ଫୁସଫୁସ କର୍କଟ ପରି ମାରାତ୍ମକ ରୋଗ ସୃଷ୍ଟି କରୁଛି ମଶାଧୂପର ଧୁଆଁ, ଜାଣନ୍ତୁ କେମିତି ୟାକୁ ଶୁଙ୍ଘିବା ୧୦୦ ସିଗାରେଟ୍ ଟାଣିବା ସହ ସମାନ

କଣ ଆପଣ ବି ମଶା କୟେଲ କିମ୍ବା କୌଣସି ଲିକୁଇଡ ବ୍ୟବହାର କରୁଛନ୍ତି କି ? ତେବେ ଆଗକୁ ଆଉ ଏହି ଭୁଲ୍ କରନ୍ତୁ ନାହିଁ । କାରଣ ମଶା ମାରିବା ପାଇଁ ବ୍ୟବହୃତ ହେଉଥିବା ଏହି କୟେଲ ଆପଣଙ୍କ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ ।

ତେବେ ଏ କଥା ଆମେ ମନରୁ ନୁହେଁ ବରଂ ବିଶେଷଜ୍ଞ ମାନେ ମଧ୍ୟ କହିଛନ୍ତି । ତାଙ୍କ କହିବା ଅନୁସାରେ, ମଶା କୟେଲ ବ୍ୟବହାର କରିବା ସ୍ଵାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ସାଧାରଣତଃ ବର୍ଷା ଦିନେ ମଶା ଦାଉରୁ ରକ୍ଷା ପାଇବା ପାଇଁ ଆମେ ଏହା ବ୍ୟବହାର କରିଥାଉ ।

କିନ୍ତୁ ଜାଣି ନ ଥାଉ କି ଏହା ଆମ ସ୍ବାସ୍ଥ୍ୟ ପାଇଁ କେତେ କ୍ଷତିକାରକ । ତେବେ ଡାକ୍ତର ମାନଙ୍କ କହିବା ଅନୁଯାୟୀ, ଗୋଟିଏ ରୁମ୍ ରେ ମଶା କୟେଲ ଜଳିବାର ଧୁଆଁ ପ୍ରାୟ ୧୦୦ ଟି ସିଗାରେଟ ଟାଣିବା ସହିତ ସମାନ ।

ମଶା କୟେଲ ର ଧୁଆଁ ସାଧାରଣତଃ ଶରୀର ଉପରେ ଅନେକ ନକାରାତ୍ମକ ପ୍ରଭାବ ପକାଇଥାଏ । ତେବେ ଏହା ଶ୍ୱାସ ରୋଗର ମଧ୍ୟ ଏକ ପ୍ରମୁଖ କାରଣ ହୋଇଥାଏ । କେବଳ ଏତିକି ନୁହେଁ ବରଂ ଏହି ଧୁଆଁ ମଣିଷ ଶରୀରରେ କ୍ୟାନ୍ସର ଭଳି ଏକ ମାରାତ୍ମକ ରୋଗ ମଧ୍ୟ ସୃଷ୍ଟି କରିଥାଏ ବୋଲି ରିସର୍ଚ୍ଚରୁ ଜଣା ପଡିଛି । 

ତେଣୁ ଆପଣ ଏହି ମଶା କୟେଲ୍ କିମ୍ବା ଲିକୁଇଡ୍ ଠାରୁ ଯଥା ସମ୍ଭବ ନିଜକୁ ଦୂରେଇ ରଖିବେ ତାହା ଆପଣଙ୍କ ପାଇଁ ସେତେ ଲାଭ ଦାୟକ ହୋଇଥାଏ ।