ଶାଶୂ ହେବେ ନମିତା, ପୁଅ ସିଦ୍ଧାର୍ଥଙ୍କୁ ବିବାହ କରିବାକୁ ଯାଉଛନ୍ତି ଏହି ଓଡ଼ିଆ ଅଭିନେତ୍ରୀ, ହେବେ ଅଗ୍ରୱାଲ ଘରର ବୋହୂ

ଶାଶୁ ହେବାକୁ ଯାଉଛନ୍ତି ନମିତା ଅଗ୍ରୱାଲ । ସୂଚନା ଅନୁସାରେ ନିକଟରେ ନମିତା ଅଗ୍ରୱାଲଙ୍କ ବଡ ପୁଅ ସିଦ୍ଧାର୍ଥ ଅଗ୍ରୱାଲ ଜଣେ ଓଡ଼ିଆ ଅଭିନେତ୍ରୀଙ୍କୁ ବିବାହ କରିବାକୁ ଯାଉଛନ୍ତି । ନମିତା ଅଗ୍ରୱାଲ ତାଙ୍କ ନିଜର ସୁମଧୁର କଣ୍ଠ ପାଇଁ ଓଡ଼ିଶାର ଘରେ ଘରେ ପରିଚିତ । ସେ ଭଜନ ହେଉ ବା ରୋମାଣ୍ଟିକ ଗୀତ ସବୁଥିରେ ପାରଙ୍ଗମ ନମିତା ଅଗ୍ରୱାଲ ।

ନିକଟରେ ନମିତା ଅଗ୍ରୱାଲଙ୍କ ପୁଅ ସିଦ୍ଧାର୍ଥ ଅଗ୍ରୱାଲ ଜାନୁଆରୀ ୧୬ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସିଦ୍ଧାର୍ଥ ଓଡ଼ିଆ ଅଭିନେତ୍ରୀ ତମନ୍ନା ବ୍ୟାସଙ୍କୁ ବିବାହ କରିବାକୁ ଯାଉଛନ୍ତି ।

ତମନ୍ନା ଓଡ଼ିଆ ସିନେମା ଜଗତର ଜଣେ ବହୁ ଚର୍ଚ୍ଚିତ ଅଭିନେତ୍ରୀ ଅଟନ୍ତି । ବ୍ଲାକମେଲ୍, ସୁପର୍ ବୟ, ନିଝୁମ ରାତିର ସାଥି, କଣ କଲା ସେ ଆଦି ଫିଲ୍ମରେ ତମନ୍ନାଙ୍କୁ ନାୟିକା ଭାବେ ଅଭିନୟ କରିବାର ଦେଖିବାକୁ ମିଳିଥିଲା ।

ଆହୁରି ପଢନ୍ତୁ :- ପୁଣିଥରେ ବାପା ହେଲେ ବିଧାୟକ ଦିବ୍ୟଶଙ୍କର ମିଶ୍ର, ଗତ ଫେବୃଆରୀରେ ହୋଇଥିଲା ଦ୍ଵିତୀୟ ବିବାହ, ଦେଖନ୍ତୁ ଫଟୋ

ତେବେ ଯଦି ସିଦ୍ଧାର୍ଥଙ୍କ କଥା କୁହାଯାଏ ସେ ସିଦ୍ଧାର୍ଥ ଭକ୍ତି, ସିଦ୍ଧାର୍ଥ ଗୋଲ୍ଡ, ସିଦ୍ଧାର୍ଥ ଟିଭି, ଜୟ ଜଗନ୍ନାଥ ଚ୍ୟାନେଲର ପରିଚାଳକ ଭାବେ କାର୍ଯ୍ୟ କରୁଛନ୍ତି । ତମନ୍ନା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ବିବାହ ପୂର୍ବର ଫଟୋ ସେୟାର କରିଛନ୍ତି ।

ସେହିଭଳି ସିଦ୍ଧାର୍ଥ ମଧ୍ୟ ନିଜ ପ୍ରି ୱେଡିଂ ଭିଡିଓ ସେୟାର କରିଛନ୍ତି ନିଜ ଆକାଉଣ୍ଟରେ । କିନ୍ତୁ ବିଭାଘର ନେଇ ଅଗ୍ରୱାଲ ଫ୍ୟାମିଲି ତରଫରୁ ବିଶେଷ ସୂଚନା ମିଳି ନାହିଁ ।