ଆସିଛି ମେଲାଣିର ସମୟ। ଦୁର୍ଗା ମାତା ଙ୍କୁ ଦେବାକୁ ପଡିବ ବିଦାୟ।ମା’ଙ୍କୁ ଏ ବର୍ଷ ପାଇଁ ଶେଷଥର ପୂଜା କରିବା ପରେ କାନ୍ଦି କାନ୍ଦି କାନ୍ଦୁଛନ୍ତି ପୂଜକ… ରାହା ଛାଡ଼ି ମା’ଙ୍କ ପାଦତଳେ ମୁଣ୍ଡ ବାଡାଇ ପକାଇଛନ୍ତି ।
ଏ ଲୁହ ହେଉଛି ମା’ଙ୍କୁ ବିଦାୟୀ ଦେବାର ଲୁହ । ଆଉଥରେ ଧରାପୃଷ୍ଠକୁ ମା’ଙ୍କୁ ଆସିବା ପାଇଁ ପୁରା ଗୋଟିଏ ବର୍ଷ ଲାଗିବ। ସେଇଥି ପାଇଁ ତ ମା’ଙ୍କ ପାଦତଳେ ନେହୁରା ହୋଇ କାନ୍ଦୁଛନ୍ତି ଏ ପୂଜକ।
ମା’ଙ୍କ ପାଇଁ ଗୋଟେ ପୁଅ ଆଖିରୁ ଝରି ପଡୁଛି ଲୁହ। ମା’ଙ୍କ ଦର୍ଶନ ପାଇଁ ପୁଅକୁ ପୁଣି ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡିବ।