । କାର୍ଯ୍ୟାଳୟରେ ଆପଣଙ୍କୁ ବଡ଼ ଦାୟିତ୍ବ ମିଳିପାରେ । ବ୍ୟବସାୟୀ କରୁଥିବା ଲୋକଙ୍କ ପାଇଁ ସମୟ ଭଲ ଥିବାରୁ ଏହି ସମୟରେ ଆପଣ ଯେ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବେ ଭଲ ଲାଭ ପାଇବେ । କମ୍ପିଟେଟିଭ୍ ଏକ୍ସାମ୍ ଦେଉଥିବା ଆଶାୟୀମାନେ ଭଲ ରେଜଲ୍ଟ ପାଇବେ । ଅର୍ଥାତ୍ ସରକାରୀ ଚାକିରି ପାଇବାର ସମ୍ଭାବନା ରହିଛି । ବିଦେଶ ଯାତ୍ରା କରିପାରନ୍ତି । ତଥାପି, ଜାନୁଆରୀ ୧୫ ପର୍ଯ୍ୟନ୍ତ କୌଣସି ନୂତନ କାର୍ଯ୍ୟ କରନ୍ତୁ ନାହିଁ । ୧୫ ପରେ ଆପଣ ବ୍ୟବସାୟରେ ଟଙ୍କା ବିନିଯୋଗ କଲେ ଅତ୍ୟନ୍ତ ଭଲ ।
ମୀନ ରାଶି :- ଏହି ରାଶିର ଲୋକେ ବି ଶୁଭଫଳ ପାଇବେ । ଏହା ସହିତ ଏହି ରାଶିର ଲୋକମାନଙ୍କ ଭାଗ୍ୟ ଉଜ୍ଜ୍ୱଳ ହେବ ଏବଂ ଏମାନେ ଅନେକ ବଡ଼ ବଡ଼ କାର୍ଯ୍ୟ ମଧ୍ୟ ସମ୍ପନ୍ନ କରିବାରେ ସକ୍ଷମ ହେବେ । କୌଣସି ଯୋଜନା ସଂପୂର୍ଣ୍ଣ କରିବାର ଲାଭ ଆପଣ ପାଇପାରନ୍ତି । ଯେଉଁମାନେ ବିଦେଶ ଯିବାକୁ ଚିନ୍ତା କରୁଛନ୍ତି ସେମାନେ ଏକ ବିଦେଶ ଯାତ୍ରା କରିପାରନ୍ତି । ଯେଉଁମାନେ କାମ କରୁଛନ୍ତି ସେମାନେ ନିଜ ଚାକିରିରେ ପଦୋନ୍ନତି ପାଇପାରନ୍ତି । ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି । ଆହୁରି ମଧ୍ୟ, ବ୍ୟକ୍ତି ଧାର୍ମିକ କିମ୍ବା ଶୁଭ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବାର ସମ୍ଭାବନା ରହିଛି । ଆକସ୍ମିକ ଧନ ଲାଭର ଯୋଗ ରହିଛି ।