ଦେଖନ୍ତୁ ଭିଡ଼ିଓ: ସ୍ଵାମୀ କୁ ବାନ୍ଧି ଆଖି ଆଗରେ ସ୍ତ୍ରୀକୁ କଲେ ଦୁଷ୍କର୍ମ, ତାପରେ ଭିଡ଼ିଓ ରେକର୍ଡ଼ କରି କଲେ ବ୍ଲାକମେଲ୍

ବାଟରେ ଅଟକାଇ ସ୍ୱାମୀଙ୍କୁ ପିଟିଲେ, ପତ୍ନୀଙ୍କୁ କଲେ ଗଣଦୁଷ୍କର୍ମ । ଢେଙ୍କାନାଳ ଭୁବନ ଅଞ୍ଚଳର ଏଭଳି ଏକ ଚାଂଚଲ୍ୟକର ଘଟଣା ସଭ୍ୟସମାଜ ପାଇଁ ସୃଷ୍ଟି କରିଛି ଲଜ୍ଜା । ମାମଲାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ତନାଘନା ଚଳାଇଥିବା ବେଳେ ସବୁ ଅଭିଯୁକ୍ତଙ୍କୁ ବାନ୍ଧି ଜେଲ୍‌ରେ ଠୁଙ୍କିବୁ ବୋଲି କହିଛନ୍ତି ଢେଙ୍କାନାଳ ଏସପି । ସ୍ଥାନୀୟ ଲୋକେ ବି ଏଭଳି ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ଦାବି କରିଛନ୍ତି ।

ଘଟଣା ଅତ୍ୟନ୍ତ ଚାଞ୍ଚଲ୍ୟକର । ସଭ୍ୟ ସମାଜ ପାଇଁ ଅତି ଲଜ୍ଜାକର ଘଟଣା । ଆଗେ ସ୍ୱାମୀଙ୍କୁ ଦୁବୃର୍ତ୍ତ ମିଶି ନିସ୍ତୁକ ମାଡ଼ ମାରିଲେ । ପରେ ପତ୍ନୀଙ୍କୁ ଜଙ୍ଗଲକୁ ଟାଣି ନେଇ ୫ ଜଣ ଗଣଦୁଷ୍କର୍ମ କଲେ । ଗତ ଶନିବାର ଏ ଅମାନୁଷିକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ବାରୁଆଁ ଅଞ୍ଚଳରେ । ପୋଲିସ୍ ସୂଚନା ଅନୁସାରେ ଭୁବନରେ ଏକ ମେସ୍‌ରେ ରହି ପାଠ ପଢୁଥିଲେ ଯାଜପୁର କାଳିଆପାଣି ଅଞ୍ଚଳର ପୀଡ଼ିତା । ଦଶହରା ଛୁଟି ଥିବାରୁ ସେ ସ୍ୱାମୀଙ୍କ ସହ ଭୁବନରୁ ଘରକୁ ବାଇକରେ ଫେରୁଥିଲେ । ରାତି ପ୍ରାୟ ୮ଟା ସମୟରେ ଭୁବନ ସୁକିନ୍ଦା ରାସ୍ତାର ବାରୁଆଁରେ ହଠାତ୍ ସେମାନଙ୍କୁ ଅଟକାଇଥିଲେ ୫ ଦୁର୍ବୁତ୍ତ ।

ପ୍ରଥମେ ସ୍ୱାମୀଙ୍କୁ ଡରାଇ ଧମକାଇ ନିସ୍ତୁକ ମାଡ଼ ମାରିଲେ । ଖାଲି ସେତିକି ନୁହେଁ ଦଂପତିଙ୍କ ଠାରୁ ମୋବାଇଲ ଓ ଟଙ୍କା ମଧ୍ୟ ଦୃର୍ବୃତ୍ତ ଛଡାଇ ନେଇଥିବା ମଧ୍ୟ ଅଭିଯୋଗ ହୋଇଛି । ପରେ ମହିଳାଙ୍କୁ ପାଖ କାଜୁ ଜଙ୍ଗଲକୁ ଟାଣି ନେଇ ଦୁଷ୍କର୍ମ କରି ଉଭାନ୍ ହୋଇଗଲେ । ରବିବାର ମହିଳା ଜଣକ ଭୁବନ ଥାନାରେ ଲିଖିତ ଏତଲା ଦେବା ପରେ ଆରମ୍ଭ ହୋଇଥିଲା ତନାଘନା ।

ଦେଖନ୍ତୁ ଭିଡିଓ :-

ପୋଲିସ୍ ପୀଡ଼ିତାଙ୍କୁ ଡାକ୍ତରୀମାଇନା ପାଇଁ ପଠାଇବା ସହିତ ୨ ଜଣଙ୍କୁ ଥାନାକୁ ଉଠାଇ ଆଣିଛି । ବାକି ତିନିଜଣଙ୍କୁ ଖୋଜୁଛି । ଢେଙ୍କାନାଳ ଏସପି କହିଛନ୍ତି ଅଭିଯୁକ୍ତଙ୍କୁ ଚିହ୍ନଟ ସରିଛି, ଖୁବଶୀଘ୍ର ସମସ୍ତେ ବନ୍ଧା ହେବେ । ପୋଲିସ୍ ଖୁବ୍ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରିବ । କଠିନ ଦଣ୍ଡ ଦେବାକୁ ପୀଡ଼ିତା ଦାବି କରିଥିବା ବେଳେ, ସ୍ଥାନୀୟ ଲୋକେ ଏଭଳି ଅମାନବୀୟ କାର୍ଯ୍ୟକୁ ଦୃଢ଼ ଭାବେ ନିନ୍ଦା କରିଛନ୍ତି ।