ପୁଣିଥରେ ଚର୍ଚ୍ଚାରେ କଳାହାଣ୍ଡି ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର । ଆଜ୍ଞା ହଁ, ପୂର୍ବରୁ ଅନେକ ଥର ଦିବ୍ୟଶଙ୍କର ଚର୍ଚ୍ଚାର ପରିସରକୁ ଆସିଥିବା ବେଳେ ଗତବର୍ଷ ତାଙ୍କର ଦ୍ଵିତୀୟ ବିବାହକୁ ନେଇ ବେସ୍ ଚହଳ ସୃଷ୍ଟି ହୋଇଥିଲା । ଏବେ ସେ ଦ୍ଵିତୀୟ ଥର ପାଇଁ ପିତା ହୋଇଥିବା ଜଣାପଡିଛି ।
ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବାର ଅନେକ ବର୍ଷ ପରେ ଗତବର୍ଷ ଫେବୃଆରୀ ମାସରେ ଦିବ୍ୟଶଙ୍କର ଦ୍ଵିତୀୟ ବିବାହ କରିଥିଲେ । ସେ ଦ୍ଵିତୀୟ ବିବାହ କରିବେ ବୋଲି କେହି ଭାବିନଥିବା ବେଳେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲା । ଏବେ ଦ୍ଵିତୀୟ ପତ୍ନୀଙ୍କ ସହିତ ତାଙ୍କର ଏକ ସନ୍ତାନ ଜନ୍ମ ହୋଇଥିବା ଜଣାପଡିଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଫେବ୍ରୁଆରି ୨୬ ତାରିଖରେ ଭୁବନେଶ୍ୱରର ଦି ଆଡଭେଞ୍ଚର ହୋଟେଲରେ ଦିବ୍ୟଶଙ୍କର ଏବଂ ପ୍ରିୟଙ୍କା ଅଗସ୍ତିଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।
ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡ଼ିଓ: 2024 ନିର୍ବାଚନ ପ୍ରଚାର ସମୟରେ ହଠାତ ଗାଡ଼ି ରୁ ଖସି ପଡିଲେ ଏହି ମନ୍ତ୍ରୀ, ଗାଁ ଲୋକେ କହିଲେ ବଢିଆ ହେଲା
ସେତେବେଳେ ଏହି ବିବାହର ଭିଡ଼ିଓ ବେସ୍ ଭାଇରାଲ ହୋଇଥିଲା । ଏବେ ପ୍ରିୟଙ୍କା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିବା ଜଣାପଡିଛି । ଏହି ଦମ୍ପତ୍ତିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।