ମହିଳା ଗର୍ଭାବସ୍ଥା ସମୟରେ ଶାରିରୀକ ସମ୍ପର୍କ ରଖିବା ଠିକ ନା ଭୁଲ, ଜାଣନ୍ତୁ

ପ୍ରତ୍ୟକ ମହିଳାଙ୍କ ପାଇଁ ମା ହେବା ସବୁଠାରୁ ବଡ ଖୁସି ହୋଇଥାଏ । ହେଲେ ଗର୍ଭବସ୍ତା ସମୟରେ ସମସ୍ତଙ୍କ ମନରେ ଗୋଟେ କଥା ନିଶ୍ଚୟ ଆସିଥାଏ ଯେ ଗର୍ଭବସ୍ତା ସମୟରେ କଣ ସଂଭୋଗ କରିବା ଉଚିତ ଓ ସଂଭୋଗ କରିଲେ ପେଟରେ ଥିବା ଶିଶୁ ଉପରେ କିଛି ଖରାପ ପ୍ରଭାବ ପଡିବ ନା ନାହିଁ । ବନ୍ଧୁଗଣ ଏଭଳି ଭୟ ମନ ଭିତରେ ଥାଏ ଯାହା ଆମେ ମାନେ କାହାକୁ ପଚାରି ବି ପାରି ନଥାଉ ।

ଗର୍ଭବସ୍ତା ସମୟରେ ସଂଭୋଗ କରିବା ଉଚ୍ଚ ଧରଣର ବିପଦ ହୋଇନଥାଏ ତେଣୁ ଆପଣ ମାନେ ଗର୍ଭବସ୍ତା ସମୟରେ ସହମତି ସହ ପରସ୍ପର ସହ ରହିପାରିବେ ଓ ସଂଭୋଗ ମଧ୍ୟ କରିପାରିବେ । ଗର୍ଭବସ୍ତା ସମୟରେ ସଂଭୋଗ କରିଲେ ଶିଶୁ ଉପରେ କିଛି ଖରାପ ପ୍ରଭାବ ପଡିବ । ଏଠାରେ ଆମେ କହି ରଖୁଚୁ ଯେ, ଗର୍ଭବସ୍ତା ସମୟରେ ସଂଭୋଗ କରିଲେ ଶିଶୁ ଉପରେ କୌଣସି ଖରାପ ପ୍ରଭାବ ପଡିବ ନାହିଁ । ମହିଳାଙ୍କ ୟୁଟ୍ରେସ ସ୍ନାୟୁ ବହୁତ ମଝବୁତ ଥାଏ ଯାହା ଶିଶୁକୁ ସୁରକ୍ଷିତ ରଖିଥାଏ ତେଣୁ ସଂଭୋଗ କରିବା ସମୟରେ ଶିଶୁ ଉପରେ କୌଣସି ଖରାପ ପ୍ରଭାବ ପଡିବ ନାହିଁ ।

ଗର୍ଭବସ୍ତା ସମୟରେ ଯଦି ମାର ଅବସ୍ଥା ଉଚ୍ଚ ଧରଣର ବିପଦରେ ରହିବ ଅର୍ଥାତ ବାରମ୍ବାର ମାର ମିସକେରେଜ ହେବ, ସମୟ ପୂର୍ବରୁ ଡେଲିଭରି ହେବାର ରିକ୍ସ ରହିବ, ମାର ଗର୍ଭାଶୟ ଅଧିକ ଖୋଲା ରହିବ ଏହି ସବୁ ସମୟରେ ସଂଭୋଗ କରିବାକୁ ଡାକ୍ତର ମନା କରନ୍ତି । ଏହା ସହିତ ଯଦି ନିୟମିତ ଭାବରେ ରକ୍ତସ୍ରାବ ହେବ, ତରଳ ପଦାର୍ଥ ବାହାରିବା ଓ ଜୁଡୁବା ଛୁଆ ରହିବା ସମୟରେ ମଧ୍ୟ ସଂଭୋଗ କରିବା ଉଚିତ ନୁହେଁ । ଯଦି ଆପଣଙ୍କୁ ଓ ଆପଣଙ୍କ ପାର୍ଟନରଙ୍କୁ ପେଲଭିକ ଇନଫେକ୍ସନ ରହିବ ତା ହେଲେ ଆପଣ ସଂଭୋଗ କରନ୍ତୁ ନାହିଁ । ଏବେ ଆସନ୍ତୁ ଜାଣିବା ଗର୍ଭବସ୍ତା ସମୟରେ ସଂଭୋଗ କରିବା ବେଳେ କେଉଁ ସବୁ ଆସନ କରିବା ଉଚିତ ।

ଯଦି ଗର୍ଭବସ୍ତାର ପ୍ରଥମ ତିନି ମାସରେ ମାକୁ କୌଣସି ଯନ୍ତ୍ରଣା ହେଉ ନଥିବ ଓ ଅନ୍ୟ କୌଣସି ସମସ୍ୟା ଦେଖାଉ ନଥିବ ତା ହେଲେ ଆପଣ ଯେକୌଣସି ଆସନରେ ସଂଭୋଗ କରିପାରିବେ । ଦ୍ଵିତୀୟ ତିନି ମାସରେ ଆପଣ ଏମିତି ଏକ ଆସନ କରନ୍ତୁ ଯେଉଁଥିରେ ମାକୁ ଅଧିକ ଯନ୍ତ୍ରଣା ହେବ ନାହିଁ ଏଥିପାଇଁ ଆପଣ ମିସିନେରି ପୋଜିସନ କରିପାରିବେ ନାହିଁ । ଆପଣ ମାନେ ଚାହିଁଲେ ସ୍ପୁନିଙ୍ଗ ପୋଜିସନ ନଚେତ ଡଗି ପୋଜିସନରେ ବି ସଂଭୋଗ କରିପାରିବେ । ବନ୍ଧୁଗଣ ଶେଷ ତିନି ମାସରେ ସଂଭୋଗ କରିବା ଅତ୍ୟନ୍ତ କଷ୍ଟକର ହୋଇଥାଏ ।

Leave a Comment