ଦେଖନ୍ତୁ ଭିଡ଼ିଓ: ଗୋଟିଏ ଅଭାଗି ଝିଅ ସହ ବିଧାୟକ କଲେ ଏମିତି, ଯାହାକୁ ଦେଖି ଲୋକଙ୍କ ଭିଡ଼ ହେଲା ଜମା

ରାସ୍ତା ଉପରେ ଗୋଟାଏ ଅଭାଗୀ ଝିଅ ସହ ବିଧାୟକ ଏମିତି କଲେ । ଯାହାକୁ ଦେଖି ସେଠାରେ ରୁଣ୍ଡ ହୋଇଗଲେ ସାଧାରଣ ଲୋକେ । ଠିଆ ହେଇଥିବା ସବୁ ଲୋକଙ୍କ ଆଖିରୁ ଲୁହ ନିଗିଡ଼ି ପଡ଼ିଲା । ଉକ୍ତ ବିଧାୟକଙ୍କ ଆଖିରୁ ମଧ୍ୟ ଲୁହ ନିଗିଡ଼ି ପଡ଼ିଛି । ନିଜ ପକେଟରୁ ରୁମାଲ ବାହାର କରି ଅଭାଗୀ ଝିଅର ଲୁହକୁ ପୋଛି ଦେଇଛନ୍ତି ବିଧାୟକ । ଆଉ କାନ୍ଧରେ ହାତ ପକାଇ କହିଛନ୍ତି, “ତୁ ବ୍ୟସ୍ତ ହ ନାହିଁ ତୋ ସହିତ ମୁଁ ରହିଛି ।”

ଜଣେ ବିଧାୟକ ଦେଖାଇଛନ୍ତି ତାଙ୍କ ମାନବିକତା । ପ୍ରକୃତରେ ଜଣେ ବିଧାୟକଙ୍କ କାମ କଣ? ସେ କେଉଁ ମାନଙ୍କ ପାଇଁ କାମ କରନ୍ତି? ତାହା ସେ ଦେଖାଇ ଦେଇଛନ୍ତି । ଗରିବର ଦୁଃଖ ଦେଖି ତାଙ୍କ ଆଖିରୁ ଲୁହ ନିଗିଡ଼ି ପଡ଼ିଛି । ଏମିତି କିଛି ଭାବ ବିହଲ୍ୱିତ ଫଟୋ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । ଦୃଶ୍ୟରେ ଦେଖିବାକୁ ମିଳିଛି ଟଲି ଚଳାଉଛି ଝିଅ ଆଉ ପଛରେ ବସିଛି ଡ଼ାକ୍ତରଖାନାରୁ ଫେରିଥିବା ବାପା । ନିଜର ଟଲି ଉପରେ ଉଭୟ ବାପା ଝିଅ ବସି ରହିଛନ୍ତି ।

ଝିଅ କାନ୍ଦୁଛି ଆଉ ଝିଅର କାନ୍ଦ ଦେଖି କାନ୍ଦି ପକାଉଛନ୍ତି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଆଉ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । ନିଜ ପକେଟ୍ ରୁ ରୁମାଲ ବାହାର କରି ଝିଅର ଲୁହକୁ ପୋଛି ଦେଉଛନ୍ତି ବିଧାୟକ । ଖବର ମୁତାବକ ନଦୀ ଗାଆଁର ସମ୍ଭୁଙ୍କ ହାତ ଭାଙ୍ଗି ଯିବାରୁ ୭ଦିନ ପୂର୍ବରୁ ୩୫ କିଲୋମିଟର ଟ୍ରଲିରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ତାଙ୍କ ଝିଅ ।

ଦେଖନ୍ତୁ ଭିଡିଓ :-

ଆଉ ଯେତେବେଳେ ବାପାଙ୍କ ଅସ୍ତ୍ରୋପଚାର ସରିଥିଲା ସେତେବେଳ ମଧ୍ୟ ଆମ୍ବୁଲାନ୍ସ ନ ମିଳିବାରୁ ଟ୍ରଲି ରେ ବାପାଙ୍କୁ ନେଇ ଗାଆଁକୁ ବାହାରିଥିଲେ । ହେଲେ ଅଧା ରାସ୍ତାରେ ଭଦ୍ରକ ବିଧାୟକ ଏହାକୁ ଦେଖି ଅଟକି ଯାଇଥିଲେ । ଆଉ ସବୁ କଥା ପଚାରି ବୁଝିଥିଲେ । ଝିଅର ଦୁଃଖକୁ ଦେଖି ନିଜେ ମଧ୍ୟ କାନ୍ଦି ପକାଇ ଥିଲେ । ଉଭୟଙ୍କ ସହ କଥା ହେବାପରେ ସଙ୍ଗେ ସଙ୍ଗେ ଘଟଣା ସ୍ଥଳକୁ ଭଦ୍ରକ ମୁଖ୍ୟ ଚିକିତ୍ସାଅଧିକାରୀ ଏବଂ ଜିଲ୍ଲା ଚିକିତ୍ସାଅଧିକାରୀଙ୍କୁ ଡ଼କାଇ ଥିଲେ । ଉଭୟ ଘଟଣା ସ୍ଥଳରେ ପହଞ୍ଚିବା ପରେ ଆମ୍ବୁଲାନ୍ସ ଡକାଇ ପୁଣିଥରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନେଇ ଶମ୍ଭୁଙ୍କର ଅଧିକ ଚିକିତ୍ସା ପାଇଁ ବ୍ୟବସ୍ଥା କରିଥିଲେ । ଏପରି ଜନସେବା କାର୍ଯ୍ୟ ଦେଖି ଉପସ୍ଥିତ ଲୋକମାନେ ବିଧାୟକ ମଲ୍ଲିକଙ୍କୁ ବହୁତ୍ ପ୍ରସଂସା କରିଥିଲେ ।