ଦେଖନ୍ତୁ ଭିଡିଓ: ଦେହ ସୁଖଃ ପାଇଁ ରାକ୍ଷସୀ ପାଲଟିଗଲା ମାଆ, ସ୍ୱାମୀ ସହ ୩ ଛୁଆଙ୍କୁ ମାରି, ଶେଜ ରେ ପ୍ରେମିକ ରଖିଲା ସମ୍ୱନ୍ଧ

ପରକୀୟା ପ୍ରୀତିରେ ଉବୁଟୁବୁ ହେଉଥିବା ଏହି ମହିଳା ଜଣକ ସତେ ଯେପରି ରାକ୍ଷସୀ ପାଲଟି ଯାଇଥିଲେ । ସାମାନ୍ୟ କେଇ ସମୟର ଦେହ ସୁଖଃ ପାଇଁ ନିଜ ସ୍ୱାମୀକୁ ମାରିଦେଲା । କେବଳ ସେତିକି ନୁହେଁ ନିଜେ ଜନ୍ମ କରିଥିବା ୩ ପିଲାଙ୍କର ଜୀବନ ନେବାକୁ ମଧ୍ୟ ପଛାଇ ନଥିଲେ ଏହି ମହିଳା । କଥାଟି ଶୁଣିଲେ ବିଶ୍ୱାସ ହେଉନଥିବ ।

କିନ୍ତୁ, କଥାଟି ସମ୍ପୂର୍ଣ୍ଣ ଭାବରେ ସତ ଅଟେ । କଥାରେ ଅଛି ମାଆ ଯାହାର ଅଛି ତାର ସାହା ଅଛି । କିନ୍ତୁ, ଏହି କ୍ଷେତ୍ରରେ ଖୋଦ୍ ଜନ୍ମକଲା ମାଆ ହିଁ ନିଜ ଶିଶୁମାନଙ୍କର ମୃତ୍ୟୁର କାରଣ ପଲଟିଯାଇଛି । ଏହି ଘଟଣା ରାଜସ୍ଥାନର ଅଲୁର୍ ଠାରେ ଘଟିଥିବା ବେଳେ ଦୀର୍ଘ ୫ ବର୍ଷ ଧରି ଏହା ବିଚାରଧିନ ରହିଥିଲା ।

ମିଳିଥିବା ସୂଚନା ଅନୁଯାଇ ମହିଳା ଜଣକ ବିବାହିତା ଏବଂ ସ୍ୱାମୀଙ୍କ ସହିତ ସୁଖର ସଂସାର ରହିଥିଲା । କିନ୍ତୁ, ଏହାରି ମଧ୍ୟରେ ତାଙ୍କର ଆଉ ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହି ସମ୍ପର୍କ ଏତେ ମାତ୍ରାରେ ଆଗକୁ ବଢ଼ିଲା ଯେ ସ୍ୱାମୀ ନଥିବା ବେଳେ ଉକ୍ତ ଯୁବକ ଜଣକ ଘରକୁ ଆସି ଶାରୀରିକ ସୁଖଃ ମଧ୍ୟ ନେଉଥିଲା । କଥାଟି ସ୍ୱାମୀ କାନରେ ପଡିବା ପରେ ଉଭୟେ ତାଙ୍କୁ ମଧ୍ୟ ମାରିବାକୁ ପ୍ଲାନ କରିଥିଲେ । ସ୍ୱାମୀକୁ ରାସ୍ତାରୁ ହଟାଇବା ପରେ ରାକ୍ଷସୀ ମାଆର ନିଜ ଛୁଆଙ୍କ ଉପରେ ନଜ଼ର ପଡିଥିଲା । ଛୁଆ ରହିଲେ ପ୍ରେମିକ ସହିତ ମିଶିବାକୁ ଅସୁବିଧା ହେଉଥିବାରୁ ଉଭୟେ ମିଶି ୩ ଜଣ ଶିଶୁଙ୍କୁ ମଧ୍ୟ ହତ୍ୟା କରିଥିଲେ ।

ଦେଖନ୍ତୁ ଭିଡିଓ :-

ଏଥିନେଇ କିଛି ସମ୍ପର୍କୀୟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଉଭୟଙ୍କୁ ଗିରଫ କରିବା ସହିତ ଏକ ମାମଲା ମଧ୍ୟ ରୁଜୁ କରିଥିଲା । ଏହି ଘଟଣାର ଶୁଣାଣି ଦୀର୍ଘ ୫ ବର୍ଷ ପର୍ଯ୍ୟନ୍ତ ଚାଲୁରହିଥିବା ବେଳେ ଏବେ ଏହାର ଶୁଣାଣି ହୋଇଛି । ଏହି ସିରିଜ୍ ହତ୍ୟାକାଣ୍ଡ ପଛରେ ଉକ୍ତ ମହିଳା ଏବଂ ତାଙ୍କ ପ୍ରେମିକ ହିଁ ରହିଥିବା ସ୍ପଷ୍ଟ ହେବା ପରେ ମାନ୍ୟବର କୋର୍ଟ ସେମାନଙ୍କୁ ଆଜୀବନ କାରାଦଣ୍ଡର ରାୟ ଶୁଣାଇଛନ୍ତି ।