ନିଜ ଝିଅକୁ ମାଡ଼ିବସି ଶାରିରୀକ ସମ୍ପର୍କ ରଖିଦେଲା ଧରମ ବାପା । ଗୋଟାଏ ରୁମ୍ ରେ ବାପା ଓ ଝିଅ ଶୋଉଥିଲେ । ନିଜ କୋଳରୁ ଜନ୍ମ ଦେଇ ନଥିଲେ ମଧ୍ୟ ବାପା ଝିଅର ସମ୍ପର୍କ ଥିଲା ଦୁହିଁଙ୍କ ଭିତରେ । ଝିଅର ସବୁବେଳେ ମୁଣ୍ଡ ଅଣ୍ଡାଳି ବୁଝାଉଥିଲେ, “ମୁଁ ତୋର ବାପା ପରି ହେବି । ମୁଁ ତୋର ଧରମ ବାପା କେବେ ବି ଡରିବୁନି ।” ଆଉ ଏହାପରେ ଝିଅ ସହିତ ଜୋର୍ ଜବରଦସ୍ତ ଶାରିରୀକ ସମ୍ପର୍କ ରଖିଲା ବାପା । ଅଜବ ଏ ସମ୍ପର୍କ, ଧରମ ଝିଅକରି ଘରକୁ ନେଇଥିଲେ । ନିଜ ଝିଅଠାରୁ ଅଧିକ ଯତ୍ନ ନେବେ ବୋଲି କଥା ଦେଇଥିଲେ । ହେଲେ ନିରୋଳାରେ ପାଇ ଝିଅ ସହିତ ଶାରୀରିକ ସମ୍ପର୍କ ରଖିଲା ।
ବାରମ୍ବାର ଝିଅ ସହିତ ଧରମ ବାପ ରଖୁଥିଲେ ଶାରୀରିକ ସମ୍ପର୍କ । ଏବେ ଝିଅ କହୁଛି, ମୁଁ ଧରମ ବାପାକୁ ବାହା ହେବି । ମୁଁ ତାଙ୍କୁ ସ୍ୱାମୀ କରିବାକୁ ଚାହୁଁଛି ବୋଲି ଯୁବତୀ ଜଣକ କହିଛନ୍ତି । ତେବେ ଅଭିଯୁକ୍ତ ଜଣକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର କମର୍ଦା ଥାନା ଉଲୁଡ଼ା ଗ୍ରାମର ଅନନ୍ତ ପ୍ରଧାନ ବୋଲି ଜଣାପଡ଼ିଛି । ତେବେ ସୂଚନା ମୁତାବକ ପୀଡ଼ିତା ଯୁବତୀ ଜଣକ ଘରେ ରୋଷେଇୟା ଭାବରେ କାମ କରୁଥିଲେ ଆଉ ସେଇ ଘରର ଜଗୁଆଳି ଭାବେ ଅନନ୍ତ ମଧ୍ୟ ନିୟୋଜିତ ଥିଲେ ।
ଆଉ ଅନନ୍ତ ଓ ଭାରତୀ ଗୋଟାଏ ଘରେ ରହୁଥିବାରୁ ଉଭୟଙ୍କ ମଧ୍ୟରେ ବାପା ଝିଅର ସମ୍ପର୍କ ଗଢ଼ି ଉଠିଥିଲା । ହେଲେ ଏଇ ପବିତ୍ର ସମ୍ପର୍କକୁ ଆଡ଼େଇ ଦେଇ ଅନନ୍ତ ପକାଇଥିଲେ ଧରମ ଝିଅ ଉପରେ ଯୌନ ଲାଳସାର ନଜର । ହେଲେ ବାପାର ସମ୍ମାନ ଦେଉଥିବା ଯୁବତୀ ଜଣକ ଧରାଛୁଆଁ ଦେଇ ନଥିଲେ । ପରବର୍ତ୍ତୀ ସମୟରେ ଘର ଭିତରେ ଯୁବତୀଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ଦେଖନ୍ତୁ ଭିଡିଓ :-
ବାରମ୍ବାର ତାଙ୍କୁ ଦୁଷ୍କର୍ମ କରିଥିବା ପୀଡିତା ଅଭିଯୋଗ କରିଛନ୍ତି । ଇଚ୍ଛା ବିରୁଦ୍ଧରେ ୪ ମାସ ଧରିକି ଅନନ୍ତ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲା । ଅନନ୍ତଙ୍କ ଏଭଳି ଆଚରଣରେ ଶେଷରେ ଅତିଷ୍ଠ ହୋଇ ଯୁବତୀ ଜଣକ ଜଳେଶ୍ଵର ଥାନା ନମ୍ପ ଫାଣ୍ଡି ଇଲାକାରେ ଥିବା ନିଜ ଘରକୁ ଚାଲି ଆସିଥିଲେ । ଆଉ ତାପରେ ନିଜ ବାପାଙ୍କ ସହ ଜଳେଶ୍ବର ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ । ପୀଡିତାଙ୍କ ଅଭିଯୋଗ ଅଧାରରେ ପୁଲିସ ମାମଲା ରୁଜୁକରି ମଙ୍ଗଳବାର ଅଭିଯୁକ୍ତ ଅନନ୍ତ ପ୍ରଧାନକୁ କମର୍ଦ୍ଦା ଅଞ୍ଚଳରୁ ଗିରଫ କରିଛି ।