ଦେଖନ୍ତୁ ଭିଡ଼ିଓ: କିନ୍ନରକୁ ପ୍ରେମ ରେ ଫସେଇ ରଖିଲା ଶାରୀରିକ ସମ୍ପର୍କ। ଆଉ ତାପରେ ହାଣିଦେଲା…

ସଞ୍ଜନା ନାମକ ସୁନ୍ଦରୀ କିନ୍ନର ଜଣକ ବସଷ୍ଟାଣ୍ଡ, ମନ୍ଦିର ଏବଂ ପାର୍କରେ ବୁଲି ବୁଲି ଲୋକଙ୍କୁ ଆର୍ଶୀବାଦ ଦେଉଥିଲା । ସଞ୍ଜନା ଜୀବନରେ ଯେତେବେଳେ କିସାନ ଆସିଥିଲା ସେତେବେଳେ ତାର ଭାଗ୍ୟ ବଦଳି ଯାଇଥିଲା ।

ସଞ୍ଜନା ଜଣେ କିନ୍ନର ଥିବା ଜାଣି ମଧ୍ୟ କିସାନ୍ ତାଙ୍କୁ ଭଲ ପାଇଥିଲେ। ୨୦୧୬ ମସିହାରେ ସେମାନେ ବିବାହ କରିଥିଲେ । ସେମାନେ ବହୁତ ଖୁସିରେ ଥିଲେ । ଏହାପରେ ୮ ବର୍ଷ ପରେ ସବୁକିଛି ବଦଳି ଯାଇଥିଲା ।

କୌଣସି ଏକ କଥାକୁ ନେଇ ସଞ୍ଜନା ଆଉ କିଷାନ ମଧ୍ୟରେ ଝଗଡ଼ା ହୋଇଥିଲା । ଆଉ ଏହି ଝଗଡ଼ା ପରେ ଯୁବକ କିଷାନ୍ ରାଗିଯାଇ ସଞ୍ଜନାକୁ ଜୀବନରୁ ମାରି ଦେଇଥିଲା । ସଞ୍ଜନାକୁ ପରିବା କଟା ଛୁରୀରେ କାଟି ଦେଇଥିଲା ଯୁବକ । ଆଉ ଏହାପରେ ତାକୁ ସେ ମାରିଦେଇ ରାସ୍ତା କଡ଼ରେ ଫିଙ୍ଗି ଦେଇଥିଲା ।

ରାସ୍ତା କଡ଼ରେ କିନ୍ନର ଜଣଙ୍କର ମୃତଦେହ ପଡ଼ିଥିବାର ଗାଁ ଲୋକମାନେ ଦେଖିଥିଲେ । ଆଉ ଗାଁ ଲୋକମାନେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ଏହି ଯୁବକ ଜଣକ ଏବେ ଫେରାର ଅଛନ୍ତି । ପୋଲିସ ସଞ୍ଜନାର ଶବକୁ ନେଇ ବ୍ୟବଚ୍ଛେଦ କରୁଛି । ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।