ବରକୁ ବରଯାତ୍ରୀଙ୍କ ସହ ମିଶି ଚୋଲି କେ ପିଛେ କ୍ୟା ହୈ ଗୀତରେ ନାଚିବାର ଦେଖି ରାଗିଗଲେ ଶ୍ବଶୁର। ଭାଙ୍ଗିଦେଲେ ବାହାଘର…

ସୋସିଆଲ୍ ମିଡିଆରେ ଆମେ ବିବାହ ବେଳର ଅନେକ ଭିଡ଼ିଓ ଦେଖିଥାଉ, ଯାହା ବହୁତ ମଜାଦାର ହୋଇଥାଏ। ସବୁଠୁ ମଜାଦାର ଲାଗେ ବରଯାତ୍ରୀଙ୍କ ଡ୍ୟାନ୍ସ । କିନ୍ତୁ ଏହି ନାଚ ହିଁ ଜଣେ ବରଙ୍କ ପାଇଁ ସାଜିଲା କାଳ। ବରଯାତ୍ରୀରେ ବରର ଡ୍ୟାନ୍ସ ଦେଖିବା ପରେ ବାହାଘର ଭାଙ୍ଗିଦେଲେ ଶଶୁର। ସୋସିଆଲ୍ ମିଡ଼ିଆ ଏକ୍ସରେ ଏକ ଇଂରାଜୀ ଖବରକାଗଜର ଫ୍ରଣ୍ଟ୍ ଲାଇନରେ ଥିବା ଖବରଟି ଏବେ ଭାଇରାଲ୍ ହେବାରେ ଲାଗିଛି ।

ଖବରକାଗଜରେ ଲେଖାହୋଇଛି ଯେ ଚୋଲି କେ ପିଛେ କ୍ୟା ହେ ଗୀତରେ ଡ୍ୟାନ୍ସ କରିବାରୁ ବର ଉପରେ ରାଗିଗଲେ ଶ୍ବଶୁର ଏବଂ ଭାଙ୍ଗିଦେଲେ ବାହାଘର । ବରର ସାଙ୍ଗମାନେ ବାଧ୍ୟ କରିବାରୁ ସେ ବଲିଉଡ୍ ଗୀତରେ ନାଚିଥିଲେ ତେଣୁ ୟୁଜର୍ସ କମେଣ୍ଟରେ ଲେଖୁଛନ୍ତି ଯେ , ସାଙ୍ଗମାନଙ୍କ ପାଇଁ ବର ହେଲା ବଦନାମ୍ । ଆଉ କିଏ ଲେଖୁଛନ୍ତି ‘ଗ୍ରୁମ୍ ଅଫ୍ ଦି ଇୟର୍’ । ଅନ୍ୟଜଣେ ୟୁଜର ଲେଖୁଛନ୍ତି , ଆରେଞ୍ଜ ମ୍ୟାରେଜ୍ ଥିଲା ନା ଏଲିମିନେସନ୍ ରାଉଣ୍ଡ ଚାଲିଥିଲା ଯେ ଶ୍ବଶୁର ବାହାଘର ଭାଙ୍ଗିଦେଲେ?

ପୋଷ୍ଟ୍ ଅନୁଯାୟୀ, ଜାନୁଆରୀ ୧୬ ତାରିଖରେ ନୂଆଦିଲ୍ଲୀରେ ହେବାକୁ ଥିବା ବାହାଘର ଅଚାନକ ଭାଙ୍ଗିଗଲା । ଯାହାର କାରଣ ଶୁଣିଲେ ଯେ କେହି ବି ଚକିତ ହୋଇଉଠିଲା । ସାଙ୍ଗମାନଙ୍କ ସହ ମଜା ଭିତରେ ବର ବଲିଉଡ୍ ଗୀତରେ ଡ୍ୟାନ୍ସ କରିଥିଲେ । ବର ସହ ପରିବାର ମଧ୍ୟ ନାଚିଥିଲେ କିନ୍ତୁ ଏଭଳି ନାଚ ପସନ୍ଦ ଆସିନଥିଲା ଶ୍ବଶୁରଙ୍କୁ । ହସଖୁସିରେ ଆରମ୍ଭ ହେବାକୁ ଥିବା ବାହାଘରକୁ ଅଧାରୁ ହିଁ ଭାଙ୍ଗିଦେଲେ ।

ବିବାହ ଭାଙ୍ଗିବାକୁ ନେଇ କନ୍ୟା ଭୋ ଭୋ ହୋଇ କାନ୍ଦିଥିଲେ ହେଁ ବାପାଙ୍କ ମନ ତରଳି ନଥିଲା । ବର ଶ୍ବଶୁରଙ୍କ ଗୋଡ଼ହାତ ଧରି କ୍ଷମା ମାଗିଥିଲେ ବି ବିବାହକୁ ମନା କରିଥିଲେ ଶ୍ବଶୁର । ଆଉ ଅଧାରେ ରହିଲା ବାହାଘର।