RI ପରୀକ୍ଷାକୁ ନେଇ ବଡ଼ ବିବାଦ।

ଚାକିରି ପାଇଁ ପରୀକ୍ଷାକୁ ନେଇ ବିବାଦ । ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଏକ ଦୁଇ ମହଲା କୋଠାରେ ଥିବା ସାଇବର କାଫେରେ RI, ICDS ସୁପର ଭାଇଜର୍, ARI, ଅମିନ ଏବଂ SFS ପାଇଁ ଅନଲାଇନ ପରୀକ୍ଷା ଆୟୋଜିତ ହୋଇଥିଲା ଯେଉଁଠି ରେଷ୍ଟୁରାଣ୍ଟ, ହୋମିଓପାଥି କ୍ଲିନିକ୍ ମଧ୍ୟ ରହିଛି।

OSSC ଦ୍ୱାରା ପରିଚାଳିତ ଏହି ପରୀକ୍ଷାକୁ ଏକ ବେସରକାରୀ ‘SIFY’ ନାମକ ଏକ କମ୍ପାନୀକୁ ପରିଚାଳନା ପାଇଁ ଦିଆଯାଇଥିଲା । ପ୍ରଥମ ସିଫ୍ଟ ସାଢେ଼ ୮ଟା ବେଳେ ଆରମ୍ଭ ହେବାର ଥିଲା, କିନ୍ତୁ ପରୀକ୍ଷା ଆରମ୍ଭରେ ବିଳମ୍ବ ହେବା ଯୋଗୁ ଦ୍ୱିତୀୟ ଓ ତୃତୀୟ ସିଫ୍ଟ ପରୀକ୍ଷା ଆରମ୍ଭରେ ମଧ୍ୟ ବିଳମ୍ବ ହୋଇଥିଲା ।

ୟାକୁ ନେଇ ପରୀକ୍ଷାର୍ଥୀମାନଙ୍କଠାରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏହା ଛଡା ପରୀକ୍ଷା ପରିଚାଳନାରେ ବି ଘୋର ଅବ୍ୟବସ୍ଥାକୁ ନେଇ ପରୀକ୍ଷାର୍ଥୀମାନେ ପ୍ରଶ୍ନ ଉଠାଇଥିଲେ ।