ଖାଦ୍ୟ ଆମ ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ । ଯାହା ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିଥାଏ ଆମ ଶରୀରକୁ । ବେଳେ ବେଳେ ଖାଦ୍ୟ ପାଇଁ ଆମେ ବିଶେଷ ଯତ୍ନବାନ ନ ଥାଏ ।ଖାଇବା ପୁର୍ବରୁ ଆମେ ଏହି କଥା ଆଦୌ ଭାବି ନ ଥାଉ ଏହାକୁ ଖାଇବା ଦ୍ୱାରା ଆମର ଲାଭ ହେବ କି କ୍ଷତି । ଆମେ ସାଧାରଣତଃ ଆମ ଜିଭକୁ ସ୍ଵାଦିଷ୍ଟ ଲାଗିବା ଭଳି ଖାଦ୍ୟର ଚୟନ କରିଥାଏ । ଯାହା ପରବର୍ତ୍ତୀ ସମୟରେ ଆମ ରୋଗର କାରଣ ପାଲଟି ଥାଏ ।
ଆଜି ଆମେ ଖାଦ୍ୟ ସହ ଜଡିତ କର୍କଟ ରୋଗ ବିଷୟରେ ଜାଣିବା । କାରଣ ଭାରତରେ ଏହା ବେଶ୍ ପରିଚିତ ରୋଗଟିଏ, ପ୍ରତି ବର୍ଷ ଅନେକ ଲୋଗ ଏହି ରୋଗରେ ମୃତ୍ୟୁ ମୁଖରେ ପଡୁଛନ୍ତି । ତେଣୁ କର୍କଟ ରୋଗର ମୁଖ୍ୟ କାରଣ ଗୁଡ଼ିକୁ ଜାଣିଲେ ଆମେ ହୁଏ ତ ଏହା ଠାରୁ ଦୁରେଇ ରହିବା ପାଇଁ ଚେଷ୍ଟା କରିବା । ରିସର୍ଚ୍ଚ ଅନୁସାରେ ୫ ରୁ ୧୦ ପ୍ରତିଶତ କର୍କଟ ରୋଗ ବଂଶଜନିତ ହୋଇଥିବା ବେଳେ ୩୦ ରୁ ୩୫ ପ୍ରତିଶତ କର୍କଟ ରୋଗ ଖରାପ ଖାଦ୍ୟ ଖାଇବା ଦ୍ୱାରା ଏବଂ ଆମ ଦୈନନ୍ଦିନ ଜୀବନଶୈଳୀ କାରଣରୁ ହୋଇଥାଏ ।
ସାଧାରଣତଃ କୁହାଯାଏ ସକାଳର ଜଳଖିଆ ଆମ ଉପରେ ବିଶେଷ ପ୍ରଭାବ ପକାଇଥାଏ ଏବଂ ଏହା କର୍କଟ ର ମଧ୍ୟ କାରଣ ପାଲଟି ଥାଏ । ତେଣୁ ସକାଳର ଜଳଖିଆର ଚୟନ ପୋଷଣ ଯୁକ୍ତ ହେବା ଆବଶ୍ୟକ ନା କି ଜିଭର ସ୍ବାଦ ଅନୁସାରେ । ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ ର ସେବନ ଦ୍ଵାରା ଆମେ ଭବିଷ୍ୟତରେ କର୍କଟ ରୋଗ ର ଶୀକାର ହେବାର ସମ୍ଭାବନା ରହିଛି ।
ଆହୁରି ପଢନ୍ତୁ :- ବାରମ୍ବାର ଶାରୀରିକ ସମ୍ୱନ୍ଧ ପରେ ମଧ୍ୟ କଣ ପାଇଁ ମେଣ୍ଟେନାହିଁ ଦେହର ଭୋକ? ରିସର୍ଚ୍ଚ ରୁ ହେଲା ବଡ଼ ଖୁଲାସା, ଜାଣନ୍ତୁ କଣ ?
1 – ନିୟମିତ ଚା ସହିତ ବିସ୍କୁଟ ସେବନ କରୁଥିଲେ :- ଏହା ଦ୍ବାରା କର୍କଟ ରୋଗର ସମ୍ଭାବନା ବଢିପାରେ । ଏହା ଛଡ଼ା ଚା ସହିତ କୌଣସି ବିସ୍କୁଟ ସେବନ କରିବା ଅନୁଚିତ୍ ।
2 – ନିୟମିତ ପାଉଁରୁଟି ସେବନ :- ନିୟମିତ ପାଉଁରୁଟି ସେବନ ଦ୍ୱାରା ଶରୀରରେ ରୋଗ ବଢିପାରେ । ଏହା କର୍କଟ ରୋଗର ମଧ୍ୟ ଏକ ମୁଖ୍ୟ କାରଣ ଅଟେ । ଯେ କୌଣସି ପାଉଁରୁଟିରୁ ତିଆରି ଖାଦ୍ୟ ଶରୀର ପାଇଁ କ୍ଷତିକାରକ ଅଟେ ।
3 – ପପକର୍ନ ର ସେବନ :- ମାସକୁ ଥରେ କିମ୍ୱା ଦୁଇ ଥର ପପକର୍ନ ଖାଇ ପାରିବେ, ହେଲେ ଘରେ ପ୍ରସ୍ତୁତ କରି । କିନ୍ତୁ ବଜାରରେ ବିକ୍ରି ହେଉଥିବା ପପକର୍ନ ଶରୀର ପାଇଁ କ୍ଷତିକାରକ ଅଟେ ।
4 – ଚିପ୍ସର ସେବନ :- ଚିପ୍ସ ଗୁଡ଼ିକରେ ଫ୍ୟାଟ ଏସିଡ ରହିଥାଏ ଏବଂ ଏହା ନିଦା ରହିବା ପାଇଁ ଏଥିରେ ଅନେକ କେମିକାଲ ବ୍ୟବହାର କରାଯାଏ । ଯାହା ଶରୀରରେ ରୋଗ ସୃଷ୍ଟି କରିଥାଏ । ତେଣୁ ଯେତେ ସମ୍ଭବ ଏହାର ପରିତ୍ୟାଗ କରନ୍ତୁ ।
5 – ଫାଷ୍ଟ ଫୁଡ୍ :- ବର୍ତ୍ତମାନର ଏହା ଏକ ଅତି ଆକର୍ଷଣୀୟ ଖାଦ୍ୟ ଅଟେ ଆମ ପାଇଁ । ଛୋଟ ଠାରୁ ବଡ ସମସ୍ତେ ଏହାକୁ ବେଶ୍ ପସନ୍ଦ କରୁଛନ୍ତି । ଏହାର କୁ ପ୍ରଭାବ ଆମ ଶରୀର ଉପରେ କେତେ ଯେ ରହିଛି ତାହା ଆମେ ସ୍ୱପ୍ନରେ ବି ଭାବି ନ ଥାଏ । ଏପରି ଖାଦ୍ୟ ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ, ତେଣୁ ଯଥା ଶୀଘ୍ର ସମ୍ଭବ ଏପରି ଖାଦ୍ୟର ପରିତ୍ୟାଗ କରନ୍ତୁ ।